ଓଜନ କମାଇବାକୁ ଚାହୁଁଥିଲେ, ଖାଆନ୍ତୁ ଏହି ସବୁ ଫଳ….

ଓଜନ କମାଇବାକୁ ଚାହୁଁଥିଲେ, ଖାଆନ୍ତୁ ଏହି ସବୁ ଫଳ….

କଣ ଆପଣ ନିଜ ବର୍ଦ୍ଧିତ ଓଜନକୁ ନେଇ ଚିନ୍ତିତ ଅଛନ୍ତି କି ? ଓଜନ କମାଇବାରେ କେଉଁ ଫଳ ସହାୟକ ହୋଇଥାଏ ଆପଣ ଜାଣନ୍ତି ? ବର୍ତମାନର ପରିବେଶ, ପରିବର୍ତିତ ଜୀବନଶୈଳୀ, ଅତ୍ୟଧିକ ଚିନ୍ତା, ପ୍ରଦୂଷଣ ଆଦି କାରଣରୁ ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟଜନିତ ସମସ୍ୟା ଉପୁଜୁଛି । ଯେଉଁଥିରୁ ମେଦ ବହୁଳତା ଏକ ପ୍ରମୁଖ ସମସ୍ୟା । ଏଥିପାଇଁ ଅନେକ ଚିନ୍ତାରେ ରହିଥାନ୍ତି । ଖାଦ୍ୟପେୟରେ କଣ୍ଟ୍ରୋଲ ଆଣିବା ସହିତ ଜିମ୍ , ଏକ୍ସରସାଇଜ ଆଦି ଦିଗ ପ୍ରତି ଧ୍ୟାନ ଦିଅନ୍ତି । ତଥାପି ଅନେକଙ୍କ ଏହି ସମସ୍ୟା ଦୂର ହୋଇନଥାଏ । କିନ୍ତୁ ଆପଣ ଜାଣନ୍ତି କିଛି ବଛା ବଛା ଫଳ ଆପଣଙ୍କ ଓଜନକୁ ନିୟନ୍ତ୍ରଣରେ ରଖିବାରେ କେତେ ସହାୟକ ହୁଏ ବୋଲି ।

ଓଜନ ନିୟନ୍ତ୍ରଣ ସହିତ ଶରୀରକୁ ପ୍ରୋଟିନ ଯୋଗାଇବାରେ କିଛି ଫଳ ବିଶେଷ ଭୂମିକା ଗ୍ରହଣ କରିଥାନ୍ତି। ତେବେ ସେହି ଫଳ ଗୁଡିକ ମଧ୍ୟରୁ ଗୋଟିଏ ହେଉଛି ପ୍ୟାସନ ଫ୍ରୁଟ । ଗୋଟିଏ କପ୍ ପ୍ୟାସନ ଫ୍ରୁଟର ପଲ୍ ୫ ଗ୍ରାମ ପ୍ରୋଟିନ୍ ରହିଥାଏ। କେବଳ ଏଥିରେ ପ୍ରୋଟିନ୍ ନଥାଏ ବରଂ ଫାଇବର, ଭିଟାମିନ୍ ସି ଏବଂ ଭିଟାମିନ୍ ଏ ମଧ୍ୟ ଭରପୁର ମାତ୍ରାରେ ପାଇପାରିବେ। ଏହା ପରେ ବି ଏହା ଖାଦ୍ୟ ଯୋଗ୍ୟ ଅଟେ। ଯେଉଁଥିରେ ଆପଣଙ୍କୁ ଆହୁରି ଅଧିକ ପୋଷଣ ମଧ୍ୟ ମିଳିପାରିବ।

ପିଜୁଳିକୁ ବି ମଧ୍ୟ ଆଫଣଙ୍କ ଡାଏଟରେ ସାମିଲ୍ କରିପାରିବେ । ଗୋଟିଏ ପିଜୁଳିରେ ପ୍ରାୟ ୪.୨ ଗ୍ରାମ ପ୍ରୋଟିନ୍ ଥାଏ । ଏହା ସହିତ ପିଜୁଳିରେ ଭିଟାମିନ୍ ସି , ଫାଇବର ଏବଂ ଆଣ୍ଟିଅକ୍ସିଡେଣ୍ଟ ମଧ୍ୟ ଭରପୂର ମାତ୍ରାରେ ଭରି ରହିଥାଏ । ଏଥିରେ ଲୋ କ୍ୟାଲୋରୀ ଥିବାରୁ ଏହା ଓଜନୁ ନିୟନ୍ତ୍ରଣରେ ରଖିଥାଏ ।

ଆଭୋକାଡୋରେ ମଧ୍ୟ ଭରପୁର ମାତ୍ରାରେ ପ୍ରୋଟିନ୍ ଥାଏ । ଗୋଟିଏ ଆଭୋକାଡୋରେ ୪ ଗ୍ରାମ ପ୍ରୋଟିନ୍ ରହିଥାଏ । ଏଥିରେ ପୋଟାସିୟମ୍ , ଫାଇବର ମଧ୍ୟ ରହିଥାଏ। ଯାହା ହାର୍ଟ୍ ପାଇଁ ଭଲ ହୋଇଥାଏ। ଆଭୋକାଡୋ ଅଧିକ କ୍ୟାଲୋରୀଯୁକ୍ତ ଅଟେ। ହେଲେ ଫ୍ୟାଟ୍ ଏବଂ ପ୍ରୋଟିନ୍ ପାଇଁ ଲମ୍ବା ସମୟ ପର୍ଯ୍ୟନ୍ତ ଏହା ପେଟକୁ ଭରି ରଖିଥାଏ । ଖୁବ୍ ଜଲଦି ଭୋକ ହୁଏ ନାହିଁ ।

ବ୍ଲାକବେରୀ କେବଳ ରଙ୍ଗରେ ସୁନ୍ଦର ଏବଂ ସ୍ବାଦଯୁକ୍ତ ନୁହେଁ ବରଂ ଏହା ପ୍ରୋଟିନଯୁକ୍ତ ମଧ୍ୟ। ଗୋଟିଏ ବ୍ଲାକବେରୀରେ ୨ ଗ୍ରାମ ପ୍ରୋଟିନ୍ ରହିଥାଏ। ଫାଇବର ଭରପୂର ମାତ୍ରାରେ ରହିଥାଏ । ଯେଉଁଥିପାଇଁ ହଜମ ଧୀର ହୋଇଥାଏ ଏବଂ ବ୍ଲଡ୍ ସୁଗାର ମଧ୍ୟ କଣ୍ଟ୍ରୋଲରେ ରହିଥାଏ ।

administrator

Related Articles

Leave a Reply

Your email address will not be published. Required fields are marked *