ଗ୍ୟାସରେ ରୁଟି ସେକା ଶୈଳୀ ହୋଇପାରେ କର୍କଟର କାରଣ

ଗ୍ୟାସରେ ରୁଟି ସେକା ଶୈଳୀ ହୋଇପାରେ କର୍କଟର କାରଣ

ଭୁବନେଶ୍ୱର:

ଭାରତୀୟମାନଙ୍କର ଖାଦ୍ୟରେ ଏକ ମୁଖ୍ୟଅଂଶ କହିଲେ ଭାତ କିମ୍ବା ରୁଟି | ଅଟାରେ ତିଆରି ରୁଟି ପ୍ରସ୍ତୁତ କରିବା ବେଶ ସହଜ | ଅଧିକାଂଶ ଘରମାନଙ୍କରେ ପ୍ରଥମେ ତାୱା ଆଞ୍ଚରେ ରୁଟିକୁ ଅଧା ଗରମ କରି ଏହାକୁ ପୁଣି ଗ୍ୟାସ ଆଞ୍ଚରେ ସେକା ଯାଇଥାଇଥାଏ | କିନ୍ତୁ ଏହି ସେକା ରୁଟି ଖାଇବା ଦ୍ୱାରା କର୍କଟ ପରି ମାରାତ୍ମକ ରୋଗ ହେବାର ଆଶଙ୍କା ଥାଏ ବୋଲି ନିକଟରେ ‘ଏନଭର୍ଣ୍ଣାମେଣ୍ଟାଲ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି’ ଜର୍ନାଲରେ ଏକ ଅଧ୍ୟୟନରୁ ପ୍ରକାଶିତ ହୋଇଛି | ଅଷ୍ଟ୍ରେଲିଆରେ କରାଯାଇଥିବା ଏହି ଅଧ୍ୟୟନରୁ ଜଣାଯାଇଛି ଯେ, ରୁଟିକୁ ଉଚ୍ଚ ତାପମାତ୍ରରେ ସେକିବା ଦ୍ୱାରା ସେଥିରୁ କାର୍ସିନୋଜେନିକ ନାମକ ରାସାୟନିକ ପ୍ରଦାର୍ଥ ଉତ୍ପନ୍ନ ହୋଇଥାଏ ଏହାଦ୍ୱାରା ନିଶ୍ୱାସ ନେବାରେ ସମସ୍ୟା ହୁଏ | ଅଧ୍ୟୟନ ଅନୁସାରେ, କୁକ-ଟପ୍ସ ଏବଂ ଏଲପିଜି ଗ୍ୟାସ ନାଇଟ୍ରୋଜେନ ଡାଇଅକ୍ସାଇଡ ପରି ବିପଦଜନ୍ନକ ଗ୍ୟାସ ଉତ୍ପନ୍ନ କରିଥାଏ | ଯାହାକି ସ୍ୱାସ୍ଥ୍ୟ ପାଇଁ ବେଶ କ୍ଷତିକାରକ ହୋଇଥାଏ | ଏହା କର୍କଟ ଏବଂ ହୃଦରୋଗର କାରଣ ହୋଇପାରେ |

ରୁଟିକୁ ଗ୍ୟାସରେ ସେକିବା ଦ୍ୱାରା ବିପଦଜନ୍ନକ ଏକ୍ରିଲାମାଇଡ ନାମକ ରାସାୟନିକ ପ୍ରଦାର୍ଥ ସୃଷ୍ଟି ହୋଇଥାଏ | ସେହିପରି ଗ୍ୟାସରେ ସିଧା ଆଞ୍ଚରେ ରୁଟି ସେକିବା ଦ୍ୱାରା କାର୍ସିନୋଜେନ୍ସ ଉତ୍ପନ ହୁଏ | କିଛି ବିଶେଷଜ୍ଞଙ୍କ କହିବା ଅନୁସାରେ, ଉଚ୍ଚତାପମାନରେ ଖାଦ୍ୟ ପ୍ରସ୍ତୁତ କରିବା ଶୈଳୀ ଯୋଗୁଁ ହେଟ୍ରେସାଇକ୍ଲିକ ଏମଆଇନ (ଏଚସିଏ) ଏବଂ ପଲିସାଇକ୍ଲିକ ଏରମେଟିକ ହାଇଡ୍ରୋକାର୍ବନ (ପିଏଏଏଚ) ଉତ୍ପନ ହୋଇଥାଏ | ଯାହାକି କାର୍ସିନୋଜେନ୍ସ ରୂପେ ଜଣାଇଥାଏ | ଅବଶ୍ୟ ଏହି ରିପୋର୍ଟ ଜଳିଯାଇଥିବା ଟୋଷ୍ଟ ଉପରେ ଆଧାରିତ ଥିଲା | ପୂର୍ବରୁ ଲୋକମାନେ କପଡା ଦ୍ୱାରା ତାୱା ଉପରେ ରୁଟି ସେକୁଥିଲେ, କିନ୍ତୁ ଚିମୁଟା ଆସିବା ପରେ ରୁଟିକୁ ସିଧାସଳଖ ଗ୍ୟାସରେ ସେକାଯାଉଛି | ଏହାଦ୍ୱାରା କମ ସମୟରେ ସିନା ରୁଟି ହୋଇଥାଏ କିନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି ଏହି ଅଧ୍ୟୟନରୁ ପ୍ରକାଶ ପାଇଛି | ସେହିଭଳି ଆଉ ଏକ ଜର୍ଣ୍ଣାଲରେ କୁହାଯାଇଛି, ଯେଉଁମାନେ ହାର୍ମବର୍ଗର ଅଧିକ ସେବନ କରୁଛନ୍ତି ସେମାନଙ୍କ ଠାରେ ପ୍ରୋଟେଷ୍ଟ କ୍ୟାନ୍ସର ହେବ ଆଶଙ୍କା ୭୯% ଅଧିକ ଥାଏ | କେବଳ ସେତିକି ନୁହେଁ, ଏଲପିଜି ଗ୍ୟାସରେ ଖାଦ୍ୟ ପ୍ରସ୍ତୁତ କଲେ, ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଓ ପରିବେଶ ପାଇଁ ମଧ୍ୟ ବିପଦଜନ୍ନକ | ତେଣୁ ଏଲପିଜି ବଦଳରେ ଇଣ୍ଡେକ୍ସନ କିମ୍ବା ବିଦ୍ୟୁତ ଚୁଲା ବ୍ୟବହାର ପାଇଁ ଅଧ୍ୟୟନରେ ପରାମର୍ଶ ଦିଆଯାଇଛି |

author

Related Articles

Leave a Reply

Your email address will not be published. Required fields are marked *