ଢେଙ୍କାନାଳ : ଜଙ୍ଗଲକୁ ଶିକାର କରିବାକୁ ଯିବା ପଡ଼ିଲା ମହଙ୍ଗା । ଜନ୍ତୁ ଶିକାର ସମୟରେ ତିନିଜଣ ଜନ୍ତୁ ଶିକାରୀଙ୍କୁ ଗିରଫ କଲା ବନବିଭାଗ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ହିନେ୍ଦାଳ ବ୍ଲକ୍ ପଡ଼ା ଗାଁରେ । ସେହି ଗାଁର ଲିଙ୍କନ ସେଠି, ଦୁଷ୍ମନ୍ତ ସାହୁ, ଗୁମାନି ସେଠି ଜଙ୍ଗଲକୁ ଶିକାର ପାଇଁ ଯାଇଥିବା ସମୟରେ ବନ ବିଭାଗ କୌଣସି ସୂତ୍ରରୁ ଖବର ପାଇ ବନାଞ୍ଚଳ ଅଧିକାରୀ ଲୋହିତ କୁମାର ରଥ ଚଢାଉ କରିଥିଲେ ଓ ସେହିଠାରେ ବନବିଭାଗ ଅତର୍କିତ ଭାବେ ଚଢ଼ାଉ କରିବା ସହ ତିନିଜଣ ଆସାମୀ ସହିତ ବନ୍ଧୁକ ଓ କିଛି ସାମଗ୍ରୀ ଜବତ କରିଥିଲେ ।
You can share this post!
author