ବିବାହ ବନ୍ଧନରେ ଅଭିନେତ୍ରୀ ଲିପ୍‌ସା

ଅଭିନେତ୍ରୀ ଲିପ୍‌ସା ମିଶ୍ର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ରବିବାର ମେହେନ୍ଦି ଏବଂ ହଳଦୀ କାର୍ଯ୍ୟକ୍ରମ ସରିଥିବାବେଳେ ସୋମବାର ହାତଗଣ୍ଠି ପଡ଼ିଛି। ଭୁବନେଶ୍ୱର ପଟିଆସ୍ଥିତ କ୍ରିଷ୍ଟାଲ କ୍ରାଉନ୍‌ଠାରେ ବ୍ୟବସାୟୀ ଆକାଶ ଆଚାର୍ଯ୍ୟଙ୍କୁ ଆଡ଼ମ୍ବର ସହକାରେ ବିବାହ କରିଛନ୍ତି ଲିପ୍‌ସା । ଆକାଶ ମେକାନିକାଲ୍‌ ଇଞ୍ଜିନିୟରିଂ ପରେ ମାର୍କେଟିଂରେ ଏମ୍‌ବିଏ ପାଠ ପଢ଼ିଛନ୍ତି। ତେବେ ବର୍ତ୍ତମାନ ସେ ନିଜ ପାରିବାରିକ ବ୍ୟବସାୟର ଦେଖାଶୁଣା କରୁଛନ୍ତି। ତେବେ ଲିପ୍‌ସାଙ୍କ ବିବାହରେ ତାଙ୍କର ଲେହେଙ୍ଗା ଓ ଆକାଶଙ୍କ ସେର୍‌ଓ୍ବାନୀକୁ ନେଇ ବେଶ୍‌ ଚର୍ଚ୍ଚା ହୋଇଥିଲା। ପ୍ରଥମ ଓଲିଉଡ୍‌ ସେଲିବ୍ରିଟି ଭାବେ ଲିପ୍‌ସା ନିଜ ବିବାହରେ ସବ୍ୟସାଚୀଙ୍କ ଲେହେଙ୍ଗା ପିନ୍ଧିଥିଲେ। ଲିପ୍‌ସା ଲାଲ ରଙ୍ଗର ଲେହେଙ୍ଗାରେ ଖୁବ୍‌ ଆକର୍ଷଣୀୟ ଦେଖାଯାଉଥିଲେ। କାରୁକାର୍ଯ୍ୟପୂର୍ଣ୍ଣ ଧଡ଼ିଥିବା ଲେହେଙ୍ଗା ଏବଂ ଓଢ଼ଣୀ ସହ ଚୂଡ଼ା, କଲିରେ ଓ ଭାରି ଗହଣାରେ ସଜେଇ ହୋଇଥିଲେ ଲିପ୍‌ସା। ସେହିପରି ବର ବେଶରେ ଆକାଶ ମଧ୍ୟ ବେଶ୍‌ ଭଲ ଦେଖାଯାଉଥିଲେ। ଆକାଶ ଏକ କ୍ରିମ୍‌ ରଙ୍ଗର ସବ୍ୟସାଚୀ ସେର୍‌ୱାନି ପିନ୍ଧିଥିଲେ ଓ ସିଲ୍‌କ ଫ୍ୟାବ୍ରିକ୍‌ରେ ପ୍ରସ୍ତୁତ ଭାରି ବର୍ଡର ସହ ଜେମ୍‌ ଖଚିତ ଥିବା ଓଢ଼ଣୀ ଧରିଥିଲେ। ବୁଦ୍ଧାଦିତ୍ୟ, ଆକାଶ ଦାସନାୟକ, ଅନୁ ଚୌଧୁରୀଙ୍କ ସମେତ ଓଲିଉଡ଼ର ବହୁ ଅଭିନେତା, ଅଭିନେତ୍ରୀ, କଳାକାର ଓ ବିଶିଷ୍ଟ ବ୍ୟକ୍ତିଙ୍କୁ ଏହି ବିବାହ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା।

author

Related Articles

Leave a Reply

Your email address will not be published. Required fields are marked *