କଥା ଦେଇ କଥା ରଖିଲେ ସୁଧୀର

କଥା ଦେଇ କଥା ରଖିଲେ ସୁଧୀର

ରାୟଗଡା

କଥା ଦେଇ କଥା ରଖିଲେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା ସୁଧୀର କୁମାର ଦାସ l ରାୟଗଡା -: ଗ୍ରାମବାସୀଙ୍କୁ ଦେଇଥିବା ପ୍ରତିଶୃତି ପାଳନ କଲେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ତଥା ରାୟଗଡା ଜିଲ୍ଲା ବିଜେଡି ସଭାପତି ସୁଧୀର କୁମାର ଦାସ l ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ସାହାଡ଼ା ପଞ୍ଚାୟତର ଗଗନମତି ଗ୍ରାମରୁ ଆସିଛି ଏହିଭଳି ଖବର l ସୂଚନା ଅନୁଯାୟୀ, ଦୀର୍ଘ ଦିନ ଧରି ଗଗନମତି ଗ୍ରାମରେ ପାନୀୟ ଜଳ ସଂକଟ ଲାଗିରହିଥିଲା l ଗାଁରେ ବିଶୁଦ୍ଧ ପାନୀୟ ଜଳର କୌଣସି ଉତ୍ସ ନଥିବାରୁ ଲୋକମାନେ ବିଲ ଓ ଚୁଆରୁ ମଇଳା ପାଣି ସଂଗ୍ରହ କରି ବ୍ୟବହାର କରୁଥିଲେ l ଫଳରେ କିଛିଦିନ ପୂର୍ବେ ଗ୍ରାମବାସୀ ସୁଧୀର କୁମାର ଦାସଙ୍କୁ ସମସ୍ୟା ସମ୍ପର୍କରେ ଜଣାଇଥିଲେ l ଏହା ଜାଣିବା ପରେ ସୁଧୀର ଦାସ ଏକ ମାସ ମଧ୍ୟ୍ୟରେ ସମସ୍ୟାର ସମାଧାନ କରିବାକୁ ପ୍ରତିଶୃତି ଦେଇଥିଲେ l

ଆଉ ଧର୍ଯ୍ୟ ଅବଧି ମଧ୍ୟ୍ୟରେ ଗାଁରେ ଏକ ନଳକୂପ ଖୋଳାଇ ନିଜ ପ୍ରତିଶୃତି ପୂରଣ କରିଛନ୍ତି ଏହି ଲୋକପ୍ରିୟ ଜନ ପ୍ରତିନିଧି l ସୁଧୀର ଦାସଙ୍କ ସହାୟତାରେ ଗାଁରେ ଏକ ନଳକୂପ ଖନନ ହୋଇଛି l ଆଉ ଏହି ମହତ କାର୍ଯ୍ୟପାଇଁ ଗଗନମତି ଗ୍ରାମବାସୀ ତାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି l ଖରା ଦିନରେ ଜଳ କଷ୍ଟରୁ ମୁକ୍ତି ମିଳିଥିବାରୁ ସମସ୍ତେ ଖୁସି ପ୍ରକାଶ କରିଛନ୍ତି l ବିଷମକଟକ ବ୍ଲକର ପୂର୍ଵତନ ବ୍ଲକ ଉପାଧ୍ୟକ୍ଷ ରମେଶ ପାଲାକା, ପୂର୍ବତନ ସରପଞ୍ଚ ଜୟରାମ କାଡ୍ରାକା, ସମାଜସେବୀ ଅଶୋକ ପାଡ଼ି, ବିଜେଡି ଯୁବନେତା ସୁରେନ୍ଦ୍ର ମାଣ୍ଡିକାଙ୍କୁ ମଧ୍ୟ୍ୟ ଗଗନମତି ଗ୍ରାମବାସୀ ଧନ୍ୟବାଦ ଜଣାଇଛନ୍ତି l ଶ୍ରୀ ଦାସଙ୍କ ଏହିଭଳି ମହାନ କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରସଂସା କରାଯାଇଛି l l

author

Related Articles

Leave a Reply

Your email address will not be published. Required fields are marked *