ବଢୁଛି ଟେରାକୋଟା ଫ୍ରିଜର ଚାହିଦା

ବଢୁଛି ଟେରାକୋଟା ଫ୍ରିଜର ଚାହିଦା

ଭୁବନେଶ୍ୱର:

ଆଧୁନିକ ଜ୍ଞାନକୌଶଳକୁ ଚ୍ୟାଲେଞ୍ଜ ଦେଇ ଦେଶୀ ଜ୍ଞାନକୌଶଳରେ କିଭଳି ଚମତ୍କାର ସାମଗ୍ରୀ ପ୍ରସ୍ତୁତ କରାଯାଉଛି; ତାହା ବେଶ ଅନୁକରଣିୟ ହୋଇଛି | ପୁରୁଣା ଜିନିଷକୁ ଲୋକଙ୍କ ପାଖରେ ନୂଆ ଢାଞ୍ଚାରେ ପହଞ୍ଚେଇବା ପାଇଁ ଏହା ପ୍ରୟାସ ହୋଇଛି | ଏହି ସମୟରେ ଟେରାକୋଟା ରେଫ୍ରିଜେଟର ବା ମାଟି ଫ୍ରିଜ ଏବେ ବଜାରକୁ ଆସିଛି | ଏହାର ଚାହିଦା ମଧ୍ୟ ବୃଦ୍ଧି ପାଉଥିବା ଲକ୍ଷ କରାଯାଉଛି | ଏହା ଆଶ୍ଚର୍ଯ୍ୟ ଲାଗିଲେ ବି ସତ | ବିନା କୌଣସି ଆଧୁନିକ ଜ୍ଞାନକୌଶଳ ଓ ବିଦ୍ୟୁତ ସଂଯୋଗରେ ଚାଲୁଛି ଏହି ଫ୍ରିଜ | ଆଉ ପନିପରିବା ଦୀର୍ଘଦିନ ଧରି ତଟକା ଓ ସତେଜ ରହୁଛି | ସୁସ୍ଥ ଓ ନିରାମୟ ଜୀବନ ପାଇଁ ଟେରାକୋଟା ଶିଳ୍ପୀ ତିଆରି କରୁଥିବା ଏହି ଦେଶୀ ଟେକ୍ନୋଲୋଜି ବେଶ ନିଆରା | ମାଟିର ଫ୍ରିଜରେ ଅତି ବେଶୀରେ ୭ଦିନ ପର୍ଯ୍ୟନ୍ତ ପରିବା ସାଇତି ରଖାଯାଇପାରିବ | ବିନା କୌଣସି ବିଦ୍ୟୁତରେ ଏଭଳି ଫ୍ରିଜ ଚାଲୁଥିବାରୁ ଏହାକୁ କିଣିବା ପାଇଁ ଲୋକଙ୍କ ମଧ୍ୟରେ ଆଗ୍ରହ ମଧ୍ୟ ବୃଦ୍ଧି ପାଇଛି | ମାଟିରେ ନିର୍ମିତ ୨ଟି ବାଦ ପାତ୍ରରେ ଏଭଳି ଫ୍ରିଜ ନିର୍ମାଣ କରାଯାଉଥିବା କୁହନ୍ତି ଶିଳ୍ପୀ ନିରାକାର ମହାରଣା | ଏବେ ଏହି ଫ୍ରୀଜର ଦାମ ମାତ୍ର ୫ଶହଟଙ୍କାରୁ ଆରମ୍ଭ କରି ୪ହଜାର ତାଙ୍କ ପର୍ଯ୍ୟନ୍ତ ରହିଛି | ରାଜଧାନୀର ଖଣ୍ଡଗିରି, ଗଣ୍ଡମୁଣ୍ଡା, ସାମନ୍ତରାପୁର, ଉତ୍ତରରେ ବିଭିନ୍ନ ଟେରାକୋଟା ଶିଳ୍ପୀଙ୍କ ପାଖରେ ମିଳୁଥିବା ବହୁ ଲୋକ ଏହି ଫ୍ରିଜ ନେଇ ବ୍ୟବହାର କରୁଛନ୍ତି | ଏସମ୍ପର୍କରେ ଶିଳ୍ପୀ ନିରାକାର କୁହନ୍ତି, ଏଥିରେ ବଳି ଦେଇ ପରିବା ରଖିଲେ ୭ରୁ ଅଧିକ ଦିନ ପରିବା ସତେଜ ରହିବ | ଏହାସହିତ ଏଥିପାଇଁ କୌଣସି ଖର୍ଚ୍ଚର ମଧ୍ୟ ଆବଶ୍ୟକତା ନାହିଁ |

author

Related Articles

Leave a Reply

Your email address will not be published. Required fields are marked *