ପ୍ରେମ ପାଇଁ ଗୋଟେ ସପ୍ତାହ

ପ୍ରେମ ପାଇଁ ଗୋଟେ ସପ୍ତାହ

ପ୍ରେମ, ଅଢେଇ ଅକ୍ଷର ଏହି ପ୍ରେମରେ ଭରି ରହିଛି ଅନେକ ମହତ୍ୱ । କଥାରେ  ଅଛି ପ୍ରେମ ଶାଶ୍ୱତ ଏବଂ ଚିରନ୍ତନ । ପ୍ରେମ ମାନେ ନାହିଁ କୌଣସି ରିତୀ ନିତୀ, ଜାତି ଧର୍ମ , ଉଚ୍ଚ ନୀଚ ଓ ଧନୀ କି ଗରିବ । ସବୁଠୁ ବଡ଼ କଥା ହେଉଛି ପ୍ରେମୀ ଯୁଗଳଙ୍କ ପାଇଁ ଉତ୍ସର୍ଗୀ କୃତ ଏହି ମାସ । ପ୍ରେମୀ ଯୁଗଳଙ୍କ ପାଇଁ ଏହି ମାସରେ ବିଶେଷ ମହତ୍ୱ ରହିଛି । ଭାଲେଣ୍ଟାଇନ ସପ୍ତାହ ଆଜିଠୁ ଆରମ୍ଭ ହୋଇ ୧୪ ଫେବୃଆରୀ ପର‌୍ୟ୍ୟନ୍ତ ଚାଲିଥାଏ । ଏହି  ସପ୍ତାହକ ଯାକ ପ୍ରେମ ସପ୍ତାହ ହୋଇଥିବାରୁ  ଆଜି ହେଉଛି  ପ୍ରଥମ ଦିନ ‘ରୋଜ୍ ଡେ’ ।

ପ୍ରେମୀ ଯୁଗଳଙ୍କ ମଧ୍ୟରେ ଗୋଲାପ ଦିଆନିଆ ଭାଲେଣ୍ଟାଇନ ସପ୍ତାହର ପ୍ରତ୍ୟେକ ଦିନର ଭିନ୍ନ ଭିନ୍ନ ଅର୍ଥ ଥାଏ। ଯେଉଁ ଦମ୍ପତିମାନେ ପ୍ରେମ ବ୍ୟକ୍ତ କରନ୍ତି ସେମାନେ ଉତ୍ସାହର ସହିତ ଭାଲେଣ୍ଟାଇନ ସପ୍ତାହକୁ ଅପେକ୍ଷା କରିଥାନ୍ତି ।

ଭାଲେଣ୍ଟାଇନ ସପ୍ତାହର ଆଜି ହେଉଛି ପ୍ରଥମ ଦିନ । ଆଜି ଦିନକୁ ରୋଜ ଦିବସ ରୂପେ ପାଳନ କରାଯାଉଛି । ଏହି ଦିନ ପ୍ରେମୀଯୁଗଳ ପରସ୍ପରକୁ ଗୋଲାପ ଫୁଲ ପ୍ରଦାନ କରି ନିଜ ପ୍ରେମକୁ ପରିପ୍ରକାଶ କରିଥାନ୍‌ତି । ସେହିପରି ଫେବୃଆରୀ ୮ ହେଉଛି ପ୍ରପ୍ରୋଜ ଡେ । ଭାଲେଣ୍ଟାଇନ ସପ୍ତାହର ଦ୍ୱିତୀୟ ଦିନକୁ ପ୍ରପୋଜ ଡେ ଭାବେ ପାଳନ କରାଯାଏ । ଏହି ଦିନ ପ୍ରେମୀ ଯୁଗଳ ସେମାନଙ୍କ ହୃଦୟର କଥା ଭଲ ପାଉଥିବା ମଣିଷକୁ କହିଥାନ୍ତି ।

ତେବେ ଯଦି ଆପଣ କାହାକୁ ଭଲପାଉଛନ୍ତି ତାହାଲେ ଆପଣ ତାଙ୍କୁ ନିଜ ହୃଦୟ କଥା ଖୋଲି କହିବା ପାଇଁ ପ୍ରପୋଜ ଡେ ହେଉଛି ସର୍ବୋତ୍ତମ ଦିନ । ଭାଲେଣ୍ଟାଇନ ସପ୍ତାହର ତୃତୀୟ ଦିନ ବା ଫେବୃଆରୀ ୯ ହେଉଛି ଚକୋଲେଟ ଡେ । ଏହି ଦିନ, ପ୍ରେମୀ ଯୁଗଳ ପରସ୍ପରକୁ ଚକୋଲେଟ ଉପହାର ଦିଅନ୍ତି ଯାହା ଦ୍ୱାରା ସେମାନଙ୍କ ପ୍ରେମର ମଧୁରତା ଏହି ଚକୋଲେଟ ପରି ହୋଇ ରହିଥାଏ । ସେହିପରି ଫେବୃଆରୀ ୧୦, ଟେଡି ଡେ ଭାବେ ପାଳନ କରାଯାଏ । 

ଭାଲେଣ୍ଟାଇନ ସପ୍ତାହର ଚତୁର୍ଥ ଦିନରେ ଟେଡି ଡେ ପାଳନ କରାଯାଏ। ଏହି ଦିନ, ପ୍ରେମୀ ଯୁଗଳ ପରସ୍ପରକୁ ପ୍ରେମର ସଙ୍କେତ ଭାବରେ ଟେଡି ଉପହାର ଦିଅନ୍ତି । ଫେବୃଆରୀ ୧୧ କୁ ପ୍ରମିସ୍ ଡେ ଅର୍ଥାତ୍ ପ୍ରତିଜ୍ଞା ଦିବସ ଭାବେ ପାଳନ କରାଯାଏ । ଭାଲେଣ୍ଟାଇନ ସପ୍ତାହର ପଞ୍ଚମ ଦିନ ଅତ୍ୟନ୍ତ ସ୍ବତନ୍ତ୍ର । ଏହି ଦିନ ପ୍ରେମୀ ଯୁଗଳ ପରସ୍ପରକୁ ଭଲ ପାଇବାକୁ ପ୍ରତିଶ୍ରୁତି ପ୍ରଦାନ କରିଥିବା ବେଳେ ଫେବୃଆରୀ ୧୨ ଅର୍ଥାତ୍ ଭାଲେଣ୍ଟାଇନ ସପ୍ତାହର ଷଷ୍ଠ ଦିନକୁ ହଗ୍ ଡେ ବା ଆଲିଙ୍ଗନ ଦିବସ ଭାବେ ପାଳନ କରାଯାଇଥାଏ।

ଭାଲେଣ୍ଟାଇନ ସପ୍ତାହର ସପ୍ତମ ଦିନ ଅର୍ଥାତ୍ ଫେବୃଆରୀ ୧୩କୁ  କିସ ଡେ ବା ଚୁମ୍ବନ ଦିବସ ଭାବେ ପାଳନ କରାଯାଏ । ଆୁ ସପ୍ତାହର ଶେଷ ଦିନ ଅର୍ଥାତ୍ ଫେବୃଆରୀ ୧୪କୁ  ଭାଲେଣ୍ଟାଇନ୍ସ ଡେ ଦିନ ଭାବେ ପାଳନ କରାଯାଏ । ଏହି ଦିନ ପ୍ରେମୀଯୁଗଳ ପରସ୍ପର ସହ ଅଧିକ ସମୟ ବିତାଇଥାଆନ୍ତି ।

author

Related Articles

Leave a Reply

Your email address will not be published. Required fields are marked *