ବିବାହ ବନ୍ଧନରେ ବାନ୍ଧିହେବେ ମଲାଇକା

ବିବାହ ବନ୍ଧନରେ ବାନ୍ଧିହେବେ ମଲାଇକା

ଭୁବନେଶ୍ୱର:

ବଲିଉଡ ଅଭିନେତ୍ରୀ ମଲାଇକା ଆରୋରା ତାଙ୍କ ବଡି ଫିଟନେସ ଓ ନୃତ୍ୟ ଶୈଳୀକୁ ନେଇ ସବୁବେଳେ ଚର୍ଚାରେ ରୁହନ୍ତି | ନିକଟରେ ମଲାଇକା ଗୁରୁ ରାନ୍ଧୱାଙ୍କ ମ୍ୟୁଜିକ ଭିଡିଓ ‘ତେରା କି ଖୟାଲ’ରେ ନଜର ଆସିଥିଲେ | ଏଥିରେ ତାଙ୍କର ହଟ ଓ ସେକ୍ସି ଅନ୍ଦାଜ ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି | ଏହି ମ୍ୟୁଜିକ ଭିଡିଓର ପ୍ରମୋସନ ସମୟରେ ମଲାଇକା ତାଙ୍କର ବିବାହ ସମ୍ପର୍କରେ ଆଲୋଚନା କରିଥିଲେ | ସେ ଏବେ ବିବାହ ପାଇଁ ସମ୍ପୂର୍ଣ ପ୍ରସ୍ତୁତ ଥିବା କଥା କହିଛନ୍ତି | ଅନେକ ଦିନରୁ ମଲାଇକା ତାଙ୍କଠାରୁ ୧୨ ବର୍ଷ ସାନ ବଲିଉଡ ଅଭିନେତା ଅର୍ଜୁନ କପୁରଙ୍କ ଡେଟ କରୁଛନ୍ତି |

ତେବେ ମଲାଇକା ଏହି କଥାରୁ ସେ ପୁଣି ଥରେ ବିବାହ କରିବେ ବୋଲି ଏକପ୍ରକାର ସ୍ପଷ୍ଟ ହୋଇଛି | ମ୍ୟୁଜିକ ଭିଡିଓର ପ୍ରମୋସନ ସମୟରେ ମଲାଇକା କହିଥିଲେ ଯେ, ‘ହଁ ଏବେ ଆମେ ବିବାହ ବିଷୟରେ ଚିନ୍ତା କରୁଛୁ | ଆମକୁ କିଛି ଲୋକ ସ୍ୱାର୍ଥପର ଭାବୁଛନ୍ତି | କିନ୍ତୁ ଏହା ପରସ୍ପର ପ୍ରତି ଥିବା ସମର୍ପଣ ଭାବ | ମୁଁ ପ୍ରେମରେ ବିଶ୍ୱାସ କରେ | ମୁଁ ଭାରତୀୟ ପରମ୍ପରାରେ ମଧ୍ୟ ବିଶ୍ୱାସ ରଖେ | ମୁଁ କହିପାରିବି ନାହିଁ କେବେ ବିବାହ କରିବି | କାରଣ ଜୀବନରେ ବେଶୀ କିଛି ଯୋଜନା କରିବା ଠିକ ନୁହେଁ |’ ଏଠାରେ ପ୍ରକାଶ ଥାଉ କି, ମଲାଇକା ତାଙ୍କ ସ୍ୱାମୀ ଅରବାଜ ଖାନଙ୍କଠାରୁ ଅଲଗା ହେବା ପରେ ଅର୍ଜୁନ କପୁରଙ୍କୁ ଡେଟ କରୁଛନ୍ତି | ଉଭୟ ବିଦେଶରେ ଏକାଠି ଛୁଟି କାଟୁଥିବାର ଭିଡିଓ ମଧ୍ୟ ଅନେକ ସମୟରେ ସାମାଜିକ ଗଣମାଧ୍ୟମରେ ଭାଇରଲ ହୋଇଛି |

author

Related Articles

Leave a Reply

Your email address will not be published. Required fields are marked *