ଶିକ୍ଷିତଙ୍କୁ ଗୋଇଠା, ଅନ୍ଧଭକ୍ତ ଗଢିବା ପ୍ରମୁଖ ଲକ୍ଷ୍ୟ !

ଶିକ୍ଷିତଙ୍କୁ ଗୋଇଠା, ଅନ୍ଧଭକ୍ତ ଗଢିବା ପ୍ରମୁଖ ଲକ୍ଷ୍ୟ !

ଆଉ ରାଜ୍ୟରେ ରହିବେନି ଶିକ୍ଷିତ ଲୋକ । ରାଜ୍ୟବାସୀଙ୍କୁ ମୁର୍ଖ କରିଦେବେ ସରକାର । ଶିକ୍ଷିତଙ୍କୁ ପାଦ ତଳେ ଚାପି ଅନ୍ଧଭକ୍ତ ଗଢିବା ଲକ୍ଷ୍ୟରେ ଆଗେଇ ଚାଲିଛନ୍ତି ଓଡ଼ିଶା ସରକାର । ହଁ ଆଜ୍ଞା, ନା କଂଗ୍ରେସ ନା ବିଜେଡି ନା ବିଜେପି କୌଣସି ସରକାର ଆଉ ରାଜ୍ୟରେ ଶିକ୍ଷିତ ଲୋକ ଚାହୁଁନାହାନ୍ତି । କେବଳ ରାଜନୀତିରେ ନେତା ଏବଂ ରାଜନୈତିକ ଦଳ ଗୁଡିକର ଗୁଣ ଗାଉଥିବା ଅନ୍ଧଭକ୍ତ ଗଢିବାକୁ ଚାହୁଁଛନ୍ତି ।

ଗୋଟିଏ ପଟେ ଶିକ୍ଷାନୁଷ୍ଠାନ ଗୁଡିକରେ ଶିକ୍ଷା ବ୍ୟବସ୍ଥା ଉନ୍ନତ କରିବାକୁ, ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ଦେବାକୁ ସରକାର ତତ୍ପର ଥିବା ଡିଣ୍ଡିମ ପିଟୁଛନ୍ତି । କିନ୍ତୁ ଏପଟେ ରାଜ୍ୟରେ ଖାଲି ପଡିଥିବା ହଜାର ହଜାର ଲାଇବ୍ରେରିଆନ ପଦପଦବୀକୁ ସରକାର ହଟାଇ ଦେଇଛନ୍ତି । ଲାଇବ୍ରେରିଆନ ମାନେ ଆନ୍ଦୋଳନ କରିବା ସତ୍ବେ ନା ସରକାର ଏହାକୁ କର୍ଣ୍ଣପାତ କରୁଛନ୍ତି ନା ବିରୋଧୀ ଏହି ପ୍ରସଙ୍ଗକୁ ହାଇଲାଇଟ କରୁଛନ୍ତି । ଓଲଟା ଏହି ପ୍ରସଙ୍ଗରୁ ମୁହଁ ମୋଡିଦେଉଛନ୍ତି ବିରୋଧୀ ଦଳ । ଉଭୟ ବିଜେଡି ଏବଂ କଂଗ୍ରେସରେ ପାଠୁଆ ନେତାମାନେ ଥିବା ବେଳେ କାହିଁକି ଏହି ପ୍ରସଙ୍ଗକୁ ଗୁରୁତ୍ବ ଦେଉନାହାନ୍ତି ଏବଂ ମୁଖ୍ୟମନ୍ତ୍ରୀ ନିଜେ ଶିକ୍ଷକ ହୋଇ ଶିକ୍ଷା ବ୍ୟବସ୍ଥାରେ ଏପରି ଅବହେଳା କିପରି କରୁଛନ୍ତି ତାକୁ ନେଇ ପ୍ରଶ୍ନ ଉଠୁଛି । ଏବଂ ନେତା ମାନେ ଆଉ ଶିକ୍ଷିତ ଯୁବକ ଚାହୁଁନଥିବା , କେବଳ ନେତାଙ୍କ ଗୁଣ ଗାଉଥିବା, ସେମାନଙ୍କ ଆଗରେ ପଛରେ ବୁଲୁଥିବା ଅନ୍ଧଭକ୍ତ ଚାହୁଁଥିବା ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ।
କେବଳ ଏତିକି ନୁହେଁ, ରାଜ୍ୟରେ ଏବେ ବେରୋଜଗାରୀର ସ୍ଥିତି ଯେପରି ହେଲାଣି, ଚାକିରୀ ଅଭାବରୁ ଦାଦନର ସଂଖ୍ୟା ଯେତେ ମାତ୍ରାରେ ବଢିଚାଲିଛି ସେଥିରୁ ରାଜ୍ୟରେ ଆଉ ଶିକ୍ଷିତ ଲୋକଙ୍କ ମିଳିବା କଷ୍ଟକର ହୋଇଗଲାଣି । ମାଳ ମାଳ ଡିଗ୍ରୀ ଥାଇ ବି ଅଷ୍ଟମ ପାସ ଚାକିରୀ ପାଇଁ ଯୁବଗୋଷ୍ଠୀଙ୍କ ଲାଇନ ଲାଗୁଛି । ସମସ୍ତ ବିଭାଗରେ ହଜାର ହଜାର ପଦପଦବୀ ଖାଲି ଥିବା ସତ୍ବେ ଯୁବଗୋଷ୍ଠୀଙ୍କୁ ସୁଯୋଗ ନଦିଆଯାଇ ଓଲଟା ଅବସର ପ୍ରାପ୍ତଙ୍କୁ ସରକାର ପୁନଃ ନିଯୁକ୍ତି ଦେଉଛନ୍ତି । ଯେଉଁଥିରୁ ସରକାର ଯୁବଗୋଷ୍ଠୀଙ୍କ କେତେ ହିତାକାଂକ୍ଷୀ ତାହା ଜଳଜଳ ଦିଶୁଛି ।

administrator

Related Articles

Leave a Reply

Your email address will not be published. Required fields are marked *