ଆଳୁ କିଲୋ ୫୦ ହଜାର

ଆଳୁ କିଲୋ ୫୦ ହଜାର

ଭୁବନେଶ୍ୱର:

ଆମ୍ବକୁ ଯେପରି ଫଳର ରାଜା କୁହାଯାଏ, ସେହିପରି ଆଳୁ ପାନିପରିବାର ମଧ୍ୟରେ ସର୍ବାଗ୍ରେ ଥାଏ | କେବଳ ଭାରତରେ ନୁହେଁ, ସମସ୍ତ ବିଶ୍ୱରେ ଆଳୁର ଚାହିଦା ଅଧିକ | କାରଣ ଏଥିରୁ ଅନେକ ପ୍ରକାର ସୁସ୍ୱାଦୁ ବ୍ୟଞ୍ଜନ ପ୍ରସ୍ତୁତ କରାଯାଏ | ଏହା ବ୍ୟତୀତ ଅନ୍ୟ ପନିପରିବା ତୁଳନାରେ ଏହାର ମୂଲ୍ୟ ମଧ୍ୟ କାମ ଅଟେ | କିନ୍ତୁ ବିଶ୍ୱର ଏପରି ଏକ ଆଳୁ ଅଛି, ଯାହାର ଦାମ କେଜି ପ୍ରତି ୪୦ରୁ୫୦ ହଜାର ଟଙ୍କା | ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ | ଏହି ଆଳୁର ନାମ ହେଉଛି, ଲେ ବୋନୋଟେ | ଏହି ପ୍ରଜାତିର ଆଳୁ ଫ୍ରାନ୍ସରେ ଚାଷ କରାଯାଇଥାଏ | ଏହା ଫ୍ରାନ୍ସର ଇଲେ ଡି ନୋଏରମୋଟିଅର ଦ୍ୱୀପରେ ବିଶେଷ ଭାବେ ଚାଷ କରାଯାଏ | ଏହି ଆଳୁ ଏତେ ଦୁର୍ଲଭ ଯେ, ଏହା କେବଳ ୫୦ ବର୍ଗ ମିଟର ଜମିରେ ଚାଷ କରାଯାଏ | କୁହାଯାଏ ଯେ, ଏହି ଆଳୁ ସ୍ୱତନ୍ତ୍ର ହେବାର କାରଣ ହେଉଛି, ଏଠାରେ ଥିବା ବାଲିଆ ଜମିରେ ଏହାକୁ ଚାଷ କରାଯାଏ ଏବଂ ସାମୁଦ୍ରିକ ଶୈବାଳକୁ ଏଥିରେ ସାରା ଭାବରେ ପ୍ରୟୋଗ କରାଯାଏ | ତେଣୁ ଏହାକୁ ବିଶ୍ୱର ସବୁଠାରୁ ମହଙ୍ଗା ଆଳୁ ବୋଲି କୁହାଯାଏ |

ସ୍ୱାଦ ହିସାବରେ ମଧ୍ୟ ଏହି ଆଳୁ ଅନ୍ୟ ସାଧାରଣ ଆଲୁଠାରୁ ବହୁତ ଭିନ୍ନ | କାରଣ ଏହା ଲୁଣିଆ | ଏହାକୁ ସାଲାଡ଼ ଭାବେ କଞ୍ଚା ଖିଆଯାଇପାରିବ | ଏହା ସହିତ ପ୍ୟୁରି, ସୁପ ଏବଂ କ୍ରିମ ତିଆରିରେ ମଧ୍ୟ ଏହା ବ୍ୟବହୃତ ହୁଏ | ଡାକ୍ତରଙ୍କ କହିବାନୁସାରେ, ଏହି ଆଳୁ ଅନେକ ରୋଗରୁ ରକ୍ଷା କରିଥାଏ ଏବଂ ଏହି ଆଳୁ ସାଧାରଣ ବଜାରରେ ମିଳେ ନାହିଁ | ଏଥିପାଇଁ ଇ-କମର୍ସ ୱେବସାଇଟ୍କୁ ଯିବାକୁ ହୁଏ | ଏହି ଆଳୁର ଆଉ ଏକ ବିଶେଷତ୍ୱ ହେଉଛି ଆଳୁ ଲଗାଇବାରେ ତିନି ମାସ ମଧ୍ୟରେ ଅମଳ ହୋଇଯାଏ | ଫେବୃଆରୀରେ ଏହି ଆଳୁ ଲଗାଯାଏ ଏବଂ ମେ’ ମାସରେ ଅମଳ କରାଯାଇଥାଏ | ଏହି ଆଳୁ ଅମଳ ପାଇଁ କୃଷକମାନଙ୍କୁ ଅନେକ ସତର୍କତା ମଧ୍ୟ ଅବଲମ୍ବନ କରିବାକୁ ପଡିଥାଏ | ଏହାକୁ ମାଟିରୁ ବାହାର କରିବା ପାଇଁ ଯନ୍ତ୍ରର ଆବଶ୍ୟକତା ନ ଥାଏ | ହାତ ଦ୍ୱାରାଏହି ଆଳୁ ବାହାର କରାଯାଏ, ତାହା ପୁଣି ହାଲକ ଭାବରେ ବାହାରେ କରିବାକୁ ପଡେ | ପଟାଟୋରିଭ୍ୟୁ ନାମକ ୱେବସାଇଟ୍ ଅନୁଯାୟୀ, ଏହି ଆଳୁର ମୂଲ୍ୟ ୫୦୦ ୟୁରୋ, ଅର୍ଥାତ ଭାରତୀୟ ମୁଦ୍ରାରେ ପ୍ରାୟ ୪୪,୨୮୨ ଟଙ୍କା ହେବ | ଏହାର ମୂଲ୍ୟ ସବୁବେଳେ ସମାନ ରହି ନ ଥାଏ | ତଥାପି ଜଣେ ସାଧାରଣ ଲୋକ ଏହାକୁ କିଣିପାରିବ ନାହିଁ |

author

Related Articles

Leave a Reply

Your email address will not be published. Required fields are marked *