ରାଜଧାନୀରେ ‘ପକ୍ଷୀ ବଞ୍ଚାଅ’ ଅଭିଯାନ

ରାଜଧାନୀରେ ‘ପକ୍ଷୀ ବଞ୍ଚାଅ’ ଅଭିଯାନ

ଭୁବନେଶ୍ୱର:

ପ୍ରବଳ ରୋୖଦ୍ରତାପ ଏବଂ ଜଳଭାବ ଯୋଗୁଁ ମଣିଷଙ୍କ ସହ ପଶୁପକ୍ଷୀଙ୍କ ଜୀବନ ମଧ୍ୟ ଦୁର୍ବିସହ ହୋଇପଡିଛି | ଜଳଭାବରୁ ଅନେକ ପକ୍ଷୀ ମୃତ୍ୟୁବରଣ କରୁଥିବା ନଜର ରହିଛି | ପକ୍ଷୀଙ୍କ ଅକାଳ ମୃତ୍ୟୁକୁ ହୃଦୟଙ୍ଗମ କରି ୟୁଥ ଫର ସେବା ଭୁବନେଶ୍ୱର ପକ୍ଷରୁ ‘ପକ୍ଷୀ ବଞ୍ଚାଅ’ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି | ଏହି ଅବସରରେ ରବିବାର ସଂଗଠନ ପକ୍ଷରୁ ୟୁନିଟ-୬ ଥରେ ୩୦ରୁ ଉର୍ଦ୍ଧ୍ୱ ଯୁବ ସାଥୀଙ୍କୁ ନେଇ ଘରେ ଘରେ ପକ୍ଷୀ ବଞ୍ଚାଅ ସଚେତନତା ଆରମ୍ଭ କରାଯାଇଛି | ‘ପ୍ରକୃତି ବଞ୍ଚିଲେ ଆମେ ବଞ୍ଚିବା’ର ସହିତ ସହରର ଅନେକ ଘରେ ଅନୁଷ୍ଠାନ ପକ୍ଷରୁ ମାଟିପାତ୍ର ବନ୍ଧାଯିବ ସହ ସେଥିରେ ପ୍ରତିଦିନ ପାଣି ରଖିବା ପାଇଁ ଲୋକଙ୍କୁ ସଚେତନ କରାଯାଇଛି, ଯାହାଦ୍ୱାରା ପକ୍ଷୀ ଗୁଡିକ ସହଜରେ ପାଣି ପିଇବା ସହ ମୃତ୍ୟୁମୁଖରୁ ବଞ୍ଚିପାରିବେ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି | ଏହି ସଚେତନତା ଅଭିଯାନର ୟୁଥ ଫର ସେବାର ସଦସ୍ୟ ତଥା ଫଟୋ ସାମ୍ବାଦିକ ସନ୍ତୋଷ ପଣ୍ଡା, ଭୁବନେଶ୍ୱର ଚାପ୍ଟର କୋର୍ଡିନେଟର ଜ୍ଞାନରଞ୍ଜନ, ପପୁ ନାୟକ, ଲଷ୍ମୀପ୍ରିୟା କର, ଅଭିଜିତ ସାମଲ, ତୃପ୍ତି ବେହେରା ପ୍ରମୁଖ ଉପସ୍ଥିତ ରହି ଲୋକଙ୍କୁ ପକ୍ଷୀଙ୍କ ପାଇଁ ନିଜ ଘର ଅଗଣାରେ ପାତ୍ରରେ ପାଣି ରଖିବାକୁ ସଚେତନ କରିଥିଲେ |

author

Related Articles

Leave a Reply

Your email address will not be published. Required fields are marked *