ମହାନତା ଦେଖାଇଲେ ରା.ଉଦୟଗିରି ବଜରଙ୍ଗ ଦଳ

ମହାନତା ଦେଖାଇଲେ ରା.ଉଦୟଗିରି ବଜରଙ୍ଗ ଦଳ

ଗଜପତି:ମୋହନା

ପବିତ୍ର ହନୁମାନ ଜନ୍ମ ମହୋତ୍ସବ ଉପଲକ୍ଷେ ଗଜପତି ଜିଲ୍ଲା ମାଣିକପୁର ଅଧିନ କେଶରୀ ନଗର ହନୁମାନ ମନ୍ଦିରଠାରେ ଆୟୋଜିତ ସମାବେଶରେ ଜିଲ୍ଲାର ସମସ୍ତ ଅଞ୍ଚଳରୁ ଶତାଧିକ ବଜରଙ୍ଗ ଦଳ, ବିଶ୍ଵ ହିନ୍ଦୁ ପରିଷଦ, ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ, ଅନ୍ୟାନ୍ୟ ସଂଗଠନ ତଥା ବହୁ ଶ୍ରଦ୍ଧାଳୁ ଯୋଗଦେଇଥିଲେ। କର୍ମକର୍ତ୍ତାମାନେ କାର୍ଯ୍ୟକ୍ରମ ସାରି ଫେରୁଥିବା ସମୟରେ ମହେନ୍ଦ୍ରଗଡ ବାଇକ ଶୋ ରୁମ୍ ଠାରେ ମୁନା କାର୍ଯ୍ୟୀ ନାମକ ଏକ ସ୍ଥାନୀୟ ଯୁବକ ନିଜ ବାଇକରୁ ଭାରସାମ୍ୟ ହରାଇ ଗୁରୁତର ଅବସ୍ଥାରେ ରାସ୍ତାରେ ପଡ଼ିରହିଥିଲେ । ସେହି ସମୟରେ ରା.ଉଦୟଗିରି ବଜରଙ୍ଗ ଦଳର ଭାଇ ମାନେ ସେହି ରାସ୍ତା ଦେଇ ଫେରୁଥିବା ସମୟରେ ଏହି ଘଟଣା ଦେଖି ଆହତ ବ୍ୟକ୍ତିଙ୍କୁ ଏକ ଅଟୋ ଯୋଗେ ଚନ୍ଦ୍ରଗିରି ସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଚିକିତ୍ସା କରାଇଥିଲେ । ରା.ଉଦୟଗିରି ବଜରଙ୍ଗ ଦଳର ସୁମନ ଘଡାଇ, ସନ୍ତୋଷ ଦଳାଇ, ଜ୍ଞାନରଞ୍ଜନ ମହାନ୍ତି, ମନୋଜ କୁମାର ପାତ୍ର, ଉମା ସାହୁ, କୃଷ୍ଣ ଚନ୍ଦ୍ର ମିଶ୍ର ଖଜୁରୀପଦା ଗ୍ରାମର ହରେକୃଷ୍ଣ ପଣ୍ଡା ଗଂଜାମ ବିଭାଗର ସଂଗଠନ ମନ୍ତୀ ସତ୍ୟ ନାରାୟଣ କାର୍ଜି ବିଶ୍ୱ ହିନ୍ଦୁ ପରିଷଦର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।

author

Related Articles

Leave a Reply

Your email address will not be published. Required fields are marked *