ସ୍କିନ ଏବଂ ହେୟାର ପାଇଁ ମହୌଷଧୀ ଏହି ସବୁଜ ଫଳ…

ସ୍କିନ ଏବଂ ହେୟାର ପାଇଁ ମହୌଷଧୀ ଏହି ସବୁଜ ଫଳ…

କଣ ଆପଣ ନିଜ ସ୍କିନ ଏବଂ ହେୟାର ପାଇଁ ଚିନ୍ତିତ ଅଛନ୍ତି କି । କଣ ଖାଇଲେ ଏହି ଦୁଇଟିର ସ୍ବାସ୍ଥ୍ୟ ଅବସ୍ଥା ଭଲ ରହିବ ଆପଣ ଜାଣନ୍ତି । ଆଜିକାଲି ପ୍ରାୟତ ସମସ୍ତେ ନିଜ ସ୍ବାସ୍ଥ୍ୟ ପାଇଁ ଯତ୍ନବାନ । ଏଥିପାଇଁ ଶରୀର ଉପଯୋଗୀ ଖାଦ୍ୟ ଗ୍ରହଣ କରିବା ସହିତ ନିଜକୁ ମେନଣ୍ଟେନ ରଖିବାକୁ ପସନ୍ଦ କରୁଛନ୍ତି । କିନ୍ତୁ ବିଭିନ୍ନ କାରଣ ପାଇଁ ସ୍କିନ ଏବଂ ହେୟାରରେ ଅନେକ ପ୍ରକାର ସମସ୍ୟା ଉପୁଜୁଛି । କିନ୍ତୁ ଆପଣ ଜାଣନ୍ତି ବଜାରରେ କିମ୍ବା ବାଡିରେ ଥିବା ଛୋଟ ଛୋଟ ସବୁଜ ଫଳ ତଥା ଅଁଳା ସ୍ବାସ୍ଥ୍ୟ ପାଇଁ କେତେ ଲାଭକାରୀ ।

ଅଁଳାର ଚମତ୍କାରୀ ଉପକାରିତା ବିଷୟରେ କହିବାକୁ ଗଲେ, ଏଥିରେ ପ୍ରଚୁର ପରିମାଣରେ ଭିଟାମିନ୍-ସି ଥାଏ, ଯାହା ଶରୀରକୁ ସଂକ୍ରମଣରୁ ରକ୍ଷା କରିବା ସହ ସାଧାରଣ ଥଣ୍ଡା, କାଶ ଏବଂ ଜ୍ୱରକୁ ଦୂରେଇ ରଖେ । କେବଳ ସେତିକି ନୁହେଁ, ଯଦି ଆପଣ କେଶ ଝଡ଼ିବା ସମସ୍ୟାରେ ଚିନ୍ତିତ କିମ୍ବା ତ୍ୱଚାରେ ପ୍ରାକୃତିକ ଚମକ ଚାହୁଛନ୍ତି, ତେବେ ଅଁଳା ସେବନ ନିଶ୍ଚିତ କରନ୍ତୁ । ଏଥିରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ବାର୍ଦ୍ଧକ୍ୟର ଛାପକୁ ରୋକିଥାଏ ଏବଂ କେଶକୁ ମୂଳରୁ ଶକ୍ତ କରିଥାଏ । ପେଟ ଜନିତ ସମସ୍ୟା ଯଥା ଗ୍ୟାସ୍, ଏସିଡିଟି ଏବଂ କୋଷ୍ଠକାଠିନ୍ୟ ପାଇଁ ଏହା ରାମବାଣ ସଦୃଶ ଏବଂ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ବେଶ୍ ସହାୟକ ହୋଇଥାଏ । ଏହା ସହିତ ଏଥିରେ ଥିବା ଭିଟାମିନ୍-ଏ ଆଖିର ଦୃଷ୍ଟିଶକ୍ତି ବଢ଼ାଇବାରେ ସାହାଯ୍ୟ କରେ ।

ଅଁଳା ଖାଇବା ଯେତିକି ଭଲ, ଏହାର ଅତ୍ୟଧିକ ସେବନ ମଧ୍ୟ ସେତିକି କ୍ଷତିକାରକ ମଧ୍ୟ ହୋଇପାରେ । ସାଧାରଣତଃ ଜଣେ ସୁସ୍ଥ ବ୍ୟକ୍ତି ଦିନକୁ ମାତ୍ର ଗୋଟିଏ ରୁ ଦୁଇଟି ମଧ୍ୟମ ଆକାରର କଞ୍ଚା ଅଁଳା ଖାଇବା ଉଚିତ୍ । ଯଦି ଆପଣ ଅଅଁଳା ରସ ପିଉଛନ୍ତି, ତେବେ ୧୦ ରୁ ୨୦ ମିଲିଲିଟର ରସକୁ ଏକ ଗ୍ଲାସ୍ ପାଣିରେ ମିଶାଇ ପିଇବା ସବୁଠାରୁ ନିରାପଦ । ବିଶେଷ କରି ସକାଳୁ ଖାଲି ପେଟରେ ଅଅଁଳା ରସ କିମ୍ବା କଞ୍ଚା ଅଁଳା ସେବନ କରିବା ସବୁଠାରୁ ଅଧିକ ଲାଭଦାୟକ ହୋଇଥାଏ ।

administrator

Related Articles

Leave a Reply

Your email address will not be published. Required fields are marked *