ଆର୍.ଡି କାର୍ଯ୍ୟରେ ମନମାନୀ ହିନସ୍ତା ଭୋଗୁଛନ୍ତି ଗାଁ ଲୋକେ

ଆର୍.ଡି କାର୍ଯ୍ୟରେ ମନମାନୀ ହିନସ୍ତା ଭୋଗୁଛନ୍ତି ଗାଁ ଲୋକେ

ଜଗତସିଂହପୁର

ଠିକାଦାରର ମନମାନୀ ଆଗରେ ଯେପରି ହାତଟେକି ଦେଇଛି ତିର୍ତ୍ତୋଲ ଆର୍.ଡି ବିଭାଗ ।ଏନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ କୁହୁଳୁଥିବା ଜଣାପଡିଛି । ଏପରିକି ଯନ୍ତ୍ରୀ ଠିକାଦାର ମଧୁଚନ୍ଦ୍ରିକାରେ କାର୍ଯ୍ୟ ଚାଲିଥିବା କୁହାଯାଉଥିବା ବେଳେ କାମ ଉପରେ ରହୁନାହାଁନ୍ତି ଯନ୍ତ୍ରୀ,ଠିକାଦାରର ମନମାନୀରେ କାର୍ଯ୍ୟ ଚାଲୁଥିବା ଅଭିଯୋଗ ହେଉଛି। ଅଭିଯୋଗ ଅନୁଯାୟୀ ତିର୍ତ୍ତୋଲ ବ୍ଲକ୍ ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତ ସ୍ଥିତ ଗୁଣ୍ଠିଲୋ ଗ୍ରାମରେ ଆର୍.ଡି ବିଭାଗର ଢଳେଇ ରାସ୍ତା କାର୍ଯ୍ୟକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏପରିକି ଏହି ରାସ୍ତାକାର୍ଯ୍ୟ ସମୟରେ ଯନ୍ତ୍ରୀ ମହାଶୟ ଅନୁପସ୍ଥିତ ରହୁଥିବାରୁ ଠିକାଦାର ନିଜ ମନମାନୀରେ କାର୍ଯ୍ୟ ଚଳାଇବା ସହ ଢଳେଇ ରାସ୍ତାରୁ ପାଣି ଗଡିବା ପାଇଁ ଲେବଲିଂ ହୋଇନାହିଁ , ଏହି ଢଳେଇ ରାସ୍ତାର ଅଧିକାଂଶ ସ୍ଥାନରେ ଖାଲଢିପ ରହିଥିବାରୁ ଗାଁର ଅନେକ ଘର ଆଗରେ ଆଣ୍ଠୁଏ ଲେଖାଏଁ ପାଣି ଜମିରହୁଛି । ଏଠି ପ୍ରଶ୍ନ ଉଠୁଛି ଏହି ଢଳେଇ ରାସ୍ତା କାର୍ଯ୍ୟଟି ଗ୍ରାମବାସୀଙ୍କ ସୁବିଧା ପାଇଁ ହେଉଛି ନା ଠିକାଦାରର ମନମାନୀରେ ବିଭାଗୀୟ ଅଧିକାରୀଙ୍କ ପକେଟ୍ ଗରମ କରିବାପାଇଁ ହେଉଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ଗାଁରେ ଏହି ଢଳେଇ ରାସ୍ତା କାର୍ଯ୍ୟ ଚାଲିଥିବା ବେଳେ କାର୍ଯ୍ୟ ଉପରେ ଅନୁପସ୍ଥିତ ଥିବା ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କୁ ଏ ସମ୍ପର୍କରେ ଫୋନ୍ ମାଧ୍ୟମରେ ଅଭିଯୋଗ କରାଯାଇଥିଲା । କିନ୍ତୁ ଯନ୍ତ୍ରୀ ମହାଶୟ କହିଥିଲେ ଗାଁ ଭିତରେ ଯେଉଁ ସ୍ଥାନରେ ଲୋକଙ୍କ ଘର ଆଗରେ ଢଳେଇ ଖାଲହୋଇ ପାଣି ଜମିରହୁଛି ସେହି ସ୍ଥାନକୁ ଗାଁରୁ ଏହି ଢଳେଇ କାର୍ଯ୍ୟ ଶେଷହେବା ପୂର୍ବରୁ ସେହି ଖାଲ ସ୍ଥାନରେ ପୁନର୍ବାର ଢଳେଇ କରାଯାଇ ଲେବଲିଂ କରାଯିବ। କିନ୍ତୁ ଉକ୍ତ ଢଳେଇ ହେବାର ଦୁଇଦିନ ପରେ ଯନ୍ତ୍ରୀ ମହାଶୟ ଉକ୍ତ ଖାଲହୋଇ ପାଣି ଜମୁଥିବା ସ୍ଥାନରେ ପହଞ୍ଚିବା ସହ ଉକ୍ତ ଢଳେଇ କାର୍ଯ୍ୟ କରୁଥିବା ଠିକାଦାରର ଲେବରଙ୍କୁ ଡାକି ନିକଟସ୍ଥ ଘରୁ ଶାବଳ ମାଗିଆଣି ଉକ୍ତ ଲେବରଙ୍କ ଦ୍ୱାରା ପାଣି ଜମୁଥିବା ଖାଲ ସ୍ଥାନରେ ଢଳେଇ ରାସ୍ତାକୁ ଶାବଳରେ ଟିକେ ଟିକେ ଖୋଳି ଖଣ୍ଡିଆ କରିଦେଇ ତା ଉପରେ ପୁନର୍ବାର ଢଳେଇ କରାଯାଇଥିଲେ ସୁଦ୍ଧା ପୁଣି ସେହି ସ୍ଥାନରେ ଘର ଆଗରେ ଆଣ୍ଠୁଏ ପାଣି ଜମି ରହିଥିଲା।

