ଦିଘିରେ ଓଡ଼ିଆ ନବ ବର୍ଷ ପାଳିଲା ବି.ଏଚ.ଆର.ସିଯୋଗ ଦେଲେ ପୂର୍ତ୍ତ ମନ୍ତ୍ରୀ

ଦିଘିରେ ଓଡ଼ିଆ ନବ ବର୍ଷ ପାଳିଲା ବି.ଏଚ.ଆର.ସିଯୋଗ ଦେଲେ ପୂର୍ତ୍ତ ମନ୍ତ୍ରୀ

କାମକ୍ଷାନଗର:

ଭୁବନ ବ୍ଲକ ଦିଘି ପଂଚାୟତ ର ମା ବାଉତି ପୀଠରେ ମହାବିଷୁବ ପଣା ସଂକ୍ରାନ୍ତି ମହାସମାରୋହ ରେ ଅନୁଷ୍ଠିତ ହୋଇଥିଲା | ଖଣି ଇସ୍ପାତ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ସରପଞ୍ଚ ପ୍ରବୋଧ ଦାସ, ଯୋଗ ଦେଇ ପଣା ବାଣ୍ଟି ଥିଲେ | ଅବସରରେ ମା ସି୍ଧେଶ୍ବରୀ କାଳୀ ଙ୍କ ନିକଟରେ ଅଧିଆ ପଡ଼ିଥିବା ଶ୍ରଦ୍ଧାଳୁ ମନକୁ ପୂଜକ ଆଶ୍ରିବାଦ ସୂଚକ ଧଣ୍ଡା ପ୍ରଦାନ କରିଥିଲେ . | ବି.ଏଚ.ଆର.ସି ସଂଗଠନ ପକ୍ଷରୁ ଓଡ଼ିଆ ନବ ବର୍ଷ ପାଳିତ ହୋଇଯାଇଛି | ଜାତୀୟ ସଂଗୀତ ଗାନ କରାଯାଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ରାଜ୍ୟ ମହିଳା ସଭାନେତ୍ରୀ ପୁଷ୍ପାଞ୍ଜଳି ରଣା ଜିଲ୍ଲା ସଭାପତି ଖଗେଶ୍ୱର ରାଉତ, ତୃପ୍ତି ପାଠାଗାର ଅଧକ୍ଷ ପୂର୍ଣ୍ଣ ଚନ୍ଦ୍ର ସାହୁ ସମାଜସେବୀ ଗଗନ ମହାନ୍ତି , ବଳରାମ ହାତୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଥିଲେ | ଏହି ଅବସର ରେ 2000ଲୋକ ଙ୍କ ନିମନ୍ତେ ପଣା ବଣ୍ଟନ କରାଯାଇଥିଲା | ସେହିପରି ବାରୁଆଁ ସ୍ଥିତ ମା ମଙ୍ଗଳା ଙ୍କ ପୀଠ ରେ ବଳି ପ୍ରଥା କୁ ବନ୍ଦ କରାଯାଇଥିଲେ ବି ଭକ୍ତ ମାନଙ୍କ ପକ୍ଷରୁ ମାନସିକ ଗଂଜା ବୋଦା ଗୁଡିକୁ ସର୍ବସଂମୁଖ ରେ ନିଲାମ କରାଯାଇଥିଲା ସଭାପତି ପ୍ରମୋଦ ମହାନ୍ତି ଙ୍କ ନେତୃତ୍ୱ ରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା | ବାରୁଆଁ ସରପଞ୍ଚ ବୀଣାପାଣି ସାହୁ ସମସ୍ତ କାର୍ଯ୍ୟକ୍ରମକୁ ତଦାରଖ କରିଥିଲେ | ନୃସିଂହ ନାଏକ ଙ୍କ ସହଯୋଗ ରେ ଶହ ଶହ ଭକ୍ତ ଶ୍ରଦ୍ଧାଳୁ ଝାମୁଁ ନିଆଁରେ ଚାଲିଥିଲେ |

author

Related Articles

Leave a Reply

Your email address will not be published. Required fields are marked *