ଓଡ଼ିଶାରେ କଲବଲ କରିବ ଖରା

ଓଡ଼ିଶାରେ କଲବଲ କରିବ ଖରା

ଭୁବନେଶ୍ବର : ରାଜ୍ୟରେ ଉପରମୁହାଁ ହେଲା ପାରଦ । ସ୍ବାଭାବିକଠାରୁ ବଢିଲା ତାପମାତ୍ରା । ଆଗକୁ ଆହୁରି ସ୍ଥିତି ହେବ ସଂଗୀନ । ଦକ୍ଷିଣ ସମେତ ଉପକୂଳ ଓଡ଼ିଶାରେ କଲବଲ କରିବ ଖରା । ୨ରୁ ୪ଡିଗ୍ରୀ ପର‌୍ୟ୍ୟନ୍ତ ବଢିଲା ତାପମାତ୍ରା । ଆଗାମୀ ସପ୍ତାହେ ମଧ୍ୟରେ ପାରା ୪୦ ଛୁଇଁବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ସୋମବାର ରାଜଧାନୀ ଭୁବନେଶ୍ବରରେ ୩୪ଡିଗ୍ରୀ ଅତିକ୍ରମ କଲା ଦିନର ସର୍ବୋଚ୍ଚ ତାପମାତ୍ରା । କେବଳ ଭୁବନେଶ୍ବରରେ ସ୍ବାଭାବିକ ତାପମାତ୍ରା ତୁଳନାରେ ୨ ଦଶମିକ ୯ ଡିଗ୍ରୀ ଅଧିକ ରେକର୍ଡ ହୋଇଥିଲା । ତେବେ ଫେବ୍ରୁଆରୀ ମାସ ପାଇଁ ଆଇଏମଡି ଜାରି କରିଥିବା ମ୍ୟାପ୍ ଅନୁସାରେ, ପୂର୍ବ ଏବଂ ଉତ୍ତର ପୂର୍ବ ଭାରତର ଅଧିକାଂଶ ରାଜ୍ୟରେ ତାତି ସ୍ବାଭାବିକଠାରୁ ଅଧିକ ରହିବ ବୋଲି ଅନୁମାନ କରାଯାଉଛି ।

author

Related Articles

Leave a Reply

Your email address will not be published. Required fields are marked *