ଜିମ ଯିବା ପୂର୍ବରୁ କ’ଣ ଖାଇବେ……

ଜିମ ଯିବା ପୂର୍ବରୁ କ’ଣ ଖାଇବେ……

ଭୁବନେଶ୍ୱର:

ବର୍ତ୍ତମାନ ସମସ୍ତେ ଫିଟ ରଖିବା ପାଇଁ ଜିମ ଯାଉଛନ୍ତି | ତେବେ ସୁସ୍ଥ ରହିବା ପାଇଁ ବ୍ୟାୟାମ ସହିତ ସନ୍ତୁଳିତ ଆହାର ମଧ୍ୟ ଆବଶ୍ୟକ | ଜିମ ଯାଉଥିବା ଲୋକଙ୍କୁ ପୋଷକତତ୍ତ୍ୱଯୁକ୍ତ ଖାଦ୍ୟ ଖାଇବା ଉଚିତ | କିନ୍ତୁ ଜିମ ଯିବା ପୂର୍ବରୁ କେଉଁ ସବୁ ଖାଦ୍ୟ ଖାଇବେ, ତାହା ମଧ୍ୟ ଜାଣିବା ଉଚିତ | ଜିମ ଯିବାର ୨-୩ ଘଣ୍ଟା ପୂର୍ବରୁ ପୋଷକତତ୍ତ୍ୱଯୁକ୍ତ ଓ ଶକ୍ତିବର୍ଦ୍ଧକ କିଛି ଖାଦ୍ୟକୁ ଡାଏଟରେ ସାମିଲ କରିବା ଉଚିତ | ଏହାଦ୍ୱାରା ଜିମ ଯିବାର ଲାଭ ମିଳିଥାଏ ଏବଂ ଶରୀର ସୁସ୍ଥ ରହେ | ସେମିତି କିଛି ଖାଦ୍ୟ ହେଉଛି –
ଡ୍ରାଏ ଫ୍ରୁଟସରେ ପ୍ରୋଟିନ, ଫାଇବର ଓ ପୋଷକତତ୍ତ୍ୱ ଥାଏ | ଏହାକୁ ଦ୍ୱାରା ବ୍ୟାୟାମ କରିବା ପାଇଁ ମିଳେ |
ବ୍ୟାୟାମ ପୂର୍ବରୁ ଶକ୍ତିବର୍ଦ୍ଧକ ଭାବେ କଦଳୀ ଖାଇପାରିବେ |
ଜିମ ଯିବା ପୂର୍ବରୁ ସିଝା ଅଣ୍ଡା ମଧ୍ୟ ଖାଇପାରିବେ | ଏଥିରେ ପ୍ରୋଟିନ ଓ ଭିଟାମିନ ଥିବାରୁ ବ୍ୟାୟାମ କରିବା ସମୟରେ ଏହା ଶରୀରକୁ ଶକ୍ତି ଯୋଗାଏ |
ଖାଲି ପେଟରେ ଜିମ ଯିବା ପରିବର୍ତ୍ତେ ଜୁସ କିମ୍ବା ପ୍ରୋଟିନ ସେକ ପିଇପାରିବେ |
୨ରୁ ୩ଟି ମଲଟିଗ୍ରେନ ସାଣ୍ଡୱିଚ ସହିତ ପିସ୍ତାବାଦାମ ବଟର ଖାଇପାରିବେ |
ଜିମ ଯିବା ପୂର୍ବରୁ ବ୍ଲାକ କଫି ମଧ୍ୟ ପିଇପାରିବେ
କିନ୍ତୁ ସକାଳେ ଏହାକୁ ପିଇବା ଉଚିତ |

author

Related Articles

Leave a Reply

Your email address will not be published. Required fields are marked *