ସୁସ୍ଥ ହେଲେ ପନ୍ତ ଫଟୋ ହେଲା ଭାଇରାଲ

ସୁସ୍ଥ ହେଲେ ପନ୍ତ ଫଟୋ ହେଲା ଭାଇରାଲ

ନୂଆଦିଲ୍ଲୀ : ଷ୍ଟାର ଇଣ୍ଡିଆ ବ୍ୟାଟର ଋଷଭ ପନ୍ତଙ୍କର ଏକ ଫଟୋ ସାମ୍ନାକୁ ଆସିଛି। ଗତବର୍ଷ ଡିସେମ୍ବରରେ ଭୟଙ୍କର କାର୍ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ପନ୍ତ ନିକଟରେ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ। ଏବେ ସେ ଧୀରେଧୀରେ ଆରୋଗ୍ୟ ହେଉଥିବା ଜଣାପଡ଼ିଛି।

ନିଜେ ପନ୍ତ ଫଟୋ ସେୟାର କରି କେମିତି ଆଶାବାଡ଼ି ଧରି ଚାଲୁଛନ୍ତି ଓ ଛିଡ଼ା ହେଉଛନ୍ତି, ସେକଥା ସମସ୍ତଙ୍କୁ ଜଣାଇବାକୁ ଚେଷ୍ଟା କରିଛନ୍ତି। ସେ ଫଟୋକୁ ଟ୍ୱିଟ କରିବା ସହ ଲେଖିଛନ୍ତି ଯେ “ୱାନ ଷ୍ଟେପ ଫରୱାର୍ଡ, ୱାନ ଷ୍ଟେପ ଷ୍ଟ୍ରଙ୍ଗର, ୱାନ ଷ୍ଟେନ ବେଟର।” ଆଉ ତାଙ୍କ ତାଙ୍କ ଟ୍ୱିଟ ଏବେ ଭାଇରାଲ ହେବାରେ ଲାଗିଛି।

ତେବେ ସେ ସୁସ୍ଥ ହେଉଥିବାରୁ ଏପରି ଟ୍ୱିଟ କରିଥିବା ଫ୍ୟାନ୍ସ କହିବାରେ ଲାଗିଛନ୍ତି। ଏଥିସହ କିଛି ଫ୍ୟାନ୍ସ ପନ୍ତ କେମିତି ତୁରନ୍ତ ସୁସ୍ଥ ହୋଇ ପଡ଼ିଆକୁ ଓହ୍ଲାଇବେ, ସେନେଇ ମଧ୍ୟ ପ୍ରାର୍ଥନା କରୁଥିବା ଜଣାପଡ଼ିଛି ।

author

Related Articles

Leave a Reply

Your email address will not be published. Required fields are marked *