ନବୀନ ନିବାସରୁ ବିଜେଡି ଟିକେଟ୍ ନେଲେ ପ୍ରାର୍ଥୀ ଦୀପାଳି ଦାସ

ନବୀନ ନିବାସରୁ ବିଜେଡି ଟିକେଟ୍ ନେଲେ ପ୍ରାର୍ଥୀ ଦୀପାଳି ଦାସ

ଭୁବନେଶ୍ୱର:

ନବୀନ ନିବାସରୁ ଟିକେଟ ନେଲେ ଦୀପାଳି ଦାସ । ଆଜି ଦୀପାଳି ଭାଇ ବିଶାଲଙ୍କ ସହ ନବୀନ ନିବାସରେ ପହଞ୍ଚି ନବୀନ ପଟ୍ଟନାୟକଙ୍କଠାରୁ ଟିକେଟ୍ ନେଇଛନ୍ତି । ଆସନ୍ତା ୧୮ ତାରିଖରେ ସେ ନାମାଙ୍କନ ପତ୍ର ଦାଖଲ କରିବେ । ଏହାସହ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦ ନେବା ସହ ମୁଖ୍ୟମନ୍ତ୍ରୀଙ୍କ ଭରସା ଜିତିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଦୀପାଳି ଦାସ | ଏହାସହ ବାପା ନବ ଦାସଙ୍କ ସ୍ବପ୍ନ ପୂରଣ କରି ବାପାଙ୍କ ଆତ୍ମାକୁ ଶାନ୍ତି ଦେବେ ବୋଲି କହିଛନ୍ତି ଝିଅ ଦୀପାଳି ଦାସ |

ଏହାସହ ସେବ ଆହୁରି ମଧ୍ୟ କହିଛନ୍ତି ଝାରସୁଗଡ଼ାରେ ବିମାନ ବନ୍ଦରଠୁ ନେଇ ପାନୀୟ ଜଳ ଭଳି ଅନେକ କାର୍ଯ୍ୟ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ହୋଇଛି । ମୁଖ୍ୟମନ୍ତ୍ରୀଙ୍କୁ ଝାରସୁଗୁଡ଼ାର ସବୁ ବିକାଶ ପାଇଁ ଧନ୍ୟବାଦ ଜଣାଇଛନ୍ତି ଦୀପାଳି । ସେପଟେ ଦୀପାଳି ଦାସଙ୍କୁ ଜିତାଇବା ପାଇଁ ବିଜେଡି ଜୋରଦାର ପ୍ରସ୍ତୁତି ଚଳାଇଛି । ଦୀପାଳିଙ୍କୁ ବଡ଼ ବ୍ୟବଧାନରେ ଜିତାଇବାକୁ ସ୍ବତନ୍ତ୍ର ରଣନୀତି କରିଛି ଦଳ ।

author

Related Articles

Leave a Reply

Your email address will not be published. Required fields are marked *