ତୋଷାଳୀ ମେଳାର ନବମ ସନ୍ଧ୍ୟା

ତୋଷାଳୀ ମେଳାର ନବମ ସନ୍ଧ୍ୟା

ଭୁବନେଶ୍ୱର : ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ଆୟୋଜିତ ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳାର ନବମ ସନ୍ଧ୍ୟା  । ଏଥିରେ ମୁଖ୍ୟ ଅତିଥି ଭାବରେ ୱାଲାର୍ ସ୍କିଲ ସେଣ୍ଟର୍ର ମୁଖ୍ୟ ନିର୍ବାହୀ ଅଧିକାରୀ ଅଳକା ମିଶ୍ର, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ସ୍ୱତନ୍ତ୍ର ସଚିବ ଶ୍ରୀକାନ୍ତ ପୃଷ୍ଟି ଏବଂ ହସ୍ତଶିଳ୍ପ ନିର୍ଦ୍ଦେର୍ଶକ ଶ୍ୟାମଭକ୍ତ ମିଶ୍ର ଯୋଗଦେଇ ଥିଲେ । ସାଂସ୍କୃତିକ କାର୍ୟ୍ୟକ୍ରମରେ ବିଭିନ୍ନ ରାଜ୍ୟର ନୃତ୍ୟଶିଳ୍ପୀମାନେ ନୃତ୍ୟ ପରିବେଷଣ କରିଥିଲେ ।

ମହାରାଷ୍ଟ୍ରର ଆମ୍ରପଲ୍ଲି ଗ୍ରୁପ ଲାବଣୀ ଓ ଗୋନଧଡ୍ ନୃତ୍ୟ ପରିବଷଣ କରିଥିବାବେଳେ ପଞ୍ଜାବର ରୁପେନ୍ଦର୍ ଡ୍ୟାନସ୍ ଗ୍ରୁପ ଓ ବିରାସତ୍ କଲଚର ସୋସାଇଟି, ଧନଉଲା ଭାଙ୍ଗରା ଡାନ୍ସରେ ଜନତାଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ଝାଡ଼ଖଣ୍ଡର ପୁରୁଲିଆ ଛଉ ଡାନ୍ସ ଏକାଡେମୀ ଅନନ୍ୟ ଓ ଚିତ୍ତାକର୍ଷକ ପୁରୁଲିଆ ଛଉ ନୃତ୍ୟରେ ଦର୍ଶକମାନଙ୍କର ଭରପୂର ମନୋରଞ୍ଜନ କରିଥିଲେ ।

author

Related Articles

Leave a Reply

Your email address will not be published. Required fields are marked *