ଖୋଲିବ ହ୍ୟୁମାନ ସାଗର ଡେଥ୍ ମିଷ୍ଟ୍ରି

ଖୋଲିବ ହ୍ୟୁମାନ ସାଗର ଡେଥ୍ ମିଷ୍ଟ୍ରି
  • ଖୋଲିବ ହ୍ୟୁମାନ ସାଗର ଡେଥ୍ ମିଷ୍ଟ୍ରି
  • ପୁଲିସ ହାତରେ ଲାଗିଲା ବଡ ସୁରାଖ
  • ଆଉ ଖସିପାରିବେନି ହ୍ୟୁମାନଙ୍କ ମୃତ୍ୟୁ ପଛର ଷଡଯନ୍ତ୍ରକାରୀ

 

ହଁ ଦର୍ଶକବନ୍ଧୁ ବହୁ ଚର୍ଚ୍ଚିତ ହ୍ୟୁମାନ ସାଗର ଡେଥ ମିଷ୍ଟ୍ରିକୁ ନେଇ ପୁଣି ଏକ ବଡ ଖବର ସାମ୍ନାକୁ ଆସିଛି । ପୁଲିସ ହାତରେ ଏମିତିକ ଏକ ସୁରାଖ ଲାଗିଛି ଯାହା ହ୍ୟୁମାନ ସାଗରଙ୍କ ଅକାଳ ମୃତ୍ୟୁର ରହସ୍ୟ ଖୋଲିବ । ତେବେ ହ୍ୟୁମାନଙ୍କ ମୃତ୍ୟୁର ଦୀର୍ଘ ଏକମାସ ପରେ ମାଆ ଶେଫାଳୀ ସୁନା କଟକ ମର୍କତ ନଗର ଥାନାରେ ଏତଲା ଦେଇଥିଲେ ଏବଂ ମାଆ ଶେଫାଳୀ ସୁନାଙ୍କ ଏତଲା ପରେ କଟକ ମର୍କତ ନଗର ଥାନା ପୁଲିସ ନିଜର କାର୍ଯ୍ୟ ଆରମ୍ଭ କରିଛି । ତେବେ ହ୍ୟୁମାନ ଚିକିତ୍ସିତ ହେଉଥିବା ଗଣ୍ଡରପୁର ସ୍ଥିତ ଏକ ବେସରକାରୀ ହସ୍ପିଟାଲ ଏହି ରିପୋର୍ଟ ପ୍ରଦାନ କରିଛି । ଲିଭର୍ ସିରୋସିସ୍ ହେବା ପରଠୁ ଏହି ହସ୍ପିଟାଲରେ ହ୍ୟୁମାନ୍ ଚିକିତ୍ସିତ ହେଉଥିଲେ । ଗଲା କିଛି ବର୍ଷର ଚିକିତ୍ସା ତଥ୍ୟ ରିପୋର୍ଟରେ ହସ୍ପିଟାଲ୍ ପକ୍ଷରୁ ପ୍ରଦାନ କରାଯାଇଛି । ଗତ ନଭେମ୍ବର ମାସ ୧୭ ତାରିଖରେ ହ୍ୟୁମାନ୍‌ଙ୍କ ମୃତ୍ୟୁ ହେବାର କିଛି ଦିନ ପୂର୍ବରୁ ସେ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ହୋଇଥିଲେ ।

ତେଣୁ ଏମ୍ସରେ ମଧ୍ୟ କିଛି ଗୁରୁତ୍ୱପୂର୍ଣ୍ଣ ମେଡିକାଲ୍ ରିପୋର୍ଟ ରହିଛି । ଯାହାକୁ ପାଇବା ପାଇଁ ମର୍କତନଗର ଥାନା ପୋଲିସ ଚିଠି ଲେଖି ଏମ୍ସକୁ ଅନୁରୋଧ କରିଥିଲା । ଅନ୍ୟପଟେ ଟଙ୍କା କାରବାର ବିଷୟ ଜାଣିବା ପାଇଁ ଥାନା ପକ୍ଷରୁ ୮ଟି ବ୍ୟାଙ୍କ୍‌କୁ ଟ୍ରାନଜାକ୍ସନ୍ ତଥ୍ୟ ମଗାଯାଇଥିଲା । ହେଲେ ଗୋଟିଏ ବି ବ୍ୟାଙ୍କ ତଥ୍ୟ ପ୍ରଦାନ କରିନି । ଫଳରେ ହ୍ୟୁମାନଙ୍କ ଟଙ୍କା କାରବାର ତଥ୍ୟ ପୋଲିସ ଏଯାବତ ଜାଣିପାରିନାହିଁ । ହ୍ୟୁମାନଙ୍କ ମୃତ୍ୟୁକୁ ତିନିମାସରୁ ଅଧିକ ସମୟ ବିତିଥିଲେ ସୁଦ୍ଧା ଏଯାବତ ପୁଲିସ ହାତରେ କୌଣସି ଠୋସ୍ ପ୍ରମାଣ ଲାଗି ପାରିନାହିଁ । ଯାହାଦ୍ୱାରା କେସର ଗତି ଦିନକୁ ଦିନକୁ ମନ୍ଥର ଦିଗକୁ ଗତି କରୁଛି ।

 

author

Related Articles

Leave a Reply

Your email address will not be published. Required fields are marked *