ଜପାନରୁ ଓଡିଶାକୁ ଆସିଲା ଖୁସି ଖବର

ଜପାନରୁ ଓଡିଶାକୁ ଆସିଲା ଖୁସି ଖବର

ଜାପାନ:

ଜପାନରୁ ଓଡିଶାକୁ ଆସିଛି ୨୬ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ | ଟୋକିଓ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶା ବିଜନେସ ମିଟରେ ଯୋଗ ଦେବା ସହ ୧୨ ଟି ବଡ ବଡ ଇଣ୍ଡଷ୍ଟ୍ରିଆଲ ମାନଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ | ସେମାଙ୍କୁ ଓଡ଼ିଶାରେ ଥିବା ଉପନିବେଶ ଓ ସୁବିଧା ସୁଯୋଗ ଉପରେ ଅବଗତ କରାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ଅନେକ ପ୍ରତିଷ୍ଠିତ ଶିଳ୍ପ ସଂସ୍ଥା ଓଡ଼ିଶାରେ ପୁଞ୍ଜିନିବେଶ କରିବାପାଇଁ ଆଗ୍ରହ ପ୍ରକାଶ କରିଛନ୍ତି | ଗ୍ରୀନ ହାଇଡ୍ରୋଜେନ , ଗ୍ରୀନ ଆମୋନିଆ , ଗ୍ରୀନ ଏନର୍ଜି ଆଦି ଅନେକ କ୍ଷେତ୍ରରେ ନିବେଶ ପ୍ରସ୍ତାବ ଆସିଛି | ଗତକାଲି ସନ୍ଧ୍ୟାରେ ଜାପାନରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କୁ ଭେଟି ଆଲୋଚନା କରିଥିଲେ |

ସେପଟେ ସମସ୍ତ୍ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପାଖରେ ପାଇଁ ଖୁସି ବ୍ୟକ୍ତ କରିଥିଲେ | ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଅନେକ ଉପହାର ଦେଇ ମୁଖ୍ୟମନ୍ତ୍ରୀଙ୍କ ସହ ଫୋଟୋ ମଧ୍ୟ ଉଠାଇଥିଲେ | ଆଜି ରାଜ୍ୟ ସରକାରଙ୍କ ପ୍ରତିନିଧି ଦଳ ନିପ୍ପନ ଷ୍ଟିଲ ଆର୍ସେଲର ମିତ୍ତଲ୍ ବୁଲି ପରିଦର୍ଶନ କରିବେ |

author

Related Articles

Leave a Reply

Your email address will not be published. Required fields are marked *