ମା ତାରାତାରିଣୀ ସରସ୍ବତୀ ବେଶ ରେ ଭକ୍ତ ଙ୍କୁ ଦର୍ଶନ ଦେଲେ ମା

ମା ତାରାତାରିଣୀ ସରସ୍ବତୀ ବେଶ ରେ ଭକ୍ତ ଙ୍କୁ ଦର୍ଶନ ଦେଲେ ମା

ପୁରୁଷୋତ୍ତମପୁର, ଗଞ୍ଜାମ,

ଗଞ୍ଜାମ ଜିଲ୍ଲା ର ଅଧିଷ୍ଠାତ୍ରୀ ଦେବୀ ମା ତାରାତାରିଣୀ ଙ୍କ ବିଶ୍ଵପ୍ରସିଦ୍ଧ ଚୈତ୍ର ମଙ୍ଗବାର ଯାତ୍ରା ର ଆଜି ହେଉଛି ତୃତୀୟ ମଙ୍ଗଳବାର l ଆଜି ମା ସରସ୍ବତୀ ଙ୍କ ରୂପରେ ଭକ୍ତ ଙ୍କୁ ଦର୍ଶନ ଦେଇଥିବା ବେଳେ ମାଙ୍କ ପୀଠରେ ଆଜି 5ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି l ଆଦିଶକ୍ତି ମା ଙ୍କ ଏହି ଦୁର୍ଲଭ ବେଶ ଦର୍ଶନ ଲାଗି ମା ଙ୍କ ପୀଠରେ କାହିଁ କେତେ ଆଡୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି l ଭିଡ଼ କୁ ଦୃଷ୍ଟିରେ ରଖି ଅତିରିକ୍ତ ଏସପି ଙ୍କ ନେତୃତ୍ୱରେ 11 ପ୍ଲାଟୁନ ପୋଲିସ ଫୋର୍ସ ସହିତ 50 ରୁ ଉର୍ଦ୍ଧ ଅଫିସର ମୃତୟନ ହୋଇଥିବା ବେଳେ ମାଙ୍କ ଦର୍ଶନ ଠୁ ଆରମ୍ଭକରି ମାନସିକ ଧାରୀଙ୍କ ମୁଣ୍ଡନ ଲାଗି ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି l ଦର୍ଶନ ଲାଗି ଧାଡ଼ିର ବ୍ୟବସ୍ଥା କରାଯଇଥିବା ବେଳେ ବିଶେଷ ଭାବେ ମାନସିକ ଧାରୀ ଙ୍କ ମୁଣ୍ଡନ ଲାଗି ପ୍ରଶାସନ ପକ୍ଷରୁ ବିଶେଷ ଧ୍ୟାନ ଦିଆଯାଇଛି |

ପାଞ୍ଚୋଟି ସ୍ଥାନ ପ୍ରସ୍ତୁତ କରାଯାଇ ସମସ୍ତ ପ୍ରକାର ଚୁଟି ମୁଣ୍ଡନ ବ୍ୟବସ୍ତା ଗ୍ରହଣ କରାଯାଇଛି | ଭକ୍ତନିଜର ପ୍ରଥମ ସନ୍ତାନ ର ଚୁଟି ମୁଣ୍ଡନ କରିବା ପାଇଁ ମାନସିକ କରିଥାନ୍ତି ଓ ଏହା ଏହି ମଙ୍ଗଳ ବାର ଯାତ୍ରା ରେ ସମ୍ପର୍ଣ୍ଣ କରନ୍ତି |ଏହି ଯାତ୍ରାକୁ ଶାନ୍ତି ଶୃଙ୍ଖଳା ପାଇଁ ଗଞ୍ଜାମ ଜିଲ୍ଲପାଳ, ଅତିରିକ୍ତ ଜିଲ୍ଲପାଳ ଉପଜିଲ୍ଲାପାଳ, ତହସିଲଦାର, ବିଡ଼ିଓ ଙ୍କ ସହିତ ଏସପି ଓ ପୁରୁଷୋତ୍ତମପୁର ଉପଖଣ୍ଡ ସ୍ତରୀୟ ପୋଲିସ ଅଧିକାରୀ, ଆଇ ଆଇ ସି, ଙ୍କ ସହିତ ସ୍ବେଛାସେବୀ, ଓସେବାୟତ ମାନେ ସମୁର୍ଣ ଭାବେ ସହଯୋଗ କରିଥିଲେ |

author

Related Articles

Leave a Reply

Your email address will not be published. Required fields are marked *