ଦେଶରେ ମ୍ୟାନୁଫ୍ୟାକ୍ଚରିଂ ହବ୍ ହେବ ଓଡ଼ିଶା

ଦେଶରେ ମ୍ୟାନୁଫ୍ୟାକ୍ଚରିଂ ହବ୍ ହେବ ଓଡ଼ିଶା

ଭୁବନେଶ୍ୱର : ଦେଶରେ ମ୍ୟାନୁଫ୍ୟାକ୍ଚରିଂ ହବ୍ ହେବ ଓଡ଼ିଶା । ମେକ୍ ଇନ୍ ଓଡ଼ିଶା କାର୍ୟ୍ୟକ୍ରମ ଏକ ନିରନ୍ତର ପ୍ରକ୍ରିୟା । ଏହା ବର୍ଷ ତମାମ ଜାରି ରହିଛି । କିଛି ଦିନ ତଳେ କୋଲକାତାରେ ନିବେଶକ ସମ୍ମିଳନୀ ହୋଇଥିଲା । ଓଡ଼ିଶା ଆସିବା ଲାଗି ନିବେଶକ ଓ ଶିଳ୍ପପତିଙ୍କ ମନରେ ଉତ୍ସାହ ରହିଛି । ଯେଉଁମାନଙ୍କ ସହ ଆଲୋଚନା ହୋଇଛି ସେମାନଙ୍କ ମଧ୍ୟରୁ ୭୦ ପ୍ରତିଶତ ନିବେଶକ ଓଡ଼ିଶା ଆସିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ ।

ଆଇପିଆର ୨୨ର ଅପରେସନ ଗାଇଡଲାଇନ ଜାରି କରାଯାଉଛି । ନିକଟରେ କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଗସ୍ତ କରି ଶିଳ୍ପ ପ୍ରତିଷ୍ଠା ନେଇ ବିଭିନ୍ନ ଆନୁଷଙ୍ଗିକ ବ୍ୟବସ୍ଥା ଉପରେ ଜିଲ୍ଲାପାଳଙ୍କ ସହିତ ଆଲୋଚନା ହୋଇଛି । ଶିଳ୍ପ ପ୍ରତିଷ୍ଠା ଲାଗି ୧୦ ଲକ୍ଷ ୪୮ ହଜାର କୋଟି ପ୍ରସ୍ତାବ ଆସିଛି । ସେଥିମଧ୍ୟରୁ ୧ ଲକ୍ଷ ୫୩ ହଜାର ନିବେଶ ପ୍ରସ୍ତାବର ମଞ୍ଜୁରୀ ଦିଆଯାଇଛି  ବୋଲି କହିଛନ୍ତି ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ ।

author

Related Articles

Leave a Reply

Your email address will not be published. Required fields are marked *