ବଦଳିଲେ ୧୨ ରାଜ୍ୟର ରାଜ୍ୟପାଳ ଓ ଉପରାଜ୍ୟପାଳ

ବଦଳିଲେ ୧୨ ରାଜ୍ୟର ରାଜ୍ୟପାଳ ଓ ଉପରାଜ୍ୟପାଳ

ନୂଆଦିଲ୍ଲୀ: ବଦଳିଲେ ୧୨ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ରାଜ୍ୟପାଳ ଓ ଉପରାଜ୍ୟପାଳ । ନୂଆ ରାଜ୍ୟପାଳ ଓ ଉପରାଜ୍ୟପାଳଙ୍କୁ ନିଯୁକ୍ତି ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ପଦରେ ଥିବା ବିଶ୍ବଭୂଷଣ ହରିଚନ୍ଦନ ହେଲେ ଛତିଶଗଡ଼ ଗଭର୍ଣ୍ଣର । ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ହେଲେ ପୂର୍ବତନ ଜଷ୍ଟିସ ଏସ. ଅବଦୁଲ ନଜୀର । ଜଷ୍ଟିସ ଅବଦୁଲ ନାଜିର ଗତ ମାସରେ ସୁପ୍ରିମକୋର୍ଟରୁ ଅବସର ନେଇଥିଲେ । ବିଦାୟ ନେବା ବେଳେ ବିମୁଦ୍ରୀକରଣକୁ ଯଥାର୍ଥ ବୋଲି ରାୟ ଶୁଣାଇଥିଲେ । ସେହିପରି ଅଯୋଧ୍ୟା ମାମଲାରେ ରାୟ ଶୁଣାଇ ଥିବା ବେଞ୍ଚରେ ମଧ୍ୟ ବିଚାରପତି ଥିଲେ ଅବଦୁଲ ନାଜିର ।ହେଳେ ରାଷ୍ଟ୍ରପତି ତାଙ୍କୁ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତି ଦେଇଛନ୍ତି ।

ସେହିପରି ଝାଡ଼ଖଣ୍ଡ ରାଜ୍ୟପାଳ ହେଲେ ସିପି ରାଧାକ୍ରିଷ୍ଣନ । ଅରୁଣାଚଳ ପ୍ରଦେଶ ରାଜ୍ୟପାଳ ଥିବା ବ୍ରିଗେଡିୟର ବିଡି ମିଶ୍ରଙ୍କୁ ଲଦାଖ ଉପରାଜ୍ୟପାଳ ଭାବେ ନିଯୁକ୍ତି ମିଳିଛି । ଶିବପ୍ରସାଦ ଶୁକ୍ଳା ହିମାଚଳ, ଗୁଲାବ ଚାନ୍ଦ କଟାରିୟାଙ୍କୁ ଆସାମ ଦାୟିତ୍ବ ମିଳିଛି । ମହାରାଷ୍ଟ୍ର ରାଜ୍ୟପାଳ ଭଗବନ୍ତ ସିଂହ କୋସୟାରିଙ୍କ ଇସ୍ତଫାକୁ ଗ୍ରହଣ କଲେ ରାଷ୍ଟ୍ରପତି ।

ଲେଫ୍ଟନାଣ୍ଟ ଜେନେରାଲ କୈବଲ୍ୟ ତ୍ରିବିକ୍ରମ ପରନାଇକଙ୍କୁ ଅରୁଣାଚଳ ପ୍ରଦେଶର ରାଜ୍ୟପାଳ, ଛତିଶଗଡ଼ ରାଜ୍ୟପାଳ ଅନୁସୟା ଉଇକେଙ୍କୁ ମଣିପୁର, ମଣିପୁର ରାଜ୍ୟପାଳ ଏଲ. ଗଣେଶନଙ୍କୁ ନାଗାଲାଣ୍ଡ, ବିହାର ରାଜ୍ୟପାଳ ଫାଗୁ ଚୌହାନଙ୍କୁ ମେଘାଳୟ ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଛି । ହିମାଚଳ ପ୍ରଦେଶ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ବନାଥ ଆଲେର୍କରଙ୍କୁ ବିହାର ଏବଂ ଝାରଖଣ୍ଡ ରାଜ୍ୟପାଳ ରମେଶ ବେସଙ୍କୁ ମହାରାଷ୍ଟ୍ର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *