ଧମକ ଦେଲେ ଅରୁପ

ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ନାଁ ନନେଇ, ତାଙ୍କୁ ଧମକ ଦେଇଛନ୍ତି ବିଜେଡି ନେତା ଅରୁପ ପଟ୍ଟନାୟକ । ଭୁବନେଶ୍ୱର ବିଏମସି କାର‌୍ୟ୍ୟାଳୟ ସାମ୍ନାରେ ଚାଲିଥିବା ବିଜେଡିର ପ୍ରତିବାଦ ସଭାରେ, ଏକ ବିବାଦୀୟ ବୟାନ ରଖିଛନ୍ତି ଅରୁପ ପଟ୍ଟନାୟକ । ଜୟନାରାୟଣ ମିଶ୍ରଙ୍କ ନାଁ ନନେଇ ଅରୁପ କହିଛନ୍ତି- ଯେଉଁ ଲୋକ ଧକ୍କା ମାରୁଥିଲେ ସେ ମୋ ହାବୁଡ଼ରେ ପଡ଼ିନି । ନହେଲେ ଅବସ୍ଥା କ’ଣ ହୋଇଥାନ୍ତା ସେ ଠିକ୍ ଜାଣିଛନ୍ତି । ନିଜେ ଧକ୍କା ମାରି ପୋଲିସ ଧକ୍କା ମାରିଛନ୍ତି ବୋଲି କହୁଛନ୍ତି । କିନ୍ତୁ ଭିଡ଼ିଓ ସମସ୍ତେ ଦେଖିଛନ୍ତି, ସତ କଣ ସମସ୍ତେ ଜାଣିଛନ୍ତି । ତେବେ ଗତକାଲି ସମ୍ବଲପୁର ଜିଲ୍ଲାପାଳଙ୍କ ଅଫିସ ଆଗରେ ବିଜେପିର ବିକ୍ଷୋଭ ବେଳେ ଧନୁପାଲି ମହିଳା ଥାନା ଅଧିକାରୀଙ୍କ ସହ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ଠେଲାପେଲା ହୋଇଥିଲା । ବିଏମସି କାର‌୍ୟ୍ୟାଳୟ ସମ୍ମୁଖରେ ବିଜେଡି କର୍ମକର୍ତ୍ତା ଧାରଣା କାର‌୍ୟ୍ୟକ୍ରମରେ ଯୋଗଦେଇ ମହିଳା ପୁଲିସ ଅଧିକାରୀଙ୍କୁ ଧକ୍କା ମାରିବା ଘଟଣାର ଏଭଳି ଜବାବ୍ ଦେଇଛନ୍ତି ଅରୂପ ପଟ୍ଟନାୟକ।
ଅନ୍ୟପଟେ ସେହି ଘଟଣାକୁ ନେଇ ସାରା ରାଜ୍ୟରେ ଏବେ ତେଜିବାରେ ଲାଗିଛି ବିବାଦ । ଆଜି ଏହି ପ୍ରସଙ୍ଗରେ ବିଜୁ ମହିଳା ଜନତା ଦଳ ପକ୍ଷରୁ ଭୁବନେଶ୍ୱର ଲୋୟର ପିଏମଜିରେ ଧାରଣା ଦିଆଯାଇଛି । ଘଟଣାରେ ଜୟନାରାୟଣଙ୍କ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ପାଇଁ ଦାବି କରିଛି ବିଜେଡି ମହିଳା ଶାଖା । ଖାଲି ସେତିକି ନୁହେଁ ଏପଟେ ବିଜେଡି ମହିଳା ମୋର୍ଚ୍ଚା ବିକ୍ଷୋଭ କରିଥିବା ବେଳେ ସମ୍ବଲପୁର ସର୍କିଟ ହାଉସକୁ ଧସେଇ ପଶିଥିଲେ କିଛି ବିଜେଡି କର୍ମୀ । ସର୍କିଟ ହାଉସରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଥିବା ଖବର ପାଇ ଅନେକ ବିଜେଡି କର୍ମୀ ଯାଇଥିଲେ । ସେଠାରେ ସର୍କିଟ ହାଉସ ଭଙ୍ଗାରୁଜା କରିଛନ୍ତି । ଏନେଇ ଜୟନାରାୟଣ ଅଭିଯୋଗ କରିଛନ୍ତି ।
ଅନ୍ୟପକ୍ଷରେ ବିଜେଡି ମହିଳା ଶାଖାର ଆନ୍ଦୋଳନ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର । ଜୟନାରାୟଣଙ୍କୁ ବିଧାନସଭାରେ ନ ପୁରାଇ ଦେବା ଲାଗି ଏହା ପ୍ରାୟୋଜିତ ଥିଲା ବୋଲି ସେ କହିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *