ବଲିଉଡ ଗୁମର ଖୋଲିଲେ ପ୍ରିୟଙ୍କା

ବଲିଉଡ ଗୁମର ଖୋଲିଲେ ପ୍ରିୟଙ୍କା

ଭୁବନେଶ୍ୱର:

ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜୋନାସ ‘ଏନଏମଏସିସି ଗଲା ଇଭେଣ୍ଟ’ରେ ଯୋଗ ଦେଇ ପୁଣି ଥରେନିଜକୁ ଜଣେ ଫେସନ ଆଇକନ ଭାବେ ପ୍ରତିପାଦିତ କରିଛନ୍ତି | ନିକଟରେ ପ୍ରିୟଙ୍କା ମୁମ୍ବାଇରେ ଏକ ସାମ୍ବାଦିକ ସମ୍ମିଳନୀ କରି ହଲିଉଡ଼ ଥ୍ରୀଲର ୱେବସିରିଜ ‘ସିଟାଡେଲ’ର ପ୍ରମୋସନ କରିଥିଲେ | ଏଥିରେ ତାଙ୍କ ସହ ଫିଲ୍ମିର ଅଭିନେତା ରିଚାର୍ଡ ମ୍ୟାଡେନ ଯୋଗ ଦେଇଥିଲେ | ପ୍ରିୟଙ୍କା ଶେଷଥର ପାଇଁ ‘ଦ ସ୍କାଏ ଇଜ ପିଙ୍କ’ ହଲିଉଡ଼ ଚଳଚ୍ଚିତ୍ରରେ ଦେଖାଯାଉଥିଲେ ଏବେ ସେ ଅନେକ ହଲିଉଡ଼ ଚଳଚ୍ଚିତ୍ରରେ କାମ କରୁଥିଲେ ସୁଦ୍ଧା ବଲିଉଡରୁ ଦୂରେଇ ଯାଇଛନ୍ତି | ‘ସିଟାଡେଲ’ର ପ୍ରମୋସନ ସମୟରେ ସେ ବଲିଉଡର ଅନେକ କିଛି ଗୁମର ଖୋଲିଥିଲେ | ସେ ଏବେ କିପରି ନିଜର ମନ ପସନ୍ଦର ପ୍ରୋଜେକ୍ଟରେ କାମ କରୁଛନ୍ତି ବୋଲି କହିଥିଲେ | ଯେଉଁ ଲୋକଙ୍କୁ ସେ ପସନ୍ଦ କରନ୍ତି ନାହିଁ, ତାଙ୍କ ସହ କାମ କରିବା ପାଇଁ ଚାହିଁବେ ନାହିଁ ବୋଲି ପ୍ରିୟଙ୍କା କହିଥିଲେ | ଅବଶ୍ୟ ସେ ବଲିଉଡ ଅଭିନେତା ସଲମାନ ଖାନଙ୍କ ଉଦେଶ୍ୟରେ ଏହା କହିଥାଇ ପାରନ୍ତି ବୋଲି ଏବେ ଚର୍ଚ୍ଚା ହେଉଛି |

କାରଣ ପିସି ଏକଦା ସଲମାନଙ୍କ ଏକ ଫିଲ୍ମିରେ କାମ କରିବା ପାଇଁ ମନା କରିଦେବାରୁ ସେ ଖୁବ ତାଙ୍କର ସମାଲୋଚନା କରିଥିଲେ | ଏତେ ବର୍ଷ ପରେ ସେ ବଲିଉଡ ସମ୍ପର୍କରେ କାହିଁକି ମୁହଁ ଖୋଲିଲେ ବୋଲି ପ୍ରଶ୍ନ କରାଯିବାରୁ ପ୍ରିୟଙ୍କା ଏହାର ଉତ୍ତର କହିଥିଲେ ଯେ, ଏବେ ସମୟ ଆସିଯାଇଛି, ମୁଁ ମୋର ସେଦିନର କଥା ଉପରେ ଆଲୋଚନା କରିପାରିବି | ତାଙ୍କ ସହିତ ସେତେବେଳେ ଯାହା ଘଟିଥିଲା, ତାକୁ ଭୁଲି ସେ ଏବେ ଆଗକୁ ବଢିଛନ୍ତି ବୋଲି ପ୍ରିୟଙ୍କା କହିଛନ୍ତି | ନିକଟରେ ଏକ ପଡକାଷ୍ଟ ଶୋ’ରେ ପ୍ରିୟଙ୍କା ବଲିଉଡରେ କିପରି ତାଙ୍କୁ ଏକଘରିକିଆ କରିଦିଆଯାଇଥିଲା, ସେ ବିଷୟରେ କହିଥିଲେ ପ୍ରିୟଙ୍କାଙ୍କ ଏହି ବୟାନ ପରେ ଅଭିନେତ୍ରୀ କଙ୍ଗନା ରାନାୱତ, ବିବେକ ଓବରୟ ଶେଖର ସୁମନ ଆଦି ତାଙ୍କ ସମର୍ଥନରେ ବାହାରିଥିଲେ |

author

Related Articles

Leave a Reply

Your email address will not be published. Required fields are marked *