ଡହଡହ ଖରାରେ ସିଝୁଛି ରାଜଧାନୀ

ଡହଡହ ଖରାରେ ସିଝୁଛି ରାଜଧାନୀ

ଭୁବନେଶ୍ୱରେ:

ତ୍ରାହି ତ୍ରାହି ଡାକୁଛନ୍ତି ସହରବାସୀ
ଅସ୍ତବ୍ୟସ୍ତ କରୁଛି ବିଜୁଳି
ଓଃ କି ତାତି | ଡହ ଡହ ଖରାରେ ତ୍ରାହି ତ୍ରାହି ଡାକୁଛନ୍ତି ରାଜଧାନୀବାସୀ | ଖରାରେ ମୁହଁ, ହାତ ପୋଡିଯାଉଛି | ତା’ ସାଙ୍ଗକୁ ଝାଞ୍ଜିପବନର ଜ୍ଵଳା | ସକାଳେ ୮ଟା ପରେ ଘରୁ ବାହାରି ଅସହ୍ୟ ହୋଇପଡୁଛି | କିଏ ଅଫିସ ଯିବା ପାଇଁ ତ ଆଉ କିଏ ବାହାରୁ ଆସି ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପରେ ଅସ୍ତବ୍ୟସ୍ତ କରିଦେଉଛି ଖରା | ରାଜଧାନୀରେ ମଙ୍ଗଳବାର ତାପମାତ୍ରା ୪୦ଡିଗ୍ରୀ ଟପିଥିବା ବେଳେ ବୁଧବାର ଥିଲା ୩୯.୪ ଡିଗ୍ରୀ | ଖରା ଦାଉରୁ ମୁକ୍ତି ପାଇବା ପାଇଁ କିଏ ଗଛର ଛାଇ ଖୋଜୁଛି ତ ଆଉ କାହା ପାଇଁ ଓଭରବ୍ରିଜ ତଳ ପାଲଟିଛି ସାହାରା |

ଦିନ ମଜୁରୀଆଙ୍କଠାରୁ ଆରମ୍ଭ କରି ରିକ୍ସା ଓ ଟ୍ରଲିଚାଳକ ଖରା ଗରମ ତାତିରୁ ମୁକ୍ତି ପାଇଁ କେତେବେଳେ ଦୋକାନ ବାରଣ୍ଡାରେ ଆଉ କେତେବେଳେ ଓଭରବ୍ରିଜ୍ରର ଛାଇକୁ ଆଶ୍ରା କରୁଛନ୍ତି |ସେହିପରି ପାଣି ଟୋପାଏ ପାଇଁ ଶୁନଶାନ ଖରାବେଳରେ ପଶୁପକ୍ଷୀଙ୍କଠାରୁ ଆରମ୍ଭ କରି ମଣିଷ ମଧ୍ୟ ହନ୍ତସନ୍ତ ହୋଇପଡୁଛନ୍ତି | ମୁଣ୍ଡଫଟା ଖରାରେ ରାଜଧାନୀରେ ବସଷ୍ଟାଣ୍ଡ ଓ ରେଲୱେ ଷ୍ଟେସନରେ ଲୋକ ଅପେକ୍ଷା କରି ସେହିଠାରେ ହିଁ ରହୁଛନ୍ତି | କିଏ ବସ ଟ୍ରେନକୁ ଅପେକ୍ଷା କରି ସେହିଠାରେ ହିଁ ନେଉଛନ୍ତି ବିଶ୍ରାମ | ଖରା ତାତି ସହି ନ ପରି ପଥରଚାରିଠାରୁ ଆରମ୍ଭ କରି ଯାତ୍ରା ସଂଜ୍ଞା ହରାଉଛନ୍ତି | ଅପରପକ୍ଷେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ପାଇଁ ରାଜଧାନୀର ଜୀବଜନ୍ତୁ ଅସ୍ତବ୍ୟସ୍ତ ହୋଇପଡୁଛନ୍ତି | ଖରାହେଲେ ରାସ୍ତାଘାଟ ଶୂନ୍ୟସାନ ହୋଇଯାଇଛି | ଏସବୁ ଭିତରେ କେତେକ ଅଞ୍ଚଳରେ ବିଦ୍ୟୁତକାଟ ସହରବାସୀଙ୍କ ଆହୁରି ଅସ୍ତବ୍ୟସ୍ତ କରିପକାଉଛି | ଗତକିଛିଦିନ ଧରି ରାଜଧାନୀରେ ବିଭିନ୍ନ ଅଞ୍ଚଳରେ ବିଦ୍ୟୁତକାଟ ସମସ୍ୟା ପରିଲିକ୍ଷିତ ହୋଇ ଆସୁଛି |

author

Related Articles

Leave a Reply

Your email address will not be published. Required fields are marked *