ହେ ମଣିଷ ଶିଖ ମୋଠୁ ଭଲ ପାଇବା

ହେ ମଣିଷ ଶିଖ ମୋଠୁ ଭଲ ପାଇବା

ଭଞ୍ଜନଗର || ଗଞ୍ଜାମ

ଆଧୁନିକ ଯୁଗରେ ମଣିଷ ନିଜର ସ୍ୱାର୍ଥ ହାସଲ ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ।ଏଠି ନା ଅଛି ରକ୍ତର ସମ୍ପର୍କ, ନା ଅଛି ମାନବିକତା।ଯେଉଁ ବାପାମାଆ ନିଜ ପିଲାମାନଙ୍କ ଉଜ୍ବଳ ଭବିଷ୍ୟତ ପାଇଁ ଦିନରାତି କଠିନ ପରିଶ୍ରମ କରି ସବୁ ସୁଖ ସୁବିଧା ଯୋଗାଇ ଦେଇଥାନ୍ତି।ସେହି ପିଲାମାନେ ବଡ଼ ହୋଇ ରୋଜଗାର କଲାପରେ ପୂର୍ବ କଥାକୁ ଭୁଲି ପିତାମାତାଙ୍କୁ ଅସୁବିଧା ସମୟରେ ସାହାଯ୍ୟ କରିବା ତ ଦୂରର କଥା, ସେମାନଙ୍କୁ ରୋଗ ଶଯ୍ୟା ନିକଟକୁ ଆସି ସେବା ଶୁଶ୍ରୁଷା କି ଔଷଧ ଟିକେ ଦେବାକୁ ମଧ୍ୟ କୁଣ୍ଠା ପ୍ରକାଶ କରିଥାନ୍ତି।ସେମାନଙ୍କ ଦ୍ୱାରା ପରିବାରରେ ବିଶୃଙ୍ଖଳା ହେଉଥିବା କହି ବୃଦ୍ଧ ପିତାମାତାଙ୍କୁ ଘରୁ ମଧ୍ୟ ବାହାର କରିଦିଅନ୍ତି। ବିଶ୍ୱାସଘାତକ ପୁଅର ନିର୍ଯ୍ୟାତନା ସହି ମଧ୍ୟ ବାପମାଆମାନେ ନିଜ ପିଲାଙ୍କ ଦୋଷ ଦୁର୍ବଳତାକୁ ଘୋଡ଼ାଇ ବାକୁ ଚେଷ୍ଟା କରନ୍ତି।ଆଜିକାଲି ଦୁନିଆରେ ଏସବୁ ଏକ ନିତିଦିନିଆ ଘଟଣା ହେଇଗଲାଣି।ଏଠି ହଜିଗଲାଣି ମାନବିକତା, ମଣିଷ ଭିତରେ ନାହିଁ ଆଉ ପରସ୍ପର ପ୍ରତି ଆନ୍ତରିକତା।ଟଙ୍କା ପଇସା, ଧନ ସମ୍ପତ୍ତି ପଛରେ ପଡ଼ି ମଣିଷ ଆଜି ପାଗଳ।
ଏଭଳି ସ୍ଥିତିରେ ମଧ୍ୟ କିଛି ବିଶ୍ୱସ୍ଥ ଅଛନ୍ତି।ଯାହାକି ଆଜିର ମଣିଷ ସମାଜ ପାଇଁ ଏକ ଉଦାହରଣ ସାଜିଛି।ମଣିଷ ଯାହାର ଖାଏ ତାକୁ ଭୁଲି ଯାଉଥିବା ବେଳେ କୁକୁରଟିଏ ପଶୁ ହୋଇ ମଧ୍ୟ ନିଜ ମାଲିକ ଠାରେ ତାର ପ୍ରଭୁଭକ୍ତି ପାଳନ କରି ଆସୁଛି।

ଆଜି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହର ବସ ଷ୍ଟାଣ୍ଡ ଠାରେ ଏଭଳି ଏକ ଘଟଣା ସମସ୍ତଙ୍କୁ ଚକିତ କରିଦେଇଛି।ଗୋଟେ ପୋଷା କୁକୁରକୁ ତାର ମାଲିକ ଛାଡ଼ି କୌଣସି କାମରେ ଏକ ଘରୋଇ ବସରେ ବସି ଚାଲି ଯାଉଥିବା ବେଳେ କୁକୁରଟି କିନ୍ତୁ ମାଲିକ ସହ ଯିବା ପାଇଁ ଜିଦ ଧରିଥିଲା।କୁକୁରଟି ତା ନିଜ ଭାଷାରେ ମାଲିକକୁ ବହୁ ଆକୁଳ ନିବେଦନ କରି ତାଙ୍କୁ ଅଟକାଇବାକୁ ଚେଷ୍ଟା କରୁଥିଲା।କୁକୁରଟି ପ୍ରାୟ ୩୦ମିଟର ଗାଡ଼ି ସହ ଦୌଡ଼ି କେତେବେଳେ ବସ ଭିତରକୁ ଯିବା ପାଇଁ ତ କେତେବେଳେ ବସ ଆଗକୁ ଯାଇ ଗାଡ଼ିକୁ ଅଟକାଇବାକୁ ଚେଷ୍ଟା କରୁଥିଲା।କାରଣ ସେ ନିଜ ମଳିକ ଏତେ ପରିମାଣରେ ଭଲ ପାଉଥିଲା ଯେ, ତାଙ୍କ ଠାରୁ ଗୋଟିଏ ମୁହୂର୍ତ୍ତ ମଧ୍ୟ ଦୁରେଇ ରହିବାକୁ ସେ ଚାହୁଁ ନଥିଲା।ତେଣୁ ସେ ନିଜ ଜୀବନକୁ ବାଜି ଲଗାଇ ବସଟିକୁ ଆଗକୁ ଯିବାକୁ ଦେଉ ନଥିଲା।ଶେଷରେ ତାର ଇଛା ପୂରଣ ହେଲା।କୁକୁରଟି ବସ ଭିତରକୁ ଚଢ଼ି ଯାଇ ମାଲିକ ସହ ଖୁସିରେ ଯାତ୍ରା କରିବାରେ ସଫଳ ହୋଇଥିଲା।କୁକୁରର ଏଭଳି ବିଶ୍ୱାସନୀୟତା ଆଗରେ ବସ କର୍ମଚାରୀ ମାନେ ହାର ମାନି ତାକୁ ଗାଡ଼ିରେ ନେବାକୁ ବାଧ୍ୟ ହୋଇଥିଲେ।ବସ ଭିତରେ କାହାର କିଛି କ୍ଷତି ନଘଟାଇ ଗୋଟିଏ ପାର୍ଶ୍ୱରେ କୁକୁରଟି ବସି ରହି ସମସ୍ତଙ୍କୁ ଯିବା ଆସିବା ପାଇଁ ରାସ୍ତା ଛାଡ଼ିଥିଲା।କୁକୁର ଗୋଟିଏ ପଶୁ ହେଲେ ମଧ୍ୟ ତାର ମାଲିକ ପ୍ରତି ଏଭଳି ସ୍ନେହ, ଶ୍ରଦ୍ଧା ଓ ଭଲପାଇବା ଆଗରେ ମଣିଷ ତୁଚ୍ଛ ।।

author

Related Articles

Leave a Reply

Your email address will not be published. Required fields are marked *