ଭୋଜନ ଶୈଳୀ ଜଣାଏ ଏହି ରହସ୍ୟ

ଭୋଜନ ଶୈଳୀ ଜଣାଏ ଏହି ରହସ୍ୟ

ଆପଣମାନେ ଜାଣିଥିବେ ସମସ୍ତଙ୍କ ଭୋଜନ ଶୈଳୀ ସହ ଅନେକ ରହସ୍ୟ ଜଡିତ ହୋଇ ରହିଛି।ଆଉ ସବୁଠୁ ବଡ଼ କଥା ହେଉଛି  ପ୍ରିୟ ଖାଦ୍ୟ, ଜୀବନଶୈଳୀ ସହ ଜଡିତ ଅନେକ ରହସ୍ୟ ଖୋଲିଥାଏ। ଖାଦ୍ୟର ପସନ୍ଦ ଓ ଖାଦ୍ୟ ଖାଇବାର ଶୈଳୀ ବ୍ୟକ୍ତି ଓ ବ୍ୟକ୍ତିତ୍ୱ ବିଷୟରେ ଜଣାପଡିଥାଏ। ଜ୍ୟୋତିଷ ଶାସ୍ତ୍ରରେ ଭୋଜନ ଓ ଏହାର ଶୈଳୀକୁ ନେଇ ଅନେକ କିଛି ବର୍ଣ୍ଣନା କରାଯାଇଛି। ତେବେ ଆସନ୍ତୁ ଜାଣିବା କ’ଣ ରହିଛି ଏହି ଜ୍ୟୋତିଷ ଶାସ୍ତ୍ରରେ ।

ଆପଣ ଏପରି ଅନେକ ଲୋକଙ୍କୁ ଦେଖିଥିବେ, ଯେକି କମ୍ ପରିମାଣରେ ଖାଦ୍ୟ ଖାଆନ୍ତି ବା ସେମାନେ ଅଧିକ ଖାଦ୍ୟ ଲୋଭୀ ମଧ୍ୟ ହୋଇ ନଥାଆନ୍ତି। ତେବେ  ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏଭଳି ଲୋକେ ନିଜକୁ ସର୍ବଦା ସମସ୍ତ ପରିସ୍ଥିତିରେ ନିୟନ୍ତ୍ରଣରେ ରହିଥାଆନ୍ତି। କମ୍ ଖାଦ୍ୟ ଖାଉଥିବା ବ୍ୟକ୍ତି ବିଶେଷ ନିଜ ବିଚାର ଓ ଭାବନାକୁ ନିୟନ୍ତ୍ରଣରେ ରଖିବା ତାଙ୍କୁ ଭଲ ଭାବେ ଜଣାଥାଏ। ନିଜ କ୍ରୋଧ ଉପରେ ମଧ୍ୟ ସହଜରେ ନିୟନ୍ତ୍ରଣ ରଖିଥାଆନ୍ତି। ଏବଂ ଏମାନେ ଅଧିକାଂଶ ଉଚ୍ଚ ପଦବୀ ପ୍ରାପ୍ତ କରୁଥିବା ଦେଖାଯାଏ।

କେବ, ଏତିକି ନୁହେଁ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଯେଉଁମାନଙ୍କର ଶୀଘ୍ର ଶୀଘ୍ର ଭୋଜନ କରିବାର ଅଭ୍ୟାସ ରହିଛି, ସେମାନେ ଖୁବ ଚଞ୍ଚଳ ସ୍ୱଭାବର ବୋଲି କୁହାଯାଏ। ଅତି ଶୀଘ୍ର ଅପେକ୍ଷା ଶୀଘ୍ର ଭୋଜନ କରିବା ଏକ ଉତ୍ତମ ଅଭ୍ୟାସ ବୋଲି କୁହାଯାଏ। ମାତ୍ର ଖାଦ୍ୟକୁ ସଠିକ୍ ଶୈଳୀ ଓ ସଠିକ୍ ସମୟ ନଦେବା ଦ୍ୱାରା ଅନ୍ନର ଅବମାନନା ହୋଇଥାଏ ବୋଲି ଧ୍ଞ କୁହାଯାଏ।ସେଥିର୍ପାି  ଶୀଘ୍ର ଖାଦ୍ୟ ଖାଉଥିବା ବ୍ୟକ୍ତି ବିଶେଷ ମହତ୍ତ୍ୱକାଂକ୍ଷୀ ହୋଇଥାଆନ୍ତି।

ସେହିପରି ଶାସ୍ତ୍ର ଅନୁଯାୟୀ, ଧିରେ-ଧିରେ ଖାଦ୍ୟ ଖାଉଥିବା ବ୍ୟକ୍ତିଙ୍କର ଅପେକ୍ଷା କରିବାର ଅଭ୍ୟାସ ବହୁତ ଅଧିକ। ଏମାନେ ଭାବିଚିନ୍ତି ନିଷ୍ପତ୍ତି ନେଇଥାଆନ୍ତି। ଭୁଲ୍ କରିବାରୁ ଅନେକ ସମୟରେ ନିଜକୁ ରୋକି ନେଇ ଥାଆନ୍ତି। ଏମାନେ ଖୁବ ପରିଶ୍ରମୀ ଓ ସରଳ ଜୀବନ ଅତିବାହିତ କରିବାରେ ବିଶ୍ୱାସ ରଖିଥାଆନ୍ତି।

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଯେଉଁମାନଙ୍କର ଅତି ଭଦ୍ର ଏବଂ ସଠିକ୍ ଶୈଳୀରେ ଖାଦ୍ୟ ଖାଇବାର ଅଭ୍ୟାସ ଅଛି, ସେମାନେ ନିଜ ଜୀବନରେ କୌଣସି ପ୍ରକାରର ସମୟରେ ଭୟ କରନ୍ତି ନାହିଁ। ସେମାନେ ଗ୍ରହଣ କରୁଥିବା ଖାଦ୍ୟ ସମାପ୍ତ କରିବା ପରେ ହିଁ ଉଠିଥାଆନ୍ତି। ଏହିପରି ଲୋକମାନେ ଏକ ରୋମାଞ୍ଚକର ଜୀବନଯାପନରେ ଅଭ୍ୟାସ ରଖିଥାଆନ୍ତି।

author

Related Articles

Leave a Reply

Your email address will not be published. Required fields are marked *