ହିଲରୁ ଫ୍ଲାଟ ଚପଲ

ହିଲରୁ ଫ୍ଲାଟ ଚପଲ

ଭୁବନେଶ୍ୱର:

ବଜାରରେ ବିଭିନ୍ନ ଡିଜାଇନିର ଫ୍ଲାଟ ତଥା ହିଲ ଚପଲ ଉପଲବ୍ଧ | ତେବେ କେବେ ବି କୌଣସି ହିଲକୁ ଫ୍ଲାଟ ଚପଲରେ ରୂପାନ୍ତରିତ କରିବା ସମ୍ଭବ ହୁଏନାହିଁ | ଏବେ କିନ୍ତୁ ହିଲକୁ ଫ୍ଲାଟ ତଥା ଫ୍ଲାଟକୁ ହିଲରେ କେଇ ସେକେଣ୍ଡରେ ପରିଣତ କରାଯାଇପାରିବ | ଏଭଳି ଏକ ନିଆରା ଜୋତା ଆଣିଛି ‘ପ୍ୟାସନ ଫୁଟୱେୟର ବ୍ରାଣ୍ଡ | ଏଥିରେ ଲଗାଯାଇ ପାରୁଥିବା ଏବଂ ବାହାର କରାଯାଇପାରୁଥିବା ସୋଲ ଏବଂ ହିଲ ବ୍ଲକ ମିଳୁଛି | ଯାହାକୁ ଉପଯୋଗ କରି ଯେକୌଣସି ଡିଜାଇନର ହିଲ ତଥା ଫ୍ଲାଟ ଚପଲରେ ମିଶାଇ ପିନ୍ଧି ହେବ | ସେହିପରି ଏହି ସୋଲକୁ ନିଜ ସହ ନେବା ମଧ୍ୟ ସହଜ ଓ ସୁବିଧାଜନକ ଜଣେ ଚାହିଁଲେ, ଯେକୌଣସି ସମୟରେ ତାହାକୁ ଚପଲ ସହ ଯୋଡି ହିଲ ଭାବେ ବ୍ୟବହାର କରିପାରିବେ | ଅନ୍ୟପଟେ ବେଶୀ ସମୟ ହିଲ ପିଣ୍ଡିବାକୁ ଭଲପାଉ ନ ଥିବା ମହିଳାଙ୍କ ପାଇଁ ମଧ୍ୟ ଏହା ହେଉଛି ଏକ ଉତ୍ତମ ବିକଳ୍ପ | ସାମାଜିକ ଗଣମାଧ୍ୟମରେ ଏହାର ଏକ ଭିଡ଼ିଓ ସେୟାର ହେବା ପରେ ତାହା ସଭିଁଙ୍କ ଦୃଷ୍ଟିଆକର୍ଷଣ କରିଛି | ତେବେ କମ୍ପାନୀର ଏଭଳି ଏକ ପରିକଳ୍ପନାକୁ ଲୋକେ ବେଶ ପସନ୍ଦ କରିଛନ୍ତି |

author

Related Articles

Leave a Reply

Your email address will not be published. Required fields are marked *