ଓକିଲ ବେଶରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ…

ଓକିଲ ବେଶରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ…

ଓକିଲ ବେଶରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସୁପ୍ରିମକୋର୍ଟରେ ନିଜେ କେସ ଲଢିବେ ମମତା ଦିଦି । ଏସଆଇଆର ବିରୋଧରେ ଆଜି ସୁପ୍ରିମକୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହୋଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ଏପରିକି ସେ ନିଜେ କେସ୍ ଲଢିପାରନ୍ତି ବୋଲି କୁହାଯାଉଛି। ପ୍ରଥମ ମୁଖ୍ୟମନ୍ତ୍ରୀ ଭାବରେ ସେ ନିଜେ ସୁପ୍ରିମକୋର୍ଟଙ୍କ ଆଗରେ ଓକିଲ ଭାବରେ ନିଜ ପକ୍ଷ ରଖିବା ନେଇ କୁହାଯାଉଛି । ମମତା ବାନାର୍ଜୀ ଜଣେ ପ୍ରଶିକ୍ଷିତ ଆଇନଜୀବୀ । ତେଣୁ ତୃଣମୂଳ ସ୍ତରରେ ସମସ୍ତ ସମସ୍ୟା ବିଷୟରେ ନିଜେ ଜାଣିଥିବାରୁ କୋର୍ଟରେ ନିଜେ ଯୁକ୍ତି ରଖିବାକୁ ମମତା ଚାହୁଁଥିବା ଜଣାପଡିଛି ।

ତେବେ ରାଜ୍ୟରେ ଭୋଟର ତାଲିକାର ସ୍ବତନ୍ତ୍ର ସଂଶୋଧନ ଏସଆଇଆର ପ୍ରକ୍ରିୟାକୁ ବିରୋଧ କରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଆବେଦନ କରିଛନ୍ତି । କୋର୍ଟ ଅନୁମତି ଦେଲେ ମମତା ବାନାର୍ଜୀ ପ୍ରଥମ ମୁଖ୍ୟମନ୍ତ୍ରୀ ଭାବରେ କୋର୍ଟରେ ଓକିଲ ହୋଇ ନିଜ ପକ୍ଷ ରଖିବେ ବୋଲି ଜଣାପଡିଛି । ତେବେ ମମତାଙ୍କ ଅଭିଯୋଗ ଅନୁସାରେ, ନିର୍ବାଚନ କମିଶନଙ୍କ ଦ୍ବାରା ଚାଲିଥିବା ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଅସ୍ପଷ୍ଟ ଏବଂ ବେଆଇନ । ଫଳରେ ରାଜ୍ୟର ଅନେକ ଯୋଗ୍ୟ ଭୋଟର ନିଜ ମତାଧିକାର ହରାଇବାର ଆଶଙ୍କା ରହିଛି । ଆସନ୍ତା 2026 ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପୁରୁଣା ଭୋଟର ତାଲିକା ଅନୁସାରେ କରାଯାଉ ଏବଂ ନୂଆ ସଂଶୋଧନ ପ୍ରକ୍ରିୟାକୁ ରଦ୍ଧ କରାଯାଉ ବୋଲି ମମତା ଦାବି କରିଛନ୍ତି । ତେବେ ଶୁଣାଣି କଣ ହେଉଛି ଏବଂ ମମତା ନିଜ ପକ୍ଷ ରଖୁଛନ୍ତି ନା ନାହିଁ ତାହା ଏବେ ସସପେନ୍ସ ସୃଷ୍ଟି କରିଛି ।

administrator

Related Articles

Leave a Reply

Your email address will not be published. Required fields are marked *