ଦୁର୍ଗମ ଅଞ୍ଚଳ ପାଇଁ ଆଶୀର୍ବାଦ ଡୋଲି ଆମ୍ବୁଲାନ୍ସ

ଦୁର୍ଗମ ଅଞ୍ଚଳ ପାଇଁ ଆଶୀର୍ବାଦ ଡୋଲି ଆମ୍ବୁଲାନ୍ସ

ହାଇଦ୍ରାବାଦ:

ଦେଶ ସ୍ୱାଧୀନ ହେବାର ଦୀର୍ଘ ବର୍ଷ ପରେ ବି ଅନେକ ସ୍ଥାନରେ ମିଳୁନି ଆମ୍ବୁଲାନ୍ସ ସେବା | ସାଧାରଣତଃ ପାହାଡି ଜଙ୍ଗଲ ଅଞ୍ଚଳରେ ଏହି ସମସ୍ୟା ଅଧିକ | ନିଜ ଅଞ୍ଚଳର ଏପରି ସମସ୍ୟାକୁ ହୃଦୟଙ୍ଗମ କରି ‘ଡୋଲି ଆମ୍ବୁଲାନ୍ସ’ ବିକଶିତ କରିଛନ୍ତି | ହାଇଦ୍ରାବାଦ, ମେହବୁବବାଦ ଜିଲ୍ଲା, କମ୍ବାଲପଲ୍ଲୀର ରେପଲେ ଶନମୁଖା ରାଓ | ମାତ୍ର ଦଶମ ଶ୍ରେଣୀ ଯାଏ ପାଠ ପଢିଥିବା ଶନମୁଖା ନିଜର ଇଞ୍ଜିନିଅରିଂ ଦକ୍ଷତା ବଳରେ ଅନେକ ଯନ୍ତ୍ର ତିଆରି କରିଛନ୍ତି | କମ୍ୟୁନିଟି ଅମ୍ବରେଲା, ବ୍ରଶ କଟର, ଗୋବରରୁ ଧୂପ, ରୋଡ଼ କ୍ଲିନର ଆଦି ଅନେକ ଜିନିଷ ନିର୍ମାଣ କରିଥିବାବେଳେ ବର୍ତ୍ତମାନ ତାଙ୍କ ‘ଡୋଲି ଆମ୍ବୁଲାନ୍ସ’ ଅନେକଙ୍କ ସମସ୍ୟା ଦୂର କରୁଛି | ଏହି ଆମ୍ବୁଲାନ୍ସ ସୁଦୂର ବଣ ଜଙ୍ଗଲ କ୍ଷେତ୍ରରେ ରହୁଥିବା ଲୋକଙ୍କୁ ସହାୟତା କରିବ | ଡୋଲି ଆମ୍ବୁଲାନ୍ସଟି ଅବିକଳ ବାହୁଙ୍ଗି ପରି |

ସେ ବାହୁଙ୍ଗିକୁ ଉଠାଇବା ପାଇଁ ହାଲୁକା ଲୁହ ପାଇପର ବ୍ୟବହାର କରଥିବାବେଳେ ଏହି ପାଇପ ପୁଣି ତଳକୁ ସଂଯୋଗ କରିଛନ୍ତି | ଆଉ ଦୁଇ ପାର୍ଶ୍ଵ ପାଇପରେ ସେ ବ୍ୟବହାର କରିଛନ୍ତି ସାଇକେଲ ଚକ | ଏହାଦ୍ୱାରା ରୋଗୀକୁ ମଝିରେ ବସାଇ ଦୁଇ ଜଣ ବ୍ୟକ୍ତି ଉଭୟ ପାର୍ଶ୍ୱକୁ ଟେକିପାରିବେ, ଏଥିରେ ଚକ ବ୍ୟବସ୍ଥା ଥିବାରୁ ଲୋକଙ୍କୁ ଆମ୍ବୁଲାନ୍ସଟିକୁ ନେଉଥିବା ବ୍ୟକ୍ତିଙ୍କ ସୁବିଧା ଅନୁସାରେ ଏହାର ଉଚ୍ଚତାକୁ କମ ବେଶି କରିହେବ | ଅବଶ୍ୟ ରୋଗୀ ବସିବା ପରେ, ଚାଲାକ ସହଜରେ ଏହାକୁ ଚଳାଇ ପାରିବେ | ଏହାଦ୍ୱାରା ରୋଗୀଙ୍କୁ ଆଉ ପୂର୍ବପରି ବାହୁଙ୍ଗିରେ ବୋହିବା ସମସ୍ୟା ରହିବ ନାହିଁ | ଏନେଇ ରାଓ କୁହନ୍ତି, ଏହା ଦ୍ୱାରା ବାହକଙ୍କ ସାମ୍ନାରେ ଆସୁଥିବା ୮୦ ପ୍ରତିଶତ ସମସ୍ୟା କମ ହୋଇଥାଏ | ଆମ୍ବୁଲାନ୍ସରେ ସେ ଛତା ଏବଂ ହେଡଲାଇଟ ମଧ୍ୟ ଲଗାଇଛନ୍ତି | ରାତ୍ରି ସମୟ ଏବଂ ପ୍ରତିକୂଳ ପାଗରେ ଏହାକୁ ବ୍ୟବହାର କରାଯାଇପାରିବ | ଏହି ଡୋଲି ଆମ୍ବୁଲାନ୍ସରେ ଜରୁରୀ ପରିସ୍ଥିତିରେ ରୋଗୀକୁ ଏକ ‘ଫାଷ୍ଟଏଡ଼ କିଟ, ମଧ୍ୟ ପ୍ରଦାନ କରାଯାଏ | ଏପରି ଅଭିନବ କାମ ପାଇଁ ପୂର୍ବରୁ ରାଓ ‘ବେଷ୍ଟ ଇନୋଭେଟର ଆୱାର୍ଡ’ ହାସଲ କରିଛନ୍ତି | ସେ ରାଜ୍ୟର ଜଣେ ମାତ୍ର ଦଶମ ପାସ ଇନୋଭେଟର, ଯାହାଙ୍କୁ ଆଇଆଇଟି, ହାଇଦ୍ରାବାଦ ଦ୍ୱାରା ସମ୍ମାନିତ କରାଯାଇଛି |

author

Related Articles

Leave a Reply

Your email address will not be published. Required fields are marked *