ବିକଶିତ ଭାରତରେ ନାହିଁ ଓଡ଼ିଶାର ମାନଚିତ୍ର !

ବିକଶିତ ଭାରତରେ ନାହିଁ ଓଡ଼ିଶାର ମାନଚିତ୍ର !

ପୁଣି ଥରେ ସଂସଦରେ ଉଠିଛି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଥା । ଓଡ଼ିଶାର ବିକାଶ ପାଇଁ ନବୀନ କରିଥିବା କାମକୁ ସଂସଦରେ ପୁଣି ମନେ ପକାଇଦେଇଛନ୍ତି ସୁଲତା । ଏବଂ ଓଡ଼ିଶା ପ୍ରତି ବର୍ତମାନର ଡବଲ ଇଞ୍ଜିନ ସରକାରଙ୍କ ଅବହେଳାକୁ ନେଇ ପ୍ରଶ୍ନ ବି ଉଠାଇଛନ୍ତି । ତେବେ ବର୍ତମାନ ସଂସଦ ଅଧିବେଶନ ଜାରି ରହିଥିବାରୁ ନିଜ ରାଜ୍ୟ ପାଇଁ ସ୍ବର ଉଠାଇ ଗୃହ ହୁଲସ୍ତୁଲ କରୁଛନ୍ତି ବିଜେଡି ରାଜ୍ୟସଭା ସାଂସଦ । କେନ୍ଦ୍ରୀୟ ବଜେଟରେ ବାରମ୍ବାର ଓଡ଼ିଶାକୁ ଅବହେଳା କରାଯାଉଥିବା ଅଭିଯୋଗ ଆଣୁଛନ୍ତି ବିଜେଡି ସାଂସଦ । ଆଉ ଏହି କ୍ରମରେ ପୁଣି ଥରେ ରାଜ୍ୟସଭା ସାଂସଦ ସୁଲତା ଦେଓ ରାଜ୍ୟସଭାରେ ଓଡ଼ିଶା ପାଇଁ ସ୍ବର ଉଠାଇଛନ୍ତି।

କିପରି ବାରମ୍ବାର ଓଡ଼ିଶାକୁ ଅବହେଳା କରାଯାଉଛି, ରେଳ ପ୍ରକଳ୍ପ, ମେଟ୍ରୋ ପ୍ରକଳ୍ପକୁ ବନ୍ଦ କରିଦିଆଯାଉଛି, ଏବଂ ଏବେ ବି ଓଡ଼ିଶାରେ 8ରୁ ଅଧିକ ଜିଲ୍ଲାରେ କାହିଁକି ଟ୍ରେନ ସୁବିଧା ହୋଇପାରୁନି, କାମ ଆଗକୁ ବଢୁନି ସେସମ୍ପର୍କରେ ପ୍ରଶ୍ନ କରି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଭାରତୀୟ ରେଳବାଇ କ୍ଷେତ୍ରରେ ଓଡ଼ିଶା ସବୁଠୁ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ବେଳେ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ରେଳ କାହିଁକି ଗଡିପାରୁନି, ଓଡ଼ିଶାବାସୀ ରେଳ ସେବା ପାଇବାରେ କାହିଁକି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସେନେଇ ପ୍ରଶ୍ନ କରିଛନ୍ତି ସୁଲତା । ଏହା ସହିତ ବିକଶିତ ଭାରତରେ କଣ ଓଡ଼ିଶା ସାମିଲ ନାହିଁ ବୋଲି ପ୍ରଶ୍ନ କରି କେଉଁ ପ୍ରକାର ବିକଶିତ ଭାରତ କେନ୍ଦ୍ର ସରକାର ଗଢୁଛନ୍ତି ସେନେଇ ପ୍ରଶ୍ନ କରିଛନ୍ତି ।

administrator

Related Articles

Leave a Reply

Your email address will not be published. Required fields are marked *