ଭଲିବଲ ଟ୍ରୁନାମେଣ୍ଟ ଉଦଜ୍ଜାପିତ 

ଭଲିବଲ ଟ୍ରୁନାମେଣ୍ଟ ଉଦଜ୍ଜାପିତ 

ଯାଜପୁର : ଓଡ଼ିଶାର  ଯାଜପୁର ଜିଲ୍ଲାର ରସୁଲପୁର ବ୍ଲକ ଅନ୍ତର୍ଗତ ବ୍ରହ୍ମବରଦା ଇସଲାମ ନଗଠାରେ ଆଜି ଦିବା ରାତ୍ର ଭଲିବଲ ଖେଳ ଉଦଜ୍ଜାପନ ହୋଇଯାଇଛି  । ଏହି ଉଦଜ୍ଜାପନି ଦିବସରେ ଭାରତ ବର୍ଷର କୋଣ ଅନୁକୋଣରୁ ଭଲିବଲ ଦଳ ଭାଗ ନେଇ ଥିଲେ ଜ୍ଝ ଓଡ଼ିଶାର ରାଇଜିଂ ଷ୍ଟାର ରାଉରକେଲା, ଡ.ଉ.ରେଲୱେ ଜବଲପୁର ମଧ୍ୟପ୍ରଦେଶ, ଟ.ଚ.ଚ୍ୟାଲେଞ୍ଜର ପତ୍ତରପ୍ରଦେଶ , ହରିୟାଣା କିଂଗ୍ସ ହରିଆଣା   । ମୁଖ୍ୟ ଅତିଥି ସେକ ଇମିତିଆଜ ମହମ୍ମଦ, ରୁହାନି ସ୍ପୋର୍ଟ୍ସର ପ୍ରେସିଡେଣ୍ଟ କମରୁଲ ହକ ଏବଂ ବିଶିଷ୍ଟ ମାନ୍ୟ ଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ  ।

ସମାଜ ସେବୀ ତଥା ଗରିବଙ୍କ ସାଥୀ ସେକ ଇମତିଆଜ ମହମ୍ମଦ ଫିତା କାଟି ଖେଳ ଶୁଭାରମ୍ବ କରିଥିଲେ ଜ୍ଝଖେଳ ଆରମ୍ଭରୁ ଦର୍ଶକ ମାନଙ୍କ ଭିଡ଼ ଦେଖିବାକୁ ମିଳଥିଲା   । ପ୍ରଥମେ ଡଉ ରେଲୱେ ଜବଲପୁର ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶ ଚ୍ୟାଲେଞ୍ଜର ମିଳିତ ଭାବେ ଖେଳ ଆରମ୍ଭ ହୋଇଥିଲା   । ଏହି ଭଲିବଲ ଟ୍ରୁନାମେଣ୍ଟ ଖେଳଟି ସାରା ଓଡ଼ିଶାରେ ସୁନାମ ଅର୍ଜନ କରିଛି  ।

ପରବର୍ତୀ ସମୟରେ ବ୍ରହ୍ମବରଦା ସରପଞ୍ଚଙ୍କ ପ୍ରତିନିଧି ରାକେଶ ଦେଓ,ମହେଶ୍ୱରପୁରର ପୂର୍ବତନ ସରପଞ୍ଚ ସେକ ଆବୁଲ୍ଲା,୩୬ ନମ୍ବର ଜୋନର ଜିଲ୍ଲା ପରିଷଦ  ଭାରତୀ ବିଶ୍ୱାଳ, ପୂର୍ବତନ ଜିଲ୍ଲାପରିଷଦ ଆରତୀ ଦେଓ, ସମାଜ ସେବୀ ମଣ୍ଟୁ ଦାସ,ସମାଜ ସେବୀ ଜୁଲିଫିକର ଅଲ୍ଲୀ, ସମାଜ ସେବୀ ସେକ ସାଇମା ଯୋଗ ଦେଇଥିଲେ।  

author

Related Articles

Leave a Reply

Your email address will not be published. Required fields are marked *