ଜେସିବିରେ ଗଲେ ବର

ଜେସିବିରେ ଗଲେ ବର

ଗୁଜରାଟ : ଆପଣମାନେ ଜାଣିଥିବେ ବା ଦେଖିଥିବେ ଆଜିକାଲି ବିବାହ କରିବାକୁ ବର କାର୍‌, ହାତୀ, ଘୋଡ଼ାଗାଡ଼ି, ବାଇକ୍, ହେଲିକପ୍ଟରରେ ଆସୁଥିବାର। କିନ୍ତୁ କେବେ କଉଠି ଦେଖିଛନ୍ତି କି ବର ଜେସିବିରେ ବିବାହ କରିବାକୁ ଯିବା । ତେବେ ଦର୍ଶକ ବନ୍ଧୁ ଏହା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଛି ନା ହେଲେ ଏହା ସତ । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ।

ଗୁଜରାଟର ନବସାରୀର ଚିଖଲିରୁ ଜଣେ ବର ଜେସିବି ଚଢ଼ି ବିବାହ କରିବାକୁ ଯାଉଛନ୍ତି। ଆଉ ସେ ହେଉଛନ୍ତି କେୟୁର ପଟେଲ । ଯେଉଁଠାରେ କେୟୁର ତାଙ୍କ ବିବାହ ପାଇଁ ଜେସିବିରେ କନ୍ୟାଙ୍କ ଘରେ ପହଞ୍ଚିଥିଲେ। ଫୁଲରେ ଅତି ସୁନ୍ଦରଭାବେ ସଜାଯାଇଥିବା ଜେସିବି ଚଢ଼ି ଆସିଥିବା ବରଙ୍କୁ ଦେଖିବା ପାଇଁ ଅନେକ ଲୋକ ଏକାଠି ହୋଇଥିଲେ। କେବଳ ସେତିକି ନୁହେଁ  ବିବାହ ଦେଖିବାକୁ ଆସିଥିବା ଅତିଥିମାନେ ଆଶ୍ଚର‌୍ୟ୍ୟ ହୋଇଯାଇଥିଲେ।

author

Related Articles

Leave a Reply

Your email address will not be published. Required fields are marked *