ପୁନର୍ବାର ଏସଂପର୍କରେ ବିଭାଗୀୟ ଯନ୍ତ୍ରୀଙ୍କୁ ଜଣାଇବାରୁ ଉକ୍ତ ଗାଁ ରାସ୍ତା ଢଳେଇ ହେବାର ୧୫ଦିନ ପରେ ଉକ୍ତ ଢଳେଇ ରାସ୍ତାର ପାଣି ଜମିରହୁଥିବା ଖାଲ ସ୍ଥାନକୁ ନଖୋଳି ତା ଉପରେ ଗୋଡିବାଲି ସିମେଣ୍ଟ ମସଲା କିଛିଟା ପକେଇ ଦେଇଥିଲେ ଯାହାକି ଉକ୍ତ ରାସ୍ତାର ସ୍ଥାୟୀତ୍ବକୁ ନେଇ ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏମିତିକି ଏସବୁ ସତ୍ତ୍ୱେ ଉକ୍ତ ଗାଁ ଢଳେଇ ରାସ୍ତାର ବିଭିନ୍ନ ସ୍ଥାନରେ ଲୋକଙ୍କ ଘର ଆଗରେ ଏବେବି ଆଣ୍ଠୁଏ ଲେଖାଏଁ ପାଣି ଜମିରହୁଛି। ଏନେଇ ଦାୟୀ କିଏ ? ଠିକାଦାରର ଏପରି ରାସ୍ତାକାର୍ଯ୍ୟ ସଂପର୍କରେ ସ୍ଥାନୀୟ ଲୋକେ ଯେତେ ଅଭିଯୋଗ ଜଣାଇଲେ ମଧ୍ୟ କାହିଁକି ସ୍ଥାଣୁ ପାଲଟିଛି ଆର୍.ଡି ବିଭାଗ ? ଏହି ରାସ୍ତା କାର୍ଯ୍ୟ ସାଧାରଣ ଜନତାଙ୍କ ପାଇଁ ହେଉଛି ନା ଠିକାଦାର ଓ ଯନ୍ତ୍ରୀଙ୍କ ସ୍ୱାର୍ଥ ପାଇଁ ? ଏମିତିକି ମୋଟା ଅଙ୍କର ନେଇ ପ୍ରଭାବଶାଳୀ ଠିକାଦାରଙ୍କ ପାଖରେ ତିର୍ତ୍ତୋଲ ଆର୍.ଡି ବିଭାଗ ବନ୍ଧାପଡିଲା ପରି ଲାଗୁଛି ବୋଲି ବୁଦ୍ଧିଜୀବୀ ମହଲରେ ଏପରି ବିଭିନ୍ନ ଚର୍ଚ୍ଚା ହେଉଛି। ଶୁଣିବାକୁ ମିଳୁଛି ବିଭାଗୀୟ ଜିଲ୍ଲା ଅଧିକାରୀ ଓ ଉଚ୍ଚ ସ୍ତରୀୟ ଅଧିକାରୀ ମାନଙ୍କ ସହିତ କେତେକ ପ୍ରଭାବଶାଳୀ ଠିକାଦାରଙ୍କ ମଧୁଚନ୍ଦ୍ରିକା ଥିବା କୁହାଯାଉଥିବା ବେଳେ ଉକ୍ତ ପ୍ରଭାବଶାଳୀ ଠିକାଦାରଙ୍କ ସହ ତିର୍ତ୍ତୋଲ ଆର୍.ଡି ବିଭାଗ କାଳେ ସଲାସୂତୁରା ହୋଇ ନିଜ ପକେଟ୍ ଗରମ କରି ଠିକାଦାରର କୋଟି କୋଟି ଟଙ୍କା କାର୍ଯ୍ୟର ଦୁର୍ନୀତି ଗୁଡ଼ିକୁ ଆଖିବୁଜି ଦେଉଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଏପରିକି ଏହି ବିଭାଗରେ ସରକାରୀ ମାଲ୍ ଦରିଆ ମେ ଡାଲ୍ ପରି କାର୍ଯ୍ୟ ଚାଲୁଛି ।ବୋଲି କୁହାଯାଉଛି। ନିଜ ପକେଟ୍ ଗରମ କରି ଠିକାଦାରର ସ୍ୱାର୍ଥ ନିମନ୍ତେ ସାଧାରଣ ଜନତାଙ୍କ ହୀତକୁ ଜଳାଞ୍ଜଳି ଦେଇ ଦେଉଛନ୍ତି କି ବିଭାଗୀୟ ଯନ୍ତ୍ରୀ । ଆଗାମୀ ଦିନରେ ବାକି ରହିଲା ସାଧାରଣ ଜନତାଙ୍କ ହୀତକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ କିଛି ପଦକ୍ଷେପ ନିଆଯାଉଛି ନା ଠିକାଦାର ସହ ମଧୁଚନ୍ଦ୍ରିକାରେ ସାଧାରଣ ଜନତାଙ୍କ ହୀତକୁ ଜଳାଞ୍ଜଳି ଦିଆଯାଉଛି ଏହା ଏବେ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି । ।

author

Related Articles

Leave a Reply

Your email address will not be published. Required fields are marked *