ପାଚିଲା ବେଲରେ ମହକୁଛି ରାସ୍ତାକଡ଼

ପାଚିଲା ବେଲରେ ମହକୁଛି ରାସ୍ତାକଡ଼

ଭୁବନେଶ୍ୱର:

ଆଜି ହେଉଛି ପବିତ୍ର ପଣା ସଂକ୍ରାନ୍ତି, ମହାବୀର ଜୟନ୍ତୀ ଓ ଓଡ଼ିଆ ନବବର୍ଷ | ଏଥିପାଇଁ ରାଜଧାନୀର ବିଭିନ୍ନ ମନ୍ଦିରଗୁଡିକରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି | ମନ୍ଦିରକୁ ଆଲୋକମାଳାରେ ସାଜସଜ୍ଜା କରାଯିବ ସହ ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ତା କରାଯାଇଛି | ଏହାସହ ଭକ୍ତଙ୍କୁ ପଣା ଓ ଭୋଗ ବଣ୍ଟନ କରାଯିବାର ବ୍ୟବସ୍ତା ହୋଇଛି | ତେଣୁ ରାଜଧାନୀ ରାସ୍ତାକଡ଼ଠାରୁ ଆରମ୍ଭ କରି ହାଟବଜାରରେ ପାଚିଲା ବେଲ ବିକ୍ରି କରାଯାଉଛି | ପାଚିଲା ବେଳର ବାସ୍ନାରେ ମହକୁଛି ରାଜଧାନୀ | ଘର ସମ୍ମୁଖରେ ଥିବା ବୃନ୍ଦାବତୀଙ୍କ ଉପରେ କଳସ ବସାଇବା ପାଇଁ ବଜାରରେ ବିଭିନ୍ନ ସ୍ଥାନରେ ଠେକି ବିକ୍ରି କରାଯାଉଛି | ଗୋଟିଏ ଲେଖାଏ ଠେକିର ମୂଲ୍ୟ ୨୫ଟଙ୍କାରୁ ଆରମ୍ଭ କରି ୩୦ଟଙ୍କାରେ ବିକ୍ରି କରାଯାଉଥିଲା | ଠେକି ପଣା ପାଇଁ ଛତୁଆ,କଦଳୀ,ନଡ଼ିଆ,ଛେନା,ଆମ୍ବ ଆଦିରେ ସ୍ୱତନ୍ତ୍ର ପଣା ପ୍ରସ୍ତୁତ କରାଯାଇଥାଏ | ରାଜଧାନୀର ବିଭିନ୍ନ ସ୍ଥାନରେ ଥିବା ହନୁମାନ ମନ୍ଦିରରେ ୧୦୮ ହନୁମାନ ଚାଳିଶା ପାଠ କରି ନିଜର ମାନସିକ ପୂରଣ ପାଇଁ ବ୍ରତ ରଖିଥାନ୍ତି ଶ୍ରଦ୍ଧାଳୁ | ମହାବିଷୁବ ସଂକ୍ରାନ୍ତି ବା ମେରୁ ସଂକ୍ରାନ୍ତିରେ ମନୋବାଞ୍ଛା ପୂରଣ ପାଇଁ ଶ୍ରଦ୍ଧାଳୁମାନେ ମାନସିକ ରେକଳହୀ ମା’ କାଳୀଙ୍କ ପାଖରେ ଅଧିଆ ପଡିବେ | ଏହି ଅବସରରେ ରାଜଧାନୀର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେବ ଝାମୁଯାତ୍ରା ବା ଦଣ୍ଡଯାତ୍ରା | ନୂଆପାଲ୍ଲୀ, ବରମୁଣ୍ଡା, ଘାଟିକିଆ, ଯାଆଁଳା, ରସୁଲଗଡ଼, ଲକ୍ଷ୍ମୀସାଗର, ପଟିଆ, ଡମଣା, ଗାଡ଼କଣ, କଳାରାହାଙ୍ଗ ଆଦି ସ୍ଥାନରେ ଝାମୁ ଅନୁଷ୍ଠିତ ହେବ | ସେହିପରି ଚାରିଆଡେ ହେବ ପଣାର ଆସର | ଏଥିପାଇଁ ପ୍ରସ୍ତୁତି ଶେଷ ହୋଇଛି ଖରା ତାତିରେ କିଏ ଲୋକଙ୍କୁ ମାଗଣା ପଣା ଯୋଗାଇବା
ପାଇଁ ହେଉ ଅବା ରାଜଧାନୀର କିଛି ସ୍ଥାନରେ ବିଭିନ୍ନ ପ୍ରକାରର ପଣା ବିକ୍ରିର ଆୟୋଜନ କରାଯାଇଛି |

କେବଳ ବେଲ ପଣା କି ଛତୁଆ ପଣା ନୁହେଁ, ଗୁଡା ପଣା, ଲେମ୍ବୁ ମିଶ୍ରି ପଣା, ଦହି ପଣା, ଛେନା ପଣା, ମାଣ୍ଡିଆ ଫଳ ପଣା ଆଦି ୫-୭ ପ୍ରକାରର ପଣା ବିକ୍ରି କରାଯାଉଛି | ଥଣ୍ଡା ପାଣିରେ ଗୁଡା ସହ ପାଚିଲା ଆମ୍ବ, ଗୋଲମରିଚ ଓ ଆଡକୁ ମିଶାଇ ଗୁଡ଼ପଣା ପ୍ରସ୍ତୁତି କରାଯାଉଛି | ଏହି ପଣା ଚନ୍ଦ୍ରଶେଖରପୁର, ଜୟଦେବ ବିହାର ଆଦି ସ୍ଥାନରେ ବିକ୍ରି କରାଯାଉଛି | ଗୋଟିଏ ଗ୍ଳାସକୁ ୨୦ଟଙ୍କାରେ ବିକ୍ରି କରାଯାଉଛି | ସେହିପରି ଲେମ୍ବୁ, ଚିନି ପାଣି ପରିବର୍ତ୍ତେ ଲେମ୍ବୁ ଓ ମିଶ୍ରଙ୍କୁ ମିଶାଇ ପଣା ପ୍ରସ୍ତୁତ କରାଯାଉଛି | ଯାହାକି ଖରାଦିନରେ ଲୋକଙ୍କ ତୃଷ୍ଣା ମେଣ୍ଟାଈଉଛି | ଲେମ୍ବୁ ମିଶ୍ରି ପଣାର ମୂଲ୍ୟ ୧୦ଟଙ୍କା ରହିଛି | ଓଡ଼ିଆ ନବବର୍ଷ ଉଦ୍ଦେଶ୍ୟରେ କିଛି ସ୍ଥାନରେ ଛେନାକୁ କଦଳୀ ଓ କ୍ଷୀର,ନଡ଼ିଆ କୋରା ସହ ଭଲରେ ଚକଟା ଯାଇ ସେଥିରେ ଅଳେଇଚ ଗୁଣ୍ଡ, ଗୋଲମରିଚ ଗୁଣ୍ଡ, ଅଦା ଛେଚା ଆଦିକୁ ପକାଇ ପ୍ରସ୍ତୁତ କରାଯାଉଛି | ଏହି ପଣା ଶୋଷ ମେଣ୍ଟାଇବାରେ ସହାୟକ ହେଉଛି | ସେହିପରି ଏବେ ମାଣ୍ଡିଆ ପଣାର ବେଶ ଚାହିଦା ରହିଛି | ମାଣ୍ଡିଆ ପଣାର ଫଳକୁ ମିଶାଇ ସ୍ୱତନ୍ତ୍ର ପଣା ପ୍ରସ୍ତୁତ କରାଯାଉଛି | କେବଳ ସାଦା ମାଣ୍ଡିଆ ପଣା ଓ ଫଳ ମିଶାଇ ପଣା ପ୍ରସ୍ତୁତ କରାଯାଉଛି | ଗୋଟିଏ ଗ୍ଲାସ ମାଣ୍ଡିଆ ପଣାର ମୂଲ୍ୟ ୨୫ଟଙ୍କାରୁ ଆରମ୍ଭ କରି ୩୫ଟଙ୍କା ପର୍ଯ୍ୟନ୍ତ ରହିଛି | ବିଭିନ୍ନ ମାଣ୍ଡିଆ ଷ୍ଟୋରରେ ଏହି ପଣା ବିକ୍ରି କରାଯାଉଥିବାବେଳେ ଖରାଦିନରେ ଏହାର ଅଧିକ ଚାହିଦା ରହିଛି | ମହିଳା ସ୍ୱୟଂ ସହାୟକ ଗୋଷ୍ଠିର ମହିଳାମାନେ ଏହି ପଣା ପ୍ରସ୍ତୁତ କରୁଛନ୍ତି |

author

Related Articles

Leave a Reply

Your email address will not be published. Required fields are marked *