ଅବକାରି ବିଭାଗର ବଡ ସଫଳତା। ସାଢେ ୪ ସହ ଲିଟର ଚୋରା ଦେଶୀ ମଦ, ଗୋଟିଏ ଓ୍ବାଗ୍ନର କାର ଜବତ ସହ ଜଣେ ମାଫିଆ ଗିରଫ।

ଅବକାରି ବିଭାଗର ବଡ ସଫଳତା। ସାଢେ ୪ ସହ ଲିଟର ଚୋରା ଦେଶୀ ମଦ, ଗୋଟିଏ ଓ୍ବାଗ୍ନର କାର ଜବତ ସହ ଜଣେ ମାଫିଆ ଗିରଫ।

କାମାକ୍ଷାନଗର:ଢେଙ୍କାନାଳ

ପରଜଙ୍ଗ ଓ କାମାକ୍ଷାନଗର ଅବକାରୀ ମିଳିତ ପାଟ୍ରୋଲିଂ ବେଳେ ବଡ ସଫଳତା ମିଳିଛି । ସାଢେ ଚାରିସହ ଲିଟର ଚୋରା ଦେଶୀ ମଦ ଓ ଗୋଟିଏ ଓ୍ବାଗ୍ନର କାର ସହ ଜଣେ ମଦ ମାଫିଆକୁ ଗିରଫ କରିଛି। ମଦ ମାଫିଆ ହେଲେ ପରଜଙ୍ଗ ଥାନା ଆମ୍ବପଳାସ ଗ୍ରାମର ସାହେବ ମହାପାତ୍ର ବୋଲି ଜଣାପଡିଛି। ସୂଚନା ଥାଉକି ଜିଲ୍ଲାପାଳ ଓ ଅବକାରି ଅଧିକ୍ଷକଙ୍କ କଡା ନିର୍ଦେଶରେ କାମାକ୍ଷାନଗର ଓ ପରଜଙ୍ଗ ଅବକାରିର ମିଳିତରେ ପାଟ୍ରୋଲିଂ ଚାଲିଥିଲା। ବିଶେଷ ସୁତ୍ରରୁ ଖବର ପାଇ ଏହିଗାଡିଟିକୁ ଅଟକାଇବା ପାଇଁ ପରଜଙ୍ଗ ଥାନା ଚାନ୍ଦପୁର ଗ୍ରାମ କେନାଲ ରାସ୍ତାରେ ଅବକାରିବିଭାଗ ଯଗିବସିଥିଲେ। ଗାଡିଟି ଆସିବା ମାତ୍ରେ ଅବକାରି ଗାଡିଟି କେନାଲ ରାସ୍ତାରେ ଗାଡି ଠିଆକରି ଥିଲେ। ଫଳରେ ଗାଡିଟି ଅବକାରି ଗାଡିରେ ଧକାଦେଇ ଅଟକିଥିଲା। ଗାଡି ଏବଂ ମଦମାଫିଆକୁ ଅଟକା ରଖିବାରେ ସକ୍ଷମ ହୋଇଥିଲା ଅବକାରି ବିଭାଗ। ଏଥିରେ ୯ ଟି ମଦ ଭର୍ତି ଯାର୍କିନ ପ୍ରାୟ ୪୫୦ ଲିଟର ଚୋରା ମଦ ଯବତ କରିଥିଲେ। ଯାହାର ଆନୁମାନିକ ମୁଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଅନୁମାନ। ଏହି ମଦ ଗୁଡିକ ସେହି ଥାନା ଅନ୍ତର୍ଗତ ଆମ୍ବପଳାସ ଗ୍ରାମରୁ ଢେଙ୍କାନାଳ ଆଡକୁ ବିକ୍ରି ଉଦେଶ୍ୟରେ ନେଉଥିଲେ। ଏହା ଦିର୍ଘଦିନ ହେବ ଏହି ରାସ୍ତାରେ ମଦନେଇ ଯାଉଥିବା ଅଭିଯୋଗ ହେଇଆସୁଥିଲା।

author

Related Articles

Leave a Reply

Your email address will not be published. Required fields are marked *