ନାର୍କୋ ଟେଷ୍ଟ ପାଇଁ ଗୁଜୁରାଟ ଗଲା ଗୋପାଳ

ନାର୍କୋ ଟେଷ୍ଟ ପାଇଁ ଗୁଜୁରାଟ ଗଲା ଗୋପାଳ

ଗୁଜୁରାଟ : ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ଘଟଣା ସାରା ରାଜ୍ୟକୁ ହଲାଇ ଦେଇଥିବାବେଳେ ଅଭିଯୁକ୍ତ ଗୋପାଳ ଦାସ କାହିଁକି ହତ୍ୟା କରିଥିଲା ସେନେଇ ଏଯାବତ୍ କୌଣସି ତଥ୍ୟ ପାଇଁ ପାରିନାହିଁ ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଟିମ୍ । ତେବେ ଏହି ହତ୍ୟା ପଛରେ ସତ ଜାଣିବା ପାଇଁ ଗୋପାଳର ନାର୍କୋ ଟେଷ୍ଟ କରିବ କ୍ରାଇମବ୍ରାଞ୍ଚ ।ସେଥିପାଇଁ ତାଙ୍କୁ ବୁଧବାର ସନ୍ଧ୍ୟାରେ ଝାରସୁଗୁଡା ବିମାନରରୁ ଗୁଜୁରାଟ ଗାନ୍ଧିନଗରକୁ ନିଆଯାଇଛି ।ନାର୍କୋ ଟେଷ୍ଟ ପାଇଁ ଓଡିଶାରେ ବ୍ୟବସ୍ଥା ନଥିବାରୁ ତାଙ୍କୁ ଗୁଜୁରାଟ ନିଆଯାଇଛି ।

ସୂଚନାଯୋଗ୍ୟ ଯେ ବ୍ରଜରାଜନଗରରେ ଆୟୋଜିତ କାର୍ଯ୍ୟକ୍ରମକୁ ଯାଉଥିବା ବେଳେ ଗାନ୍ଧି ଛକ ନିକଟରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଉପରେ ଗୁଳି କରିଥିଲେ ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ ଏଏସ୍ଆଇ ଗୋପାଳ ଦାସ ।ଗରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତକରାଯାଇଥିଲା ।ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଉୁବନେଶ୍ୱର ଆପୋଲ୍ ହସ୍ପଟାଲକୁ ଏୟାର ଲିପ୍ଟି କରାଯାଇଥିଲା । ମାତ୍ର କିଛି ଘଣ୍ଟାପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ରାଜ୍ୟ ରାଜନୀତିରେ ଘଟିଥିବା ଏହି ଲୋମହର୍ଷଣକାରୀ ଗଟଣାକୁ ନେଇ ହଇଚଇ ସୁଷ୍ଟି ହୋଇଥିଲ । ମାମଲା ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦେଇଥିଲେ ରାଜ୍ୟ ସରକାର ।

କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ଝାରସୁଗୁଡାରେ ତଦନ୍ତ କରୁଛନ୍ତି । ଅଭିଯୁକ୍ତ ଗୋପାଳଙ୍କୁ ଜେରା ମଧ୍ୟ କରୁଛନ୍ତି ।ଏହି ମାମଲାରେ ରାଜ୍ୟ ସରକାର ଝାରସୁଗୁଡା ଏସପି ,ବ୍ରଜରାଜନଗର ଏସଡିପିଓ ଓ ଗାନ୍ଧି ଛକ ଫାଣ୍ଡି ଅଧିକାରୀଙ୍କୁ ବଦଳି କରାଯାଇଛି । ଅନ୍ୟପକ୍ଷରେ ଗୋପାଳଙ୍କୁ କ୍ରାଇମବ୍ରାଞ୍ଚରିମାଣ୍ଡରେ ନେଇ ଘନ ଘନ ଜେରା କରୁଛି ।ମଙ୍ଗଳବାର ଗୋପାଳଙ୍କୁ କ୍ରାଇମ୍ ସ୍ପଟ ନିଆଯାଇଥିଲା ମନ୍ତ୍ରୀ ଉପରେ ଗୋପାଳ କେମିତି ଗୁଳି ଫୁଟାଇଥିଲା ତାହାର ଡେମୋ ଦେଖାଇଥିଲା । ହେଲେ କ୍ରାଇମବ୍ରାଞ୍ଚ ଦୁଇ ଥର ରିମାଣ୍ଡରେ ନେଇଥିଲେ ସୁଦ୍ଧା ସେ କାହିଁକି ମନ୍ତ୍ରୀଙ୍କୁ ହତ୍ୟା କଲେ ? କ୍ରାଇମବ୍ରାଞ୍ଚଗୋପାଳଠାରୁ ସତ ବାହର କରିପାରୁନାହି । ତେଣୁ ଗୋପାଳ କୁ ତୃତୀୟ ଥର ପାଇଁ ୫ ଦିନିଆ ରିମାଣ୍ଡରେ ନେଇ ନାର୍କୋ ଟେଷ୍ଟ କରିବା ପାଇଁ ଗୋପାଳକୁ ଗୁଜୁରାଟ ନିଆଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *