୨ଲକ୍ଷ ଟଙ୍କା ସହ କେନ୍ଦୁ କାଠଗଣ୍ଡି ଜବତ

୨ଲକ୍ଷ ଟଙ୍କା ସହ କେନ୍ଦୁ କାଠଗଣ୍ଡି ଜବତ

ଢେଙ୍କାନାଳ || କାମାକ୍ଷା ନଗର

ଢେଙ୍କାନାଳ ଜିଲ୍ଲା କାମାକ୍ଷ ନଗର ପଶ୍ଚିମାଞ୍ଚଳରେଞ୍ଜ ଅର୍ନ୍ତଗତ ମହୁଲି ଗ୍ରାମରୁ ଗତ ରାତ୍ର ୩୦ ତାରିଖ ବିଳମ୍ବିତ ପ୍ରହରରେ ମହୁଲିରୁ ପଶ୍ଚିମବଙ୍ଗ ଯାଉଥିବା ଏକ ୪୦୭ (oR o6 E 7579) ଗାଡ଼ିକୁ ବନବିଭାଗ ବିଶାଳକାୟ ଗଣ୍ଡି କେନ୍ଦୁ କାଠ ଜବତ କରିଛି । କାଠର ମୂଲ୍ୟ ୨ ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ବନବିଭାଗ ଜଣାଇଛନ୍ତି । ବିଷେଶ ସୂତ୍ରରୁ ଖବର ପାଇ ଢେଙ୍କାନାଳ ବନଖଣ୍ଡ ଅଧିକାରୀ ସୁମିତ୍ କୁମାର କରଙ୍କ ନିର୍ଦ୍ଦେଶକ୍ରମେ ପୂର୍ବଞ୍ଚଳ ରେଞ୍ଜ ଅଫିସର ପ୍ରିୟବ୍ରତ ପଟ୍ଟନାୟକ ଓ ପଶ୍ଚିମାଞ୍ଚଳରେଞ୍ଜ ଅଫିସର ବନବିହାରୀ ସର୍ଦ୍ଦାର ଓ ଫରେଷ୍ଟର ରମେଶ ପାଣିଗ୍ରାହୀ ଓ କାଠ ସ୍କ୍ବାଡ଼୍‌ମିଳିତ ଚଢ଼ଉରେ ଧରିବାରେ ସକ୍ଷମ ହୋଇଥିଲେ ।

କେନ୍ଦୁ କାଠ ମାଫିଆମାନେ ବନ୍ଧୁକ ଦେଖାଇଓ ବମ୍ ଫୁଟାଇ ଗାଡ଼ି ଛାଡ଼ି ଫେରାର ହୋଇଥିବା ସୂଚନା ମିଳିଛି । ଏବେ କାଠ ସହ ୪୦୭ ଗାଡିବନବିଭାଗ କର୍ଯ୍ୟାଳୟ ମଧ୍ୟରେ ରହିଛି । ଉକ୍ତ ଗାଡ଼ି ନମ୍ବରକୁ ଆଧାର କରି ଗାଡ଼ିର ମାଲିକ କିଏ ବନ ବିଭାଗ ତଦନ୍ତ ଚାଲୁରଖିଛନ୍ତି ।।

author

Related Articles

Leave a Reply

Your email address will not be published. Required fields are marked *