ନବୀନଙ୍କ ଛାୟା କ୍ୟାବିନେଟ ବିଜେପିର କଡ୍ଡା ସମାଲୋଚନା

ନବୀନଙ୍କ ଛାୟା କ୍ୟାବିନେଟ ବିଜେପିର କଡ୍ଡା ସମାଲୋଚନା
  • ନବୀନଙ୍କ ଛାୟା କ୍ୟାବିନେଟର ଗଡି କୁଆଡେ ?
  • ମନ୍ତ୍ରୀ ଜଗିବା ବଦଳରେ ନିଜେ ଗାଏବ ହୋଇଗଲେ କି ବିଧାୟକ ?
  • ଭୁଲିଗଲେ ନବୀନ ଖସିଗଲେ କି ମନ୍ତ୍ରୀ ?

ହଁ ଦର୍ଶକବନ୍ଧୁ ଛାୟା କ୍ୟାବିନେଟ ନାଁ ନେଉ ନେଉ ଆପଣମାନେ ହୁଏତ ବୁଝିଯିବେଣି କି ଆମେ କେଉଁ ଛାୟା କ୍ୟାବିନେଟର କଥା କୁହୁଛୁ । ଶାସନ କ୍ଷମତାରୁ ଯିବା ପରେ ବେଶ୍ ଆକ୍ଟିଭ ମୁଡରେ ଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରୁ ଶଙ୍ଖଭବନ ପର୍ଯ୍ୟନ୍ତ ଘନ ଘନ ବୈଠକ ବସୁଥିଲା ବିଧାୟକ,ପୂର୍ବତନ ବିଧାୟକ ବରିଷ୍ଠ ନେତା ସଭିଙ୍କୁ ନୂଆ ନୂଆ ଦାୟିତ୍ୱ ମିଳୁଥିଲା । ଏପିରିକି ସେହି ସମୟରେ ମୋହନଙ୍କ ମନ୍ତ୍ରୀଙ୍କୁ ଜଗିବାକୁ ବିଜେଡି ବିଧାୟକଙ୍କୁ ଦାୟିତ୍ୱ ଦେଇଥିଲେ ବିରୋଧି ଦଳ ନେତା ନବନ ପଟ୍ଟନାୟକ । କ୍ୟାବିନେଟ ଷ୍ଟାଇଲରେ ବିଜେଡିର ସମସ୍ତ ବିଧାୟକ ମାନଙ୍କୁ ଦାୟିତ୍ୱ ବାଣ୍ଟିଥିଲେ ନବୀନ । ଏହି କ୍ୟାବିନେଟକୁ ପାଖାପାଖି ଦେଢ ବର୍ଷ ବିତିଗଲାଣି କିନ୍ତୁ ଏବେ ପର୍ଯ୍ୟନ୍ତ ନବୀନଙ୍କ ଛାୟା କ୍ୟାବିନେଟକୁ ନେଇ କିଛି ସୋର ଶବ୍ଦ ନାହିଁ ।

 

ଆସନ୍ତା ଫେବୃୟାରୀ 17ରୁ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ହେଲେ ଏପଟେ ବିଧାନସଭାରେ ବିଜେଡି ବିଧାୟକଙ୍କ ସଂଖ୍ୟା କମି କମି ଯାଉଛି । 51 ବିଧାୟକ ଥିଲେ ଏବେ 48 ହେଲେଣି । ଧୀରେ ଧୀରେ ବିଧାନସଭାରେ ଦଳ ଅସ୍ତିତ୍ୱ ହରାଉଛି ବିରୋଧି ଭୂମିକା ନିଭାଇବାରେ ଫେଲ୍ ମାରୁଥିବା ବେଳେ ମନ୍ତ୍ରୀଙ୍କୁ ଜଗିବାକୁ ନବୀନ ଗଢିଥିବା ଛାୟା କ୍ୟାବିନେଟ ମଧ୍ୟ ମାଟିରେ ମିଶିଗଲାଣି । କାହିଁକିନା ନବୀନ ବିଧାୟକଙ୍କୁ ନା ରିପୋର୍ଟ କାର୍ଡ ମାଗୁଛନ୍ତି ନା ବିଧାୟକମାନେ ଏହାର ଦାୟିତ୍ୱ ନିଭାଉଛନ୍ତି । ତେବେ ପ୍ରଶ୍ନ ଉଠୁଛି, କାହିଁକି ନବୀନ ଗଢିଥିଲେ ଛାୟା କ୍ୟାବିନେଟ ? ସରକାରଙ୍କୁ ଘେରିବାକୁ ମାଳମାଳ ପ୍ରସଙ୍ଗ ଥିଲେ ମଧ୍ୟ ଅନେକ ବିଜେଡି ବିଧାୟକ ମୌନ ରହିବା ଛାୟା କ୍ୟାବିନେଟର ଆଭିମୁଖ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପ୍ରଶ୍ନ ଉଠୁଛି, ନବୀନଙ୍କ ନିର୍ଦ୍ଦେଶକୁ ପାଳନ କରୁନାହାନ୍ତି କି ଦଳୀୟ ବିଧାୟକ? ଅନ୍ୟପଟେ ଛାୟା କ୍ୟାବିନେଟକୁ ପ୍ରଭାବଶୂନ୍ୟ କହି କଟାକ୍ଷ କରିଛି ଶାସକ ବିଜେପି।

author

Related Articles

Leave a Reply

Your email address will not be published. Required fields are marked *