ସମ୍ବଲପୁର : ଅଜଣା ଗାଡ଼ିଧକ୍କାରେ କନେଷ୍ଟବଳଙ୍କ ମୃତୁ୍ୟ ହୋଇଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ୫୫ନଂ ଜାତୀୟ ରାଜପଥ ରେଢ଼ାଖୋଲ ଚାରମାଳ ମଦଭାଟି ସାମ୍ନାରେ । ସକାଳ ୧୦ ଟା ସମୟରେ ଘଟିଛି ଏହି ଦୁର୍ଘଟଣା । ମୃତ କନେଷ୍ଟବଳ ଜଣଙ୍କ ହେଲେ ରେଢ଼ାଖୋଲ ବ୍ଲକ୍ ଅନ୍ତର୍ଗତ କୁକୁଡ଼ାବାହାଲ ପଞ୍ଚାୟତ, ସାନନୁଆପଡା ୠାଁର ଦିଲିପ ସ୍ବାଇଁ । ମିଳିଥିବା ସୂଚନା ଅନୁଯାୟୀ ଦିଲିପ ସମ୍ବଲପୁର ଅବକାରୀ ବିଭାଗ ରେ କନେଷ୍ଟବଳ ପଦବୀରେ କାର୍ୟ୍ୟରତ ଥିଲେ ।
ସେଠାରୁ ସେ କିଛି ଦିନପାଇଁ ଘରକୁ ଆସିଥିଲେ ହେଲେ । ଘରୁ ଡ୍ୟୁଟିକୁ ବାହାରି ବାଇକ୍ରେ ସମ୍ବଲପୁର ଯାଉଥିବାବେଳେ ଚାରମାଳ ମଦଭାଟି ସାମ୍ନାରେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇ ଫେରାର୍ ମାରିଥିଲା । ଫଳରେ ଘଟଣାସ୍ଥଳରେ ହିଁ ଦିଲିପ୍ ଙ୍କ ମୃତ୍ୟୁ ହୋଇଥିଲା । ତେବେ ଚାରମାଳ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଏକ ମାମଲା ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ରେଢ଼ାଖୋଲ ଡାକ୍ତରଖାନା କୁ ପଠାଇଛି ।