ଭାରସାମ୍ୟ ହରାଇ କର୍ଲଭଟ ତଳକୁ ଖସିଲା ବାଇକ

ଭାରସାମ୍ୟ ହରାଇ କର୍ଲଭଟ ତଳକୁ ଖସିଲା ବାଇକ

ଗଜପତି ଜ଼ିଲ୍ଲା ମୋହନା ଥାନା ଅନ୍ତର୍ଗତ ମଧୁରଆମ୍ବ ଗାଁ ନିକଟରେ ଭାରସାମ୍ୟ ହରାଇ କର୍ଲଭଟ ତଳକୁ ଖସିଲା ବାଇକ l ଜଣେ ମୃତ, ଜଣେ ଗୁରୁତର l ମୃତକ ଜଣକ ହେଲେ ଶିକୁଳି ପଦର ପଞ୍ଚାୟତ ଅନ୍ତର୍ଗତ ପଦ୍ମପୁର ଗ୍ରାମର ଟିଟୁ ନାୟକ (୨୭ ) l ଗୁରୁତର ଆହତ ଜଣକ ହେଲେ ଗଞ୍ଜାମ ଜ଼ିଲ୍ଲା ଅନ୍ତର୍ଗତ ବଡଗଡ ଥାନା ଅଧିନ ବଳରାମପୁର ଗ୍ରାମର କାଳୁଚରଣ ଦଳାଇ (୨୮)l ଘଟଣା ପ୍ରକାରେ ସମ୍ପର୍କୀୟ ଭାଇର ଦ୍ୱାଦଶ ଦିନ ଗଲା ଭାଇର ଜୀବନ l ଦ୍ୱlଦଶ କାର୍ଯ୍ୟ ସାରି ଟିଟୁ ଏବଂ କାଳୁ ଜ୍ୱାଇଁ, ଶଳା କୌଣସି କାମରେ ଲୁହlଗୁଡି ଯାଇଥିଲେ l ଫେରିବା ବେଳେ ମଧୁରଆମ୍ବ ନିକଟରେ ନିଜ ବାଇକର ଭାରସାମ୍ୟ ହରାଇ ଗାର୍ଡୱାଲକୁ ବାଡେଇ ହୋଇ କର୍ଲଭଟ ତଳକୁ ଉଭୟ ଖସି ପଡ଼ିଥିଲେ l ଖବର ପାଇ ୧୦୮ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ l ସେଠାରେ ଡାକ୍ତର ଟିଟୁଙ୍କୁ ମୃତ ଘୋଷଣା କରିଥିଲେ l ଗୁରୁତର କାଳୁଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି l ଖବର ପାଇ ମୋହନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ତଦନ୍ତ ଜାରି ରଖିଛନ୍ତି l

author

Related Articles

Leave a Reply

Your email address will not be published. Required fields are marked *