କିଟ୍ ଫେଶନ ସ୍କୁଲ ଛାତ୍ରୀଙ୍କୁ ମିସ୍ ଟିନ୍ ୟୁନିଭର୍ସ ଇଣ୍ଡିଆ ଟାଇଟଲ

କିଟ୍ ଫେଶନ ସ୍କୁଲ ଛାତ୍ରୀଙ୍କୁ ମିସ୍ ଟିନ୍ ୟୁନିଭର୍ସ ଇଣ୍ଡିଆ ଟାଇଟଲ

ଭୁବନେଶ୍ୱର:

କିଟ ବିଶ୍ୱବିଦ୍ୟାଳୟ ଫେଶନ ସ୍କୁଲର ଛାତ୍ରୀ ତ୍ରିଷ୍ଣା ରାୟ ମିସ ଟିନ ୟୁନଭର୍ସ ଇଣ୍ଡିଆ-୨୦୨୩ ଟାଇଟଲ ହାସଲ କରିଛନ୍ତି | ଏପ୍ରିଲ ୬ରୁ ୧୩ ତାରିଖ ପର୍ଯ୍ୟନ୍ତ ରାଜସ୍ଥାନର ଜୟପୁରଠାରେ ଚାଲିଥିବା ନ୍ୟାସନାଲ ପ୍ୟାଜେଣ୍ଟ ଅଫ ମିସ ଟିନ ଡ଼ିଭା ପ୍ରତିଯୋଗିତାରେ ତ୍ରିଷ୍ଣା ଅଂଶ ଗ୍ରହଣ କରି ଶ୍ରେଷ୍ଠ ବିବେଚିତ ହୋଇଛନ୍ତି | ବିଉଟି ଉଇଥ ବ୍ରେନସ, ର‌୍ୟାମ୍ପ ୱାକ, ସ୍ପିଚ ରାଉଣ୍ଡ ଓ ‘ମିସ ଟିନ ଇଣ୍ଡିଆ ଇଷ୍ଟ’ ଆଦି ପର୍ଯ୍ୟାୟରେ ଶ୍ରେଷ୍ଠତା ପ୍ରଦର୍ଶନ କରି ଶେଷରେ ସେ ମିସ ଟିନ ୟୁନିଭର୍ସ ଇଣ୍ଡିଆ-୨୦୨୩ ଟାଇଟଲ ହାସଲ କରିଥିଲେ | ଏହାପରେ ସେ ଅନ୍ତର୍ଜାତୀୟସ୍ତରରେ ଭାରତରେ ପ୍ରତିନିଧିତ୍ୱ କରିବେ | ଗ୍ଲାମ ଆନନ୍ଦ ପ୍ରାଇଭେଟ ଲିମିଟେଡ଼ ଓ ଭାରତ ୨୪ ଚ୍ୟାନେଲର ମିଳିତ ସହଯୋଗରେ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା | ତ୍ରିଷ୍ଣାଙ୍କ ସଫଳତାରେ କିଟ ଓ କିସ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ଖୁସି ବ୍ୟକ୍ତ କରିବା ସହ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି | କିଟ ଫ୍ୟାସନ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ଉନ୍ନତ ଶିକ୍ଷାଦାନ ସହ ବିଭିନ୍ନ ଆଞ୍ଚଳିକ, ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ସୁଯୋଗ ଦିଆଯାଉଥିବାରୁ ଏଭଳି ସଫଳତା ମିଳିପାରୁଛି ବୋଲି ଶ୍ରୀ ସାମନ୍ତ କହିଛନ୍ତି | ଏହା ସହିତ ସେ କିଟ ଫ୍ୟାସନ ସ୍କୁଲର ସମସ୍ତ ଅଧ୍ୟାପକ ଓ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି |

author

Related Articles

Leave a Reply

Your email address will not be published. Required fields are marked *