କ୍ୟାଟ୍ରିନାଙ୍କୁ ଟାର୍ଗେଟ କରୁଛନ୍ତି ନୀତୁ

କ୍ୟାଟ୍ରିନାଙ୍କୁ ଟାର୍ଗେଟ କରୁଛନ୍ତି ନୀତୁ

ଭୁବନେଶ୍ୱର:

ବଲିଉଡର ବର୍ଷୀୟାନ ଅଭିନେତ୍ରୀ ନୀତୁ କପୁର ସତୁରି ଅଶି ଦଶକରେ ଅନେକ ହିଟ ଫିଲ୍ମି ଦେଇଥିଲେ | ଏବେ ସୋସିଆଲ ମିଡିଆରେ ସେ ବେଶ ସକ୍ରିୟ | ବିଭିନ୍ନ ସମୟରେ ସେ ପାରିବାରିକ ଫଟୋକୁ ତାଙ୍କ ପ୍ରଶଂସକଙ୍କ ଉଦ୍ଦେଶ୍ୟରେ ସୋସିଆଲ ମିଡିଆରେ ସେୟାର କରିଥାନ୍ତି | ନିକଟରେ ନୀତୁ ଏକ ପୋଷ୍ଟ ସେୟାର କରିଥିଲେ | ଯାହା ସୋସିଆଲ ମିଡିଆରେ ବେଶ ଭାଇରଲ ହେବାରେ ଲାଗିଛି | ନୀତୁ ଏହି ପୋଷ୍ଟ ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ଉଦ୍ଦେଶ୍ୟରେ କରିଥାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି | ନୀତୁ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି , ସେ ଆପଣଙ୍କୁ ସାତ ବର୍ଷ ଧରି ଡେଟ କରିଛି ବୋଲି ଆପଣଙ୍କୁ ବିବାହ କରିବା ବୋଲି ମାନେନାହିଁ ତ! ମୋର ଜଣେ ଅଙ୍କଲ ଛଅ ବର୍ଷ ପର୍ଯ୍ୟନ୍ତ ଡାକ୍ତରୀ ପଢିଲେ କିନ୍ତୁ ଏବେ ସେ ଜଣେ ଡ଼ିଜେ’ |

କିନ୍ତୁ ନୀତୁଙ୍କ ପୋଷ୍ଟକୁ କ୍ୟାଟ୍ରିନାଙ୍କ ପ୍ରଶଂସକ ମାନେ ସହଜରେ ଗ୍ରହଣ କରିନାହାନ୍ତି | ନୀତୁ ସବୁବେଳେ କ୍ୟାଟ୍ରିନାଙ୍କୁ ଟାର୍ଗେଟ କରନ୍ତି | ବୋଲି ଅନେକ ୟୁଜର୍ସ ମତ ଦେଇଛନ୍ତି | ଆଉ କିଛି ୟୁଜର୍ସ ଲେଖିଛନ୍ତି ନୀତୁ କପୁର ଏତେ ବର୍ଷ ପରେ ବି କ୍ୟାଟଙ୍କ ଉପରେ ଟିପ୍ପଣୀ କରୁଛନ୍ତି, | କିନ୍ତୁ କ୍ୟାଟ୍ରିନା ସବୁବେଳେ ତାଙ୍କ କାମ ଉପରେ ଧ୍ୟାନ ଦିଅନ୍ତି | ଏ କପୁର ପରିବାର ବଡ ଅଜବ
ଆଉ କିଛି ୟୁଜର୍ସ ଲେଖିଛନ୍ତି ଯେତେ ପର୍ଯ୍ୟନ୍ତ ନୀତୁ କପୁରକ ଭଳି ମହିଳା ଥିବେ, ସେଯାବତ ରଣବୀର କପୁରଙ୍କ ଭଳି ପୁରୁଷଙ୍କୁ ପ୍ରଶଂସା କରାଯାଉଥିବା | ଏଠାରେ ପ୍ରକାଶ ଥାଉ କି, କ୍ୟାଟ୍ରିନା ଓ ରଣବୀର ପରସ୍ପରକୁ ଦୀର୍ଘଦିନ ଧରି ଡେଟ କରୁଥିଲେ | ଉଭୟ ଲିଭିଇନରେ ମଧ୍ୟ ରହୁଥିଲେ | କିନ୍ତୁ ୨୦୧୬ରେ ଉଭୟଙ୍କ ମଧ୍ୟରେ ବ୍ରେକଅପ ହୋଇଯାଇଥିଲା |

author

Related Articles

Leave a Reply

Your email address will not be published. Required fields are marked *