ଚମକ ବଢ଼ାଏ ଇକୋ ଗ୍ଲିଟର ଫେସ ମାସ୍କ

ଚମକ ବଢ଼ାଏ ଇକୋ ଗ୍ଲିଟର ଫେସ ମାସ୍କ

ଭୁବନେଶ୍ୱର:

ଉଜ୍ଜ୍ୱଳ ତ୍ୱଚା ପାଇବା ପାଇଁ ମହିଳାମାନେ ଅନେକ ପ୍ରସାର ପ୍ରସାଧନ ସାମଗ୍ରୀ ବ୍ୟବହାର କରୁଛନ୍ତି | ଅନେକ ଏନେଇ ଫେସ ମାସ୍କ ଉପରେ ନିର୍ଭରଶୀଳ ଥାନ୍ତି | ତେବେ ଇକୋ ଗ୍ଲିଟର ଫେସ ମାସ୍କରୁ ମଧ୍ୟ ସୁନ୍ଦର ଉଜ୍ଜ୍ୱଳ ତ୍ୱଚା ଘରେ ପାଇପାରିବେ | ଏହାକୁ ଘରେ ତିଆରି କରିବା ସମ୍ଭବ |
ଏହି ଫେସ ମାସ୍କ ତିଆରି କରିବା ଲାଗି ଘିକୁଆଁରୀ, ମହୁ, ଭିଟାମିନ ଇ ଅଏଲ, ଇକୋ ଗ୍ଲିଟର ଓ ଏସେନସିଆଲ ଅଏଲ ଆବଶ୍ୟକ | ପ୍ରଥମେ ଘିକୁଆଁରୀ ରସ, ମହୁ, ଭିଟାମିନ ଇ ଅଏଲ ଓ ଏସେନସିଆଲ ତେଲକୁ ଭଲ ଭାବେ ମିଶାନ୍ତୁ | ଏହାପରେ ସେଥିରେ ଇକୋ ଗ୍ଲିଟର ମିଶାନ୍ତୁ | ଆଖିକୁ ଛାଡି ଏହି ମାସ୍କକୁ ମୁହଁରେ ଲଗାଇ ୧୦-୧୫ ମିନିଟ ପର୍ଯ୍ୟନ୍ତ ରଖନ୍ତୁ | ଏହା ପରେ ଉଷୁମ ପାଣିରେ ମୁହଁକୁ ପୋଛି ସଫା କରି ଦିଅନ୍ତୁ | ତେବେ ଏହାକୁ ବ୍ୟବହାର କରିବା ପୂର୍ବରୁ ପ୍ରଥମେ ପ୍ୟାଚ ଟେଷ୍ଟ କରାନ୍ତୁ | ମୁହଁରେ ଯଦି କୌଣସି ଖଣ୍ଡିଆ ହୋଇଥାଏ, ଏହାକୁ ବ୍ୟବହାର କରିବାରୁ ଦୂରେଇ ରୁହନ୍ତୁ | ଯଦି ଏହାକୁ ଲଗେଇବା ପରେ ମୁହଁରେ ପୋଡାଜଳା ହୁଏ, ତୁରନ୍ତ ମୁହଁକୁ ଧୋଇ ଦିଅନ୍ତୁ | ସପ୍ତାହକୁ ଥରେ ଏହାକୁ ମୁହଁରେ ଲଗାଇଲେ ଫରକ ଜଣାପଡେ |

author

Related Articles

Leave a Reply

Your email address will not be published. Required fields are marked *