ସ୍କୁଲ୍ ଯିବା ପାଇଁ ମର୍ସିଡିଜ୍

ସ୍କୁଲ୍ ଯିବା ପାଇଁ ମର୍ସିଡିଜ୍

ମାଲେସିଆ:

ସାଧାରଣତଃ ଛୋଟପିଲାଙ୍କୁ ସ୍କୁଲ ପଠାଇବା ସହଜ କାମ ନୁହେଁ | ସେମାନେ ସ୍କୁଲ ନ ଯିବା ଲାଗି ବିଭିନ୍ନ ବାହାନା କରିଥାନ୍ତି | ଫଳରେ ଅଭିଭାବକ ମାନେ ସେମାନଙ୍କୁ ବହୁ ପ୍ରଲୋଭନ ଦେଖାଇଥାନ୍ତି | ଏହି କ୍ରମରେ ମାଲେସିଆର ଜଣେ ପାଞ୍ଚବର୍ଷର କୁନି ଝିଅ କୁ ସ୍କୁଲ ପଠାଇବା ପାଇଁ ତାଙ୍କ ବାପା ମା ଯାହା କରିଛନ୍ତି, ତାହା ଏବେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି | ସ୍କୁଲ ଯିବାକୁ ପ୍ରୋତ୍ସାହିତ କରିବା ପାଇଁ କୁନି ଝିଅକୁ ମର୍ସିଡିଜ କାର ଉପହାର ସ୍ୱରୂପ ପ୍ରଦାନ କରାଯାଇଛି | ଫରହାନା ଜହରଙ୍କ (ଫରହାନା ମାଲେସିଆର ଜଣେ ଆଗଧାଡିର ଉଦ୍ୟୋଗୀ) ପାଞ୍ଚ ବର୍ଷୀୟ ଝିଅ ଫାତିମା ଜାନୁଆରୀରେ ଅସୁସ୍ଥ ହୋଇଯାଇଥିଲା | ଏହାପରେ ସେ ସ୍କୁଲ ଯିବା ବନ୍ଦ କରି ଦେଇଥିଲା | ତେବେ ସୁସ୍ଥ ହେବ ପରେ ସେ ସ୍କୁଲ ଯିବାକୁ ଆଦୌ ଇଛା ପ୍ରକାଶ କରିନଥିଲା | ତେବେ ଫରହାନା ଝିଅକୁ ସ୍କୁଲ ପଠାଇବା ପାଇଁ ସବୁ ପ୍ରକାର ପ୍ରୟାସ କରିଥିଲେ | ଏପରିକି ଜନ୍ମଦିନରେ କ’ଣ ଉପହାର ଚାହୁଁଥିବା ସେ ଫାତିମାକୁ ପଚାରିଥିଲେ | ଫାତିମା ଜନ୍ମଦିନରେ ବିଏମଡବ୍ଲୁ ନଚେତ ମର୍ସିଡିଜ ଜି ୱାଗନ ଚାହୁଁଥିବା କହିଥିଲା | ସେଉଠୁ ମର୍ସିଡିଜ ଗାଡି ମିଳିଲେ ସ୍କୁଲ ଯିବାକୁ ରାଜି ହେବା ପାଇଁ ଫାତିମାକୁ କୁହାଯାଇଥିଲା | ଏହାପରେ ଫାତିମା ବୁଝିଯାଇଥିଲା | ଶେଷରେ ଏବେ ଏହି ଉପହାର ଫାତିମାକୁ ମିଳିଛି | ଯାହାର ଭିଡିଓ ସାମାଜିକ ଗଣମାଧ୍ୟମରେ ସେୟାର କରାଯାଇଛି | ଗାଡି ମିଳିବା ପରେ ଏବେ ସେ ସ୍କୁଲ ଯିବା ସହ ଡ଼ାକ୍ତର ହେବା ସ୍ୱପ୍ନ ପୁରା କରିବା ବୋଲି କହିଛି | ତେବେ ଏତେ ଛୋଟ ବେଳୁ ଫାତିମାଙ୍କୁ ସେମାନଙ୍କ ବାପାମା ଏଭଳି ଦାମୀ ଉପହାର ଦେବା କଥାକୁ ଲୋକେ ପସନ୍ଦ କରି ନାହାନ୍ତି, ଏହା ଦ୍ୱାରା ଝିଅର ଜିଦଖୋର ପଣ ବଢିବ ବୋଲି ସେମାନେ ମତ ଦେଇଛନ୍ତି |

author

Related Articles

Leave a Reply

Your email address will not be published. Required fields are marked *