ଓଜେଇଇ ପାଇଁ ଏମିତି କରନ୍ତୁ ଆବେଦନ

ଓଜେଇଇ ପାଇଁ ଏମିତି କରନ୍ତୁ ଆବେଦନ

ଭୁବନେଶ୍ୱର : ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଓଜେଇଇ ପାଇଁ ଜାରି ହେଲା ସୂଚନା । ଆସନ୍ତା ମେ’ ପ୍ରଥମ ଓ ୨ୟ ସପ୍ତାହରେ ଅନୁଷ୍ଠିତ ହେବ ଓଜେଇଇ ପରୀକ୍ଷା । ରାଜ୍ୟରେ ଥିବା ସମସ୍ତ ସରକାରୀ ଏବଂ ଘରୋଇ ବିଶ୍:ବିଦ୍ୟାଳୟ ଓ କଲେଜରେ ବି.ଫାର୍ମା, ଏମ.ଫାର୍ମା, ବି.କାର୍ଟ, ବା କମ୍ପ୍ୟୁଟର ସାଇନ୍ସ, ଏମବିଏ, ଇଣ୍ଟିଗ୍ରେଟେଡ ଏମବିଏ, ଲାଟେରାଲ ଏଣ୍ଟ୍ରି ବି. ଫର୍ମା, ଏମଟେକ, ଏମ.ଆର୍କ, ଏମ ପ୍ଲାନ, ଏମ.ଏସସି, ଲାଟେରାଲ ଏଣ୍ଟ୍ରି, ଓ ବି.ଟେକ ଆଦି ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଏହି ପ୍ରବେଶିକା ପରୀକ୍ଷା କରାଯିବ ।

ଏହି ପରୀକ୍ଷା କମ୍ପ୍ୟୁଟର ବେସଡ ହେବ । ତେବେ ଏହା ବାବଦରେ ଅଧିକ ସୂଚନାପାଇଁ ଛାତ୍ରଛାତ୍ରୀ ଓଜେଇଇର : ୱେବେସାଇଟ ଙ୍ଗଙ୍ଗଙ୍ଗ.କ୍ଟହରର.ଦ୍ଭସମ.ସଦ୍ଭ ରୁ ତଥ୍ୟ ପାଇ ପାରିବେ ।ଫେବ୍ରୁଆରୀ ୧୦ରୁ ମାର୍ଚ୍ଚ ୨୦ ଭିତରେ ଏହି ଛାତ୍ରଛାତ୍ରୀ ଆବେଦନ କରିପାରିବେ ବୋଲି ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ ସୂଚନା ଦେଇଛନ୍ତି । ସବୁଠୁ ବଡ଼ କଥା ହେଉଛି ଅନ୍ୟ ରାଜ୍ୟର ଛାତ୍ରଛାତ୍ରୀମାନେ ଏହି ପରୀକ୍ଷା ମାଧ୍ୟମରେ ଓଡ଼ିଶା ସରକାରୀ ଶିକ୍ଷାନୁଷ୍ଠାନରେ ନାମ ଲେଖାଇବା ପାଇଁ ଯୋଗ୍ୟତା ହାସଲ କରିପାରିବେ ନାହିଁ ।

ସେମାନେ କେବଳ ଘରୋଇ ଶିକ୍ଷାନୁଷ୍ଠାନରେ ନାମ ଲେଖାଇ ପାରିବେ । ଓଡ଼ିଶା ସରକାରୀ କଲେଜରେ ନାମ ଲେଖାଇବା ପାଇଁ ବହାର ରାଜ୍ୟ ପିଲାଙ୍କୁ ସର୍ବ ଭାରତୀୟ ସ୍ତରରେ ହେଉଥିବା ଓଜେଇଇ ମେନ ପରୀକ୍ଷା ଦେବାକୁ ପଡିବ ।

author

Related Articles

Leave a Reply

Your email address will not be published. Required fields are marked *