ନୂଆଦିଲ୍ଲୀ:
ବଦଳିଲା ଟ୍ୱିଟର ଲୋଗୋ | ମାର୍କେଟକୁ ଆସିଲା ଟ୍ୱିଟର ନୂଆ ଚେହେରା | ନୀଳ ପକ୍ଷୀ ସ୍ଥାନରେ ଡଗିକୁ ଟ୍ୱିଟରର ନୂଆ ଲୋଗୋ ବନାଇଲେ ଏଲନ ମସ୍କ | ଏହାସହ ବ୍ଲୁ ଟିକ୍ ବଦଳରେ ଟ୍ୱିଟରେ ଆସିଛି ୟେଲୋ ଟିକ୍ । ସୂଚନା ଅନୁଯାୟୀ , ଗତକାଲି ରାତିରେ ଏଭଳି ପରିବର୍ତ୍ତନ ହୋଇଛି |
ସେପଟେ ଟ୍ୱିଟରେ କୁକୁର ସିଇଓ ଟି-ସାର୍ଟ ପିନ୍ଧି ଚେୟାରରେ ବସିଥିବା ଫଟୋ ପୋଷ୍ଟ କରି ଟ୍ୱିଟରର ନୂଆ ସିଇଓ ବୋଲି କହିଛନ୍ତି ଏଲନ ମସ୍କ । ଗତବର୍ଷ ୪୪ ଆରବ ଡଲାରରେ ଟ୍ୱିଟର କିଣିଥିଲେ ଏଲନ ମସ୍କ ।