ଏପ୍ରିଲରୁ ଜୁନ୍‌ ପର୍ଯ୍ୟନ୍ତ ସିଝିବ ସାରା ଓଡ଼ିଶା

ଏପ୍ରିଲରୁ ଜୁନ୍‌ ପର୍ଯ୍ୟନ୍ତ ସିଝିବ ସାରା ଓଡ଼ିଶା

ଭୁବନେଶ୍ବର:

ଏପ୍ରିଲରୁ ଜୁନ୍‌ ପର୍ଯ୍ୟନ୍ତ ଝଟପଟ ହେବ ସାରା ଓଡିଶା | ମାର୍ଚ୍ଚ ମାସରେ ପଶ୍ଚିମା ଝଡ଼ର ପ୍ରଭାବରେ ଅଧା ଦିନ ବର୍ଷ ଓ ଥଣ୍ଡା ପାଗରେ କଟିଯାଇଥିବାବେଳେ ଏବେ ଆସିଲା ଖରା, ଗରମ ଓ ଗୁଳୁଗୁଳିର ପାଗ | ଏଥର ଖରାରେ ଝଟପଟ ହେବ ସାରା ଓଡିଶା | ଏପ୍ରିଲ, ମେ’ ଓ ଜୁନ୍‌ ମାସରେ ଓଡ଼ିଶାବାସୀ ପ୍ରଚଣ୍ଡ ରୌଦ୍ରତାପ ଓ ଗରମରେ ଝଟପଟ ହେବେ |

କେବଳ ଓଡ଼ିଶା ନୁହେଁ, ଭାରତର ଅଧିକାଂଶ ସ୍ଥାନରେ ଏହି ଅବସ୍ଥା ଦେଖାଯିବ। ଏନେଇ ଆଜି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆସନ୍ତା ୩ ମାସର ତାପମାତ୍ରା ଆଉଟ୍‌ଲୁକ୍‌ ଜାରି କରି ଏହି ସୂଚନା ‌ଦିଆଯାଇଛି। ଏଥିସହ ଏଥିରେ କୁହାଯାଇଛି ଯେ ଏପ୍ରିଲରୁ ଜୁନ୍‌ ଭି‌ତରେ ରାଜ୍ୟରେ ବର୍ଷା କମ୍‌ ଓ ଗ୍ରୀଷ୍ମ ପ୍ରବାହ ଦିନଗୁଡ଼ିକ ସଂଖ୍ୟା ଅଧିକ ରହିବ।

ଏଥିସହ ଓଡ଼ିଶା ସମେତ ଉତ୍ତରପୂର୍ବ, ପୂର୍ବ ଓ ପଶ୍ଚିମ ଉପକୂଳ ଭାରତର ରାଜ୍ୟଗୁଡ଼ିକରେ ଏହି ୩ ମାସରେ ବର୍ଷା ସ୍ବାଭାବିକଠାରୁ କମ୍‌ ରହିବ। ଫଳରେ ତାତି ଆହୁରି ଅଧିକ ଅନୁଭୂତ ହେବ। ଦେଶର ଅବଶିଷ୍ଟ ଅଞ୍ଚଳରେ ସ୍ବାଭାବିକଠାରୁ ଅଧିକ ବର୍ଷା ବା କାଳବୈଶାଖୀ ଜନିତ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।

author

Related Articles

Leave a Reply

Your email address will not be published. Required fields are marked